ଦିବ୍ୟାଙ୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କୁ ରୋଜଗାର ଦେବାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଦାହରଣ ସୃଷ୍ଟି କରିଛନ୍ତି। ୧୦୦ରୁ ଅଧତ୍କ ଦିବ୍ୟାଙ୍ଗ ସେମାନଙ୍କ ସମୁଦାୟ ପାଇଁ ଭିନ୍ନ ଧରଣର ପୋଷାକ ତିଆରି କରୁଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦିଲ୍ଲୀ କଳା ଓ ବାଣିଜ୍ୟ କଲେଜ( ଡିସିଏସି)ର ଛାତ୍ରୀଛାତ୍ରଙ୍କ ଏକ ଟିମ୍ର ନେତୃତ୍ୱରେ ପ୍ରୋଜେ ରିୟାତଦ୍ୱାରା ଏହି କାର୍ଯ୍ୟ ଚାଲୁଛି। ଏହି ପ୍ରୋଜେ ୨୦୨୩ରେ ଗଠନ କରାଯାଇଥତ୍ଲା ଓ ତାହାର ମୁଖ୍ୟ ଥତ୍ଲେ ଅଭିଶି ।
ଏବେ ମିଶା ଉରୋଜ ଏହାର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଡିସିଏସିର ଟିମ୍ ସର୍ଭେ କରି ଏହି ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରି ଟେଲର ମାଷ୍ଟରଙ୍କ ମାଧ୍ୟମରେ ପ୍ରଶିକ୍ଷଣ ଦେଇଛନ୍ତି। ଏହିସବୁ କାର୍ଯ୍ୟ ଛାତ୍ରୀଛାତ୍ରମାନେ ଦିଲ୍ଲୀସ୍ଥିତ ଅଣ ଲାଭକାରୀ ସଂସ୍ଥା ଫ୍ୟାମିଲି ଅଫ୍ ଡିଜାବିଲିଟି(ଏଫ୍ଓଡି)ର ଭାଗୀଦାରିରେ କରୁଛନ୍ତି। ପ୍ରତିଦିନ କଲେଜରେ ପଢ଼ା ପରେ ସନ୍ଧ୍ୟା ୬ଟାରେ ଏହି କାମ ପାଇଁ ସେମାନେ ଆଲୋଚନା କରୁଛନ୍ତି। ଦିବ୍ୟାଙ୍ଗଙ୍କ ଦ୍ୱାରା ତିଆରି ପୋଷାକଗୁଡ଼ିକୁ ପ୍ରୋଜେର େଓ୍ବବ୍ସାଇଟରେ ବିକ୍ରି ପାଇଁ ଅର୍ଡର ସଂଗ୍ରହ କରାଯାଉଛି। ପୋଷାକର ମୂଲ୍ୟ ୧,୦୦୦ରୁ ୧୫୦୦ ମଧ୍ୟରେ ରହିଛି।


