ଥାନା ସ୍ଥାପନ ଦାବି ତେଜିଲା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମରେ ଥାନା କିମ୍ବା ପୋଲିସ ଫାଣ୍ଡି ସ୍ଥାପନ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି । ଅଞ୍ଚଳବାସୀଙ୍କ ପକ୍ଷରୁ ସାମାଜିକ କର୍ମୀ ହିରାଲାଲ ସାହୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆୟୋଜିତ ଜିଲା ସଡକ ସୁରକ୍ଷା ସମିତି ବୈଠକରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ ଓ ଉପ ଜିଲାପାଳ ପରକ୍ଷୀତ ସାହୁଙ୍କ ଉପସ୍ଥିତିରେ ଅତିରିକ୍ତ ଏସ୍‌ପି ଧୀରଜ ଚୋପଦାରଙ୍କୁ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଏଥିସହ ଏହାର ନକଲ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗଙ୍କ ପ୍ରଦାନ କରାଯାଇଥିଲା। ଅଞ୍ଚଳବାସୀଙ୍କ ଦାବି ଅନୁଯାୟୀ ଦେବଗଡ଼ ଥାନା ଅଧୀନରେ ଥିବା କଣ୍ଢଳ ଗ୍ରାମଟି ଜନସଂଖ୍ୟା ଦୃଷ୍ଟିରୁ ଦେବଗଡ ଜିଲାର ଦ୍ୱିତୀୟ ବୃହତମ ଗ୍ରାମ ଅଟେ। ଏହାର ନିକଟସ୍ଥ ଗ୍ରାମଗୁଡିକ ଜନ ବହୁଳ ଅଞ୍ଚଳ ହୋଇଥିବା ବେଳେ ସେଠାରେ ସ୍କୁଲ, କଲେଜ, ବ୍ୟାଙ୍କ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମେତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ରହିଛି।

ପୂର୍ବର ରାତ୍ରି ସମୟରେ କଣ୍ଢଳସ୍ଥିତ ଗ୍ରୀଡ ଷ୍ଟେଶନଠାରୁ ଡାଇମଣ୍ଡ ଛକ ମଧ୍ୟରେ ରହିଥିବା ବିଭିନ୍ନ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରୁ ଚୋରି ହୋଇଥିବା ବହୁ ନଜିର ରହିଛି। ସେହିପରି ଅନେକ ଥର ଏଟିଏମ୍‌ ଲୁଟ ଭଳି ଉଦ୍ୟମ ମଧ୍ୟ ହୋଇଛି ।

ଡାଇମଣ୍ଡ ଛକ ନିକଟରେ ଏକ ବିଦେଶୀ ମଦ ଦୋକାନ ରହିଥିବାରୁ ରାତ୍ରୀ ସମୟରେ ଅସାମାଜିକ ତତ୍ୱଙ୍କର ଗହଳି ଦେଖିବାକୁ ମିଳିଥାଏ। ସେଠାରେ ଥିବା ସର୍ନିଂହୋମ ଅଞ୍ଚଳ ମଧ୍ୟ ରାତ୍ରୀ ସମୟରେ ସୁରକ୍ଷିତ ନୁହେଁ। ଏଣୁ ଏହି ଅଞ୍ଚଳରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଣ୍ଢଳ ଗ୍ରାମରେ ଏକ ଥାନା କିମ୍ବା ପୋଲିସ ପାଣ୍ଡି ସ୍ଥାପନ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଘଣ୍ଟିଆ ଦେବଗଡ଼ ବନ୍ଧ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri