ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫିକି ସହଯୋଗରେ ମୁମ୍ବାଇର ବମ୍ବେ ପ୍ରଦର୍ଶନୀ କେନ୍ଦ୍ରଠାରେ ଶୁକ୍ରବାର ‘ଇଣ୍ଡିଆ ଷ୍ଟିଲ-୨୦୨୫’ ରାଉଣ୍ଡ୍‌ ଟେବୁଲ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ସମୃଦ୍ଧ ଓଡ଼ିଶା ବିଷୟବସ୍ତୁ ଅନ୍ତର୍ଗତ ଓଡ଼ିଶାର ଇସ୍ପାତ ପ୍ରବୃତ୍ତି ଏବଂ ଭବିଷ୍ୟତର ଦୃଷ୍ଟିକୋଣ ନେଇ ହୋଇଥିବା ଆଲୋଚନାରେ ଇସ୍ପାତ ଉତ୍ପାଦନ ଏବଂ କଞ୍ଚାମାଲ ଯୋଗାଣର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇସ୍ପାତ ଏବଂ ଧାତୁ କ୍ଷେତ୍ରରେ ଓଡ଼ିଶାର ରଣନୈତିକ ପଦକ୍ଷେପ ସମ୍ପର୍କରେ ଶିଳ୍ପପତିଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ। ଭାରତର ଇସ୍ପାତ ରାଜଧାନୀ ଭାବରେ ଓଡ଼ିଶାର ସ୍ଥିତି ସମ୍ପର୍କରେ ସୂଚନା ଦେଇ ସେ କହିଲେ, ଭାରତର ସର୍ବାଧିକ ଲୁହାପଥର ଉତ୍ପାଦନକାରୀ ରାଜ୍ୟ ହେଉଛି ଓଡିଶା। ଏହା ଦେଶର ୫୫% ରୁ ଅଧିକ ଲୁହାପଥର ଉତ୍ପାଦନରେ ଯୋଗଦାନ ଦେଇଥାଏ। ଓଡ଼ିଶାରେ ଇସ୍ପାତ ଏବଂ ସହଯୋଗୀ କ୍ଷେତ୍ରର ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ଶିଳ୍ପଗୁଡିକର ସୁଗମ କାର୍ଯ୍ୟ ତଥା କାର୍ଯ୍ୟକଳାପକୁ ସୁନିଶ୍ଚିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ଟାସ୍କଫୋର୍ସ କାର୍ଯ୍ୟ କରୁଛି। କଞ୍ଚାମାଲ ଏବଂ ବାଧାମୁକ୍ତ ଜମି ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ସଡକ ଓ ରେଳପଥ ମାଧ୍ୟମରେ ସଂଯୋଗକୁ ସୁନିଶ୍ଚିତ କରିବା ତଥା ଶକ୍ତି ଓ ଜଳ ଭଳି ଉପଯୋଗିତା ଯୋଗାଇବା ପର୍ଯ୍ୟନ୍ତ ଆବଶ୍ୟକତା ପୂରଣ କରିବାରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ସମ୍ମିଳନୀରେ ମୁମ୍ବାଇସ୍ଥିତ ଇସ୍ପାତ ଶିଳ୍ପରୁ ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଟାଟା ଷ୍ଟିଲ, ଏମଏନ୍‌ଏସ୍‌, ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ଏଲ୍‌ ଏବଂ ସେଲ୍‌ ଭଳି ଅଗ୍ରଣୀ କମ୍ପାନୀଗୁଡ଼ିକର ଶିଳ୍ପପତିମାନେ ଓଡ଼ିଶା ପାଇଁ ସେମାନଙ୍କ ଦାୟିତ୍ୱ ଓ ବିକାଶ ଯୋଜନା ସମ୍ପର୍କରେ ମତ ଦେଇଥିଲେ। କଲ୍ୟାଣୀ ଇସ୍ପାତ, ଶ୍ୟାମ୍‌ ଷ୍ଟିଲ, ଶ୍ରୀ ମେଟାଲିକ, କାଲଡେରିସ ଇଣ୍ଡିଆ, ସର୍ଭେ ରେଫ୍ରାକ୍ଟୋରି ସମେତ ଅନ୍ୟ ଅଗ୍ରଣୀ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଲୋଚନା କରିଥିଲେ। କୋଇଲା ଶିଳ୍ପ ବିକାଶ ଓ ଶକ୍ତି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବବିଲେଭ ପେଟ୍ର, ରୁଷିଆ ବାଣିଜ୍ୟ ଆୟୋଗର ତୈଳ ଓ ଗ୍ୟାସ ବିଭାଗର ମୁଖ୍ୟ ଆର୍ଟମ ଉକୋଲୋଭ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ୨ଟି ବୈଠକରେ ଦୁଇ ସରକାରଙ୍କ ମଧ୍ୟରେ ସମ୍ଭାବ୍ୟ ସହଯୋଗ ସୁଯୋଗ ଉପରେ କଥା ହୋଇଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ଅନ୍ୟାନ୍ୟ କ୍ଷେତ୍ରର ଶିଳ୍ପ ଅଂଶୀଦାରଙ୍କ ସହ ମଧ୍ୟ ବୈଠକ କରିଥିଲେ। ଇଣ୍ଡିଆନ କେମିକାଲ କାଉନ୍‌ସିଲ (ଆଇସିସି), ଡୋ କେମିକାଲ୍ସ, ଏପସିଲନ କାର୍ବନ, କୋଠାରି ପେଟ୍ରୋକେମିକାଲ୍ସ, ଦୀପକ ଫର୍ଟିଲାଇଜର୍‌ ଆଦି ରାସାୟନିକ କମ୍ପାନୀଗୁଡିକର ପ୍ରତିନିଧିମାନେ ନିଜ ସମ୍ଭାବ୍ୟ ନିବେଶ ଏବଂ ବିସ୍ତାର ଯୋଜନା ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ ପାଇଁ ତତ୍ପର:  ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ…

ଦାରିଙ୍ଗବାଡି,୬।୧୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା ଓ ପ୍ରାଥମିକ...

ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ: ଆନ୍ଧ୍ର -ଓଡିଶା ମଧ୍ୟରେ ବାଣିଜ୍ୟ ସଂପର୍କକ….

ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଚ୍ଛା): ବଂଶଧାରା ନଦୀ ଉପରେ ନିର୍ମାଣ ହେବ ପୋଲ। ଗୁପ୍ତ ବୃନ୍ଦାବନ ରୂପେ ପରିଚିତ ଲିହୁରି ଗୋପୀନାଥ ମନ୍ଦିରକୁ ଯାତାୟାତ କରିବା ଏଣିକି ଓଡିଶାବାସୀଙ୍କ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

୨୩ରୁ ଭଞ୍ଜନଗରରେ ଖୋଲିବ ଧାନ ମଣ୍ଡି: ୨୪ ଘଣ୍ଟିଆ ନଜର ରଖିବ…

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଆସନ୍ତା ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ ହେବ। ତେଣୁ ଏହା ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri