ଆହତ ହେଲପରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ: ବିଦ୍ୟୁତ ସଂଘ ପକ୍ଷରୁ କ୍ଷତିପୂରଣ ଦାବି

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ବେଲଗୁଣ୍ଠା ଟାଟା ପାୱାର ବିଦ୍ୟୁତ ସେକ୍ସନ ରେ ଏଜେନ୍ସି ମାଧ୍ୟମରେ କାର୍ଯ୍ୟରତ ଥିବା ହେଲପର ବଳରାମ ସାହୁ ଗତ ୧୧ ତାରିଖରେ ବିଦୁତ୍‌ ଖୁଣ୍ଟରେ ଚଢ଼ି କାମ କରୁଥିବାବେଳେ ଖୁଣ୍ଟରୁ ତଳେ ପଡି ଗୁରୁତର ଭାବେ ଆହତ ହୋଇଥିଲେ। ସୋମବାର ବ୍ରହ୍ମପୁରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବଳରାମ ମୃତ୍ୟୁବରଣ କରିଛନ୍ତି। ଯାହାକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଶୋକରଛାୟା ଖେଳିଯାଇଛି। ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ତାଙ୍କ ପରିବାରର ଜଣଙ୍କୁ ଥଇଥାନ ପାଇଁ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଙ୍ଘ ପକ୍ଷରୁ ଆଜି ସନ୍ଧ୍ୟାରେ ଦାବି କରାଯାଇଛି ।

ଏନେଇ ସଂଘର ରାଜ୍ୟ କର୍ମକର୍ତ୍ତା ସତ୍ୟବ୍ରତ ପରିଡ଼ା ଭଞ୍ଜନଗର ଅଧିକ୍ଷଣଯନ୍ତ୍ରୀ ଅଭିଜିତ ପାଢ଼ୀଙ୍କୁ ଭେଟି ସହାୟତା ପ୍ରଦାନ ଏବଂ ତାଙ୍କ ପରିବାରର ଜଣକୁ ଥଇଥାନ ପାଇଁ ଦାବି କରିଥିଲେ। ଅପରପକ୍ଷେ ଏଜେନ୍ସି ପକ୍ଷରୁ ବଳରାମଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦିଆଯିବା ସହ ଆଜି ମୃତ୍ୟୁବରଣ କରିବା ପରେ ଆଉ କିଛି ଆର୍ଥିକ ସହାୟତା ତାଙ୍କ ପରିବାରକୁ ଯୋଗାଇ ଦେବାପାଇଁ ପଦକ୍ଷେପ ନିଆଯାଇଛି। ଏଥିସହ ବୀମା କମ୍ପାନୀ ପକ୍ଷରୁ ମଧ୍ୟ ବୀମା ବାବଦକୁ ୧୫ ଲକ୍ଷ ଟଙ୍କା ଦେବା ବ୍ୟବସ୍ଥା କରାଯାଉଛି ।

ସୂଚନାଯୋଗ୍ୟ ଯେ, ଶୁନ ଦୁର୍ଘଟଣା ପାଇଁ ଟାଟା ପାୱାର ପକ୍ଷରୁ ବାରମ୍ବାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ତଥାପି ଦୁର୍ଘଟଣାହାର କମିବାକୁ ନାହିଁ। ଏହିଭଳି ପରିସ୍ଥିତିରେ ବଳରାମ ଘଟଣା ଦିନ ଖୁଣ୍ଟକୁ ଚଢ଼ି କାମ କରୁଥିବାବେଳେ କେଉଁଭଳି ପରିସ୍ଥିତି ରେ ଖସି ପଡ଼ିଥିଲେ। ଅପରପକ୍ଷେ ଆଲୋଚନା ସଫଳ ହେବାପରେ କର୍ମଚାରୀ ମାନେ ଫେରିଯାଇଛନ୍ତି। ରାତିରେ ବ୍ରହ୍ମପୁରରୁ ମୃତଦେହ ବ୍ୟବଚ୍ଛେଦ ହୋଇ ଆସିବା ପରେ ତାଙ୍କ ଗ୍ରାମ ପାଇଲିପଡ଼ାରେ ଅନ୍ତିମ ସତ୍କାର ହେବ ବୋଲି ଜଣେ କର୍ମଚାରୀ ଏଠାରେ ସୂଚନା ଦେଇଛନ୍ତି। ଆଲୋଚନା ସମୟରେ ସଙ୍ଘର ଭଞ୍ଜନଗର କର୍ମକର୍ତ୍ତା କବିରାଜ ପ୍ରଧାନ, ହର ପ୍ରସାଦ ବିଷୋୟୀ, ମୁନା ପାତ୍ର ଓ ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri