ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବିଲ୍‌ ପୈଠ କରି ନ ଥିଲେ ବି ବିଦ୍ୟୁତ୍‌ କାଟ ହେବନି

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର):ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରାଜ୍ୟର ତାପମାତ୍ରା ଏବେ ଅଧିକାଂଶ ଜିଲାରେ ୪୦ ଡିଗ୍ରୀରୁ ଅଧିକ ରହୁଛି। ଏଭଳି ସ୍ଥିତିରେ ଏକାଧିକ ଥର ହେଉଥିବା ବିଦ୍ୟୁତ୍‌ କାଟ(ପାଓ୍ବାର୍‌ କଟ୍‌) ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ହୋଇ ଉଭାହୋଇଛି। ଏହା କେବଳ ଚଳିତ ବର୍ଷର ସମସ୍ୟା ନୁହେଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମଋତୁ ଆସିଲେ ବିଦ୍ୟୁତ୍‌ କାଟ ସମସ୍ୟା କାରଣରୁ ଲୋକମାନଙ୍କ ଭିତରେ ଅସନ୍ତୋଷ ରହିଥାଏ। ବର୍ତ୍ତମାନ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପାୱାର କଟ୍‌ ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିର୍ଦ୍ଦେଶ ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବିଦ୍ୟୁତ୍‌ କାଟ ହେବନାହିଁ। ଗ୍ରୀଷ୍ମପ୍ରବାହ ସମୟରେ କାହାର ମଧ୍ୟ ବିଦ୍ୟୁତ୍‌ କାଟ କରାଯିବନାହିଁ। ଉପଭୋକ୍ତା ବକେୟା ବିଲ୍‌ ପ୍ରଦାନ କରି ନ ଥିଲେ ମଧ୍ୟ ଲାଇନ କଟିବନାହିଁ। କିନ୍ତୁ ଉପଭୋକ୍ତାଙ୍କୁ ବକେୟା ବିଲ୍‌ ପୈଠ କରିବାକୁ ପଡ଼ିବ। ପୂର୍ବରୁ ମଧ୍ୟ ବିଧାନସଭା ସମୟରେ କହିଥିଲେ, ବିଲ୍‌ ଦେଇ ନ ଥିଲେ ବି ଜୁନ୍‌ ପର୍ଯ୍ୟନ୍ତ ଲୋକଙ୍କ ବିଦ୍ୟୁତ୍‌ କାଟ ହେବନାହିଁ। କାଳବୈଶାଖୀ ଯୋଗୁ କୌଣସି ସ୍ଥାନରେ ଯଦି ବିଦ୍ୟୁତ୍‌ କାଟ ହେଉଛି ତେବେ ତାକୁ ତୁରନ୍ତ କାମ କରିଦିଆଯାଉଛି। ପୂର୍ବ ତୁଳନାରେ ବିଦ୍ୟୁତ୍‌ ଯୋଗାଣ ଠିକ୍‌ଠାକ୍‌ କରାଯାଉଛି। ଯେଉଁସବୁ ସ୍ଥାନରେ ବିଦ୍ୟୁତ୍‌ କାମ ଚାଲୁଛି, ପୂର୍ବରୁ ଏନେଇ ଲୋକମାନଙ୍କୁ ଜଣାଇ ଦିଆଯାଉଛି। କେତେ ସମୟ ପାଇଁ ଏବଂ କେଉଁ କାରଣରୁ ବିଦ୍ୟୁତ୍‌ କାଟ ହେଉଛି ସେକଥା ମଧ୍ୟ କୁହାଯାଉଛି। ବିଦ୍ୟୁତ୍‌ ସେବା ବ୍ୟାହତ ହେଉଥିଲେ ମଧ୍ୟ ତୁରନ୍ତ ସମାଧାନ ହେଉଛି। ସରକାର କେବେହେଲେ ଜାଣି ପାଓ୍ବାର୍‌ କଟ୍‌ କରନ୍ତି ନାହିଁ, କାରଣ ଏଥିରୁ ସରକାରଙ୍କୁ ରାଜସ୍ବ ମିଳୁଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, କାଳବୈଶାଖୀ ପରେ ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି ଫେରିଛି। ଦିନବେଳା ଘରୁ ବାହାରିବା ଲୋକଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି। ଗରମ ଗୁଳିଗୁଳିରେ ଘରେ ରହିବା ମଧ୍ୟ କଷ୍ଟକର ହୋଇପଡୁଛି। ମଙ୍ଗଳବାର ସାଢେ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ହୀରାକୁଦରେ ୪୦, ସମ୍ବଲପୁର ୩୯.୬, ରାଉରକେଲାରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କେନ୍ଦୁଝରରେ ୩୬.୮, ଚାନ୍ଦବାଲି ୩୬.୪, ଭୁବନେଶ୍ବରରେ ଦିନ ସାଢେ ୧୧ଟା ସୁଦ୍ଧା ୩୫.୪ ଡିଗ୍ରୀ ଛୁଇଁଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri