Posted inUncategorized

Video: ସୁପରମ୍ୟାନ ଭାବେ ଏମିତି କ୍ୟାଚ୍‌ ଧରିଲେ ମେଣ୍ଡିସ, ମାଲିକାଣୀ ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ଚେନ୍ନାଇ,୨୬।୪: ସନରାଇଜର୍ସ ହାଇଦ୍ରାବାଦର କାମିନ୍ଦୁ ମେଣ୍ଡିସ ଚମତ୍କାର କ୍ୟାଚ୍‌ ଧରିଛନ୍ତି। ସେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସୁପରମ୍ୟାନ ଭଳି ଏକ କ୍ୟାଚ ନେଇଥିଲେ। ଫଳରେ ସେ IPL 2025 ରେ ‘କ୍ୟାଚ ଅଫ ଦି ଟୁର୍ନାମେଣ୍ଟ’ ପାଇଁ ଦାବିଦାର ହୋଇଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚ ଖେଳାଯାଇଥିଲା। ଏଥିରେ CSKର ଡେବ୍ୟୁଟାଣ୍ଟ ଡେୱାଲ୍ଡ ବ୍ରେଭିସ (Dewald Brevis Debut CSK) ବ୍ୟାଟିଂ କରୁଥିଲେ। ସେ ତାଙ୍କର ଅର୍ଦ୍ଧଶତକ ପୂରଣ କରିବାକୁ ଯାଉଥିଲେ କିନ୍ତୁ ମେଣ୍ଡିସଙ୍କ ଏକ ଚମତ୍କାର କ୍ୟାଚ ଯୋଗୁ ୪୨ ରନରେ ଆଉଟ ହୋଇଥିଲେ।

ଏହି କ୍ୟାଚ CSKର ଇନିଂସର ୧୩ତମ ଓଭରରେ ଆସିଥିଲା, ଯେଉଁଥିରେ ହର୍ଷଲ ପଟେଲ ବୋଲିଂ କରୁଥିଲେ। ବ୍ରେଭିସ ଓଭରର ଚତୁର୍ଥ ବଲ୍‌ରେ ଛକା ମାରିଥିଲେ ଏବଂ ପରବର୍ତ୍ତୀ ବଲ୍‌ରେ ମଧ୍ୟ ସେ ଏକ ବଡ଼ ସଟ ଖେଳିବାକୁ ଚେଷ୍ଟା କରିଥିଲେ। ବ୍ରେଭିସ ଲଙ୍ଗ-ଅଫ ଆଡ଼କୁ ଏକ ଫଲ୍‌-ପାୱାର ସଟ ମାରିଥିଲେ, କିନ୍ତୁ ସେଠାରେ ପୂର୍ବରୁ ଉପସ୍ଥିତ କାମିନ୍ଦୁ ମେଣ୍ଡିସ ସୁପରମ୍ୟାନ ଭାବେ ଏକ ଚମତ୍କାର କ୍ୟାଚ ନେଇଥିଲେ। କାମିନ୍ଦୁ ଅବିଶ୍ୱସନୀୟ କ୍ୟାଚ ନେବା ମାତ୍ରେ କ୍ୟାମେରା ହାଇଦ୍ରାବାଦ୍‌ ମାଲିକାରୀ କାବ୍ୟା ମାରାନଙ୍କ ଆଡ଼କୁ ଗଲା। କାବ୍ୟା ଠିଆ ହୋଇ ମେଣ୍ଡିସଙ୍କୁ ତାଙ୍କ ପ୍ରୟାସ ପାଇଁ ପ୍ରଶଂସା କଲେ।

ଶ୍ରୀଲଙ୍କାର କ୍ରିକେଟର କାମିନ୍ଦୁ ମେଣ୍ଡିସ ଚମତ୍କାର ଖେଳାଳି। ସେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୧୦୦୦ ରନ ପୂରଣ କରିବାରେ ଡନ ବ୍ରାଡମ୍ୟାନଙ୍କ ସହ ସମକକ୍ଷ ହୋଇଥିଲେ, ଏହି ସଫଳତା ସେ ୧୩ ଇନିଂସରେ ହାସଲ କରିଥିଲେ। ମେଣ୍ଡିସ ମଧ୍ୟ ବୋଲିଂ କରିପାରିବେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦୁଇ ହାତରେ ବୋଲିଂ କରିପାରିବେ। ମେଗା ନିଲାମରେ SRH ତାଙ୍କୁ ୭୫ ଲକ୍ଷ ଟଙ୍କାରେ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

RCB-RR ପରେ ଶାହରୁଖ ଖାନଙ୍କ KKR ହେବ ବିକ୍ରି! IPL ୨୦୨୬ ନିଲାମ ପରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୯।୧୨: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ମିନି ନିଲାମ ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅନୁଷ୍ଠିତ ହୋଇଥିଲା। ନିଲାମର ତିନି...

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧିକୁ ନେଇ ଚିନ୍ତିତ କି? ଖାଆନ୍ତୁ ଏହି ସୁପରଫୁଡ୍

ନୂଆଦିଲ୍ଲୀ,୧୭ା୧୨:  ଯଦି ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ସମସ୍ୟାର ତୁରନ୍ତ ସମାଧାନ କରାନଯାଏ, ତେବେ ଗମ୍ଭୀର ଏବଂ ମାରାତ୍ମକ ହୃଦରୋଗର ଆଶଙ୍କା ବହୁଗୁଣିତ ହୋଇପାରେ। ଉଚ୍ଚ ଟ୍ରାଇଗ୍ଲିସେରାଇଡ୍ ହ୍ରାସ କରିବା...

କିଡନୀ ରୋଗରେ ଗୋଟିଏ ପରିବାରର ୨ ଜଣଙ୍କ ମୃତ୍ୟୁ ଘଟଣା, ସରକାରୀ ସହାୟତା ପାଇଁ ଅନୁରୋଧ

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ବହଳପଦର ପଞ୍ଚାୟତର ସୁରଧାପାଲି ( ହୋତାପାଲି) ଗ୍ରାମରେ ଗତ ସପ୍ତାହରେ ୪ ଦିନ ମଧ୍ୟରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ଦମ ଦେଖାଇଲା ଭାରତ, ପାକିସ୍ତାନକୁ ୯୦ ରନରେ ହରାଇଲା

ନୂଆଦିଲ୍ଲୀ,୧୫।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ମ୍ୟାଚରେ, ଭାରତୀୟ ଦଳ ଏକ ଚମତ୍କାର...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri