ଭାଜପାରେ ମିଶିବେ ବିଜେଡି-କଂଗ୍ରେସର ୩୮ ବିଧାୟକ! ସାଂଘାତିକ ଖୁଲାସା କଲେ ଭାଜପା ବିଧାୟକ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ଭାଜପାର ସକ୍ରିୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଭଞ୍ଜନଗରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଜପା ଘୁମୁସର ସାଂଗଠନିକ ଜିଲା ସଭାପତି ନୀଳମାଧବ ପାତ୍ର ଅଧ୍ୟକ୍ଷତା କରି ଦଳର ନୀତି, ଆଦର୍ଶ ଓ ଶୃଙ୍ଖଳା ସମ୍ପର୍କରେ ପାଠ ପଢାଇଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ଜନହିତକର ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳୀୟ କର୍ମକର୍ତ୍ତାମାନଙ୍କୁଆହ୍ବାନ କରିଥିଲେ।

୨୦୧୯ ନିର୍ବାଚନ ମୁଁ ହାରିବା ପରେ ମଧ୍ୟ ସଂଗଠନ ବଜାୟ ରଖିବା ଯୋଗୁ ୨୦୨୪ ରେ ବିଧାୟକ ହୋଇପାରିଛି। ତୁମ ମାନକ ଅକ୍ଲାନ୍ତ ପରିଶ୍ରମର ଋଣକୁ ଆଜି ମୁଁ ପରିଶୋଧ କରିବି। ସେଥିପାଇଁ ଗ୍ରାମଠାରୁ ସହରର ବିକାଶ କରାଯିବ। ଆମେ ସମସ୍ତେ ଗର୍ବ,ଅହଙ୍କାର ଛାଡ଼ି ଦଳକୁ ଆଗକୁ ନେବା। ଲୋକଙ୍କ ସେବକ ହୁଅନ୍ତୁ। ଗର୍ବ ଅହଙ୍କାର କଲେ ଲୋକେ ନିର୍ବାଚନରେ ତୁମ କଥା ବୁଝିଦେବେ। ତେଣୁ ସମସ୍ତେ ମିଳିମିଶି ଦଳକୁ ଆଗକୁ ନେବାକୁ ବିଧାୟକ ନାୟକ ଉପସ୍ଥିତ ସଂଗଠକକୁ ଆହ୍ବାନ କରିଥିଲେ।

ଭାଜପାର ମୂଳ ଲକ୍ଷ୍ୟ ହେଲା ଦେଶର ସୁରକ୍ଷା। କିନ୍ତୁ କଂଗ୍ରେସ ସର୍ବଦା ହିନ୍ଦୁ ମୁସଲମାନ ମଧ୍ୟରେ ଲଢେଇ ଲଗାଇବା। ଭାଜପା ନାରୀଙ୍କୁ ଅଧିକ ସମ୍ମାନ ଦେଉଛି। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ପୌର ନିର୍ବାଚନ ହେବ। ତେଣୁ ବର୍ତ୍ତମାନ ଠାରୁ ସଂଗଠନକୁ ଆଗକୁ ନେବାକୁ ହେବ ବୋଲି ବିଧାୟକ ନାୟକ କହିଥିଲେ। ୨୦୧୯ରେ କିଛି କୁଚକ୍ରି ଗୋଷ୍ଠୀଙ୍କ ପାଇଁ ମୁଁ ପରାସ୍ତ ହୋଇଥିଲି। ମୁଁ ନିର୍ବାଚିତ ହେବାପରେ ଆଜି ଉକ୍ତ କୁଚକ୍ରୀ ଗୋଷ୍ଠୀଙ୍କୁ ଲୋକେ ପ୍ରତ୍ୟାଖାନ କରିଦେଇଛନ୍ତି। ବିଜେଡି ବର୍ତ୍ତମାନ ରାଜ୍ୟରେ ୮ ଫାଳ ହୋଇଗଲାଣି। ୩୦ ବିଜେଡି ବିଧାୟକ ଏବଂ କଂଗ୍ରେସର ୮ ଜଣ ବିଧାୟକ ଭାଜପାରେ ମିଶିବେ। ଏଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ପ୍ରଦ୍ୟୁମ୍ନ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ଚାଷୀ, ଗରିବ ମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି। ବିଜେଡି ଗଛର ଚେରକୁ ଆମର ପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଟି ଦେଇଛନ୍ତି। ତେଣୁ ବିଜେଡି ଆଉ ତିଷ୍ଠିବ ନାହିଁ ବୋଲି ପ୍ରଦ୍ୟୁମ୍ନ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ନେତା ମାନସ ଜେନା, ଲକ୍ଷ୍ମୀ ବିଷୋୟୀ, ସନ୍ତୋଷ ପାଳ, ଜଗନ୍ନାଥପ୍ରସାଦ ବ୍ଲକ ଏମ ପି ପ୍ରତିନିଧି ମହେନ୍ଦ୍ର ପଣ୍ଡା, ସକ୍ରିୟ କର୍ମକର୍ତ୍ତା ସଭାନେତ୍ରୀ ଭୋଳି ସାହୁ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଏମପି ପ୍ରତିନିଧି ରବିନ୍ଦ୍ର ଗୌଡ ସଭାକୁ ସଂଯୋଜନା କରିଥିଲେ। ପୂର୍ବତନ ମଣ୍ଡଳ ସଭାପତି ଧୋବା ଗୌଡ କହିଥିଲେ, ବିଜେଡି ଶାସନ ସମୟରେ ଭଞ୍ଜନଗର ର୍ନିବାଚନ ମଣ୍ଡଳୀର ଦୁଇ ବ୍ଲକ, ଜଳସମ୍ପଦ, କ୍ଷୁଦ୍ର ଜଳସେଚନ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ବିଭାଗ ରେ ବ୍ୟାପକ ଦୁର୍ନୀତି ହେଉଥିଲା। ବିନା କାମରେ କୋଟି କୋଟି ଟଙ୍କା ଲୁଟି ନେଇଛନ୍ତି। ତେଣୁ କିଛି ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଆଉ କିଛି ଅଧିକାରୀ ଆଗାମୀ ଦିନରେ ଭିଜିଲାନ୍ସ ଦ୍ୱାରା ବନ୍ଧା ହେବେ ବୋଲି ଧୋବା କହିଥିଲେ। ଜିଲ୍ଲା ପରିଷଦ ଏମ ପି ପ୍ରତିନିଧି ଶିବ ଶଙ୍କର ପ୍ରଧାନ କହିଥିଲେ ଯେ ଆମ ନିର୍ବାଚନ ମଣ୍ଡଳୀରେ ଆମର ଜଣେ ମାତ୍ର ନେତା। ସେ ହେଉଛନ୍ତି ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ। ତେଣୁ ଆମେ ଆତ୍ମଘୋଷିତ ନେତା ନ ହୋଇ ଶୃଙ୍ଖଳିତ କର୍ମୀ ଭାବେ କାମ କରିବାକୁ ଆହ୍ବାନ କରିଥିଲେ। ତାହା ହେଲେ ଯାଇ ଦଳ ଆଗକୁ ବଢ଼ିପାରିବ। ଗ୍ରାମରେ ବିକାଶ ଚିନ୍ତା କରିବା ବେଳେ ବ୍ୟକ୍ତିଗତ ସ୍ବାର୍ଥ ଛାଡ଼ି ସାମୂହିକ ଚିନ୍ତା କରିବା ଆବଶ୍ୟକ ବୋଲି ଶିବ କହିଥିଲେ।

ସମିତିସଭ୍ୟ ଲକ୍ଷ୍ମୀ ବିଷୋୟୀ କହିଥିଲେ, ଆମେ ନିଜ ନିଜ ଭିତରେ ଲଢ଼େଇ ନ କରି ବିରୋଧୀଙ୍କ ସହ ଲଢ଼ିବାକୁ ହେବ। ସମିତିସଭ୍ୟ ନିଲାଞ୍ଚଳ ଖିଲାର କହିଥିଲେ ଗାଁ ସଂଗଠନ ବଢ଼ିଲେ ଦଳ ଆଗକୁ ବଢ଼ିବ। ବିଗତ ୨୫ ବର୍ଷର ସଫଳତାକୁ ଆମେ ଏକ ବର୍ଷରେ ପୂରଣ କରିଦେବୁ। ରାଜ୍ୟ ପରିଷଦ ସଭ୍ୟ ବିଷ୍ଠୁ ପ୍ରସାଦ ପ୍ରଧାନ କହିଥିଲେ ଗରିବ ଲୋକଙ୍କୁ ସମାଜର ମୁଖ୍ୟ ସ୍ରୋତ କୁ ଫେରାଇ ଆଣିବା ହେଉଛି ଭାଜପାର ମୂଳ ଲକ୍ଷ୍ୟ। କେନ୍ଦ୍ରର ବିଗତ ୧୧ ବର୍ଷ ଭାଜପା ଶାସନ ସରକାର ଏତେ ସଫଳତା ଲାଭ କରିଛନ୍ତି ଯେ ଏଠି ଚାଇନା ଓ ପାକିସ୍ତାନ ଲୋକେ ଆସି ବସବାସ କରିବାକୁ ପସନ୍ଦ କରୁଛନ୍ତି। ର୍ନିବାଚନମଣ୍ଡଳୀ,
ଦଳ, କର୍ମକର୍ତ୍ତା ଆଗକୁ କିଭଳି ବଢ଼ିବେ ସେଥିପାଇଁ ବିଧାୟକ ଦୈନିକ ୧୮ ଘଣ୍ଟା ପରିଶ୍ରମ କରୁଛନ୍ତି। ଯୁବ ନେତା ସମୀର ନାୟକ ଦଳ ଆଗକୁ କିଭଳି ବଢିବ ସେନେଇ କହିଥିଲେ। ଏମପି ପ୍ରତିନିଧି ସନ୍ତୋଷ ତିଆଡି କହିଥିଲେ ୪ଟି ଦିଗକୁ ଦେଖି ଆଜିର ଏହି ବୈଠକ ହେଉଛି। ଭାଜପା ନଗର ଯୁବ ସଭାପତି ଶିବଶଙ୍କର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri