ଜି.ଉଦୟଗିରି,୧୯ା୪(ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ବ୍ଲକ୍ କଳିଙ୍ଗା ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷର ପ୍ରଥମ ଶିକ୍ଷକ ଏବଂ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ସୁମିତାରାଣୀ ଯୋଶୀରା ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର ସହକାରୀ ଶିକ୍ଷକ ବିକାଶ ପାଣିଗ୍ରାହୀ, ଜଗନ୍ନାଥ ପ୍ରଧାନ ଏବଂ ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟି ସାହୁ, ସ୍ମୃତି କୁମ୍ଭାର, ପିଙ୍କିମା ପ୍ରଧାନ ଉପସ୍ଥିତ ଥିଲେ। ଏଥିରେ ପିଲାଙ୍କ ଶିକ୍ଷା, ଉଜ୍ୱଳ ଭବିଷ୍ୟତ ଓ ସଠିକ୍ ଭାବେ ସ୍କୁଲ ପରିଚାଳନା ନିମନ୍ତେ ବିଶେଷ ଭାବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା।


