Posted inଅପରାଧ

ଖଲ୍ଲିକୋଟର ୩ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ:୮୧୯ ଲିଟର ଦେଶୀମଦ ଜବତ, ୪ ଗିରଫ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁରାପଲ୍ଲୀ ଟୋଲ ଗେଟ, ଚିକିଲି ଓ ତାଳପଡ଼ା ରାସ୍ତାରେ ଅବକାରୀ ବିଭାଗ ଚଢ଼ାଉ କରି ୮୧୯ ଲିଟର ଦେଶୀମଦ ଜବତ ସହ ଗୋଟିଏ ମହିନ୍ଦ୍ରା ମାକ୍ସିମୋ ଗାଡ଼ି ଜବତ କରିଛି। ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଚୋରା ଦେଶୀମଦ ଏକ ମହିନ୍ଦ୍ରା ମାକ୍ସିମୋ ଗାଡ଼ିରେ ଗୁହାରିଆପାଟରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିଲା। ଏକ ବିଶେଷ ସୂତ୍ରରୁ ଖବର ପାଇ ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି, ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରୀଣି ତେଜସ୍ବୀନି ପ୍ରଧାନ ଗୁରାପଲ୍ଲୀ ଟୋଲ ଗେଟ୍‌ଠାରେ ଚଢ଼ାଉ କରି ୬୫୦ ଲିଟର ଦେଶୀମଦ ସହ ମହିନ୍ଦ୍ରା ମାକ୍ସିମୋ ଗାଡ଼ିକୁ ଜବତ କରିଥିଲେ। ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ଦୁଇ ଯୁବକ ହେଲେ ବୁଢ଼ାଆମ୍ବ ଗ୍ରାମର ନାରାୟଣ ସ୍ବାଇଁ ଓ ଶୁଭେନ୍ଦୁ ପଲେଇ ବୋଲି ଜଣା ପଡିଛି । ସେହିପରି ଦିନ ସାଢ଼େ ୧୧ ଟା ସମୟରେ ଚିକିଲି ଓ ତାଳପଡ଼ା ରାସ୍ତାରେ ଚଢ଼ାଉ କରି ୧୬୯ ଲିଟର ଦେଶୀମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ମାନେ ହେଲେ ଚକ୍ରପାଣି ସ୍ବାଇଁ ଓ ସନ୍ୟାସୀ ପାହନ ବୋଲି ଜଣାପଡିଛି । ଏହି ଚଢ଼ାଉରେ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଏଏସଆଇ ଇପିଲି ଲକ୍ଷ୍ମଣ ରାଓ କନେଷ୍ଟବଳ ଏସ ପର୍ଶୁରାମ ରେଡ୍ଡୀ, କାହ୍ନୁ ଚରଣ ନାହାକ, ମନୋଜ କୁମାର ଲେଙ୍କା, ଟୁଟୁ ସାମଲ ଓ ଅଞ୍ଜନ କୁମାର ଦାସ ପ୍ରମୁଖ ସାମିଲ ଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଛତ୍ରପୁର ସଦର ରେଞ୍ଜ ଇନ୍ସପେକ୍ଟର ବାଳକ ବିଶି ସୂଚନା ପ୍ରଦାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ପ୍ରେମ ପଡିଲା ମହଙ୍ଗା, ବିବାହ ପାଇଁ ଘରକୁ ଡାକି ଜୀବନରୁ ମାରିଦେଲେ ପ୍ରେମିକାର ପରିବାର ଲୋକେ

ନୂଆଦିଲ୍ଲୀ,୧୧।୧୨: ତେଲେଙ୍ଗାନାର ସିଙ୍ଗାରେଡି ଜିଲ୍ଲାରୁ ଏକ ହୃହୟବିଦାରକ ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ଇଞ୍ଜିନିୟର ଛାତ୍ରକୁ ଘରକୁ ଡାକି ପ୍ରେମିକାର ବାପା ମା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ପ୍ରେମିକାଙ୍କ ପାଇଁ ଗଳା କାଟିଦେଲେ ପ୍ରେମିକ, ଆଉ ତା’ ପରେ…

ଜି.ଉଦୟଗିରି,୬ା୧୨(ଚିନ୍ମୟ କୁମାର ସେଠୀ): କଳିଙ୍ଗା ପଞ୍ଚାୟତର ଡୁଗୁଡ଼ିପାରୀ ଗ୍ରାମରେ ଶନିବାର ସକାଳେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ପ୍ରେମିକାଙ୍କ ନିଜ ଘରକୁ...

ଭିଜିଲାନ୍ସ ଜାଲରେ ଫରେଷ୍ଟର, ଲାଞ୍ଚ ମାଗିବା ବେଳେ ମାଡ଼ିବସିଲା…

ଝାରସୁଗୁଡ଼ା,୫ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର...

ଘରୋଇ ବିଶ୍ୱବିଦ୍ୟାଳୟରେ ଛାତ୍ର ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବାରଙ୍ଗ,୫ା୧୨(ଲିଙ୍ଗରାଜ ରାଉତ): ବାରଙ୍ଗସ୍ଥିତ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ମୃତକ ପରିବାର ଲୋକ ଏନେଇ ବାରଙ୍ଗ ଥାନାରେ ହତ୍ୟା ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri