ୟୁକ୍ରେନ ଉପରେ ଚଳିତ ବର୍ଷର ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ

କ୍ୱିଭ,୧୪।୪: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଏକ ବଡ଼ ଆକ୍ରମଣ କରିଛି। ରବିବାର ୟୁକ୍ରେନର ସୁମି ସହରରେ ଚର୍ଚ୍ଚ ପ୍ରାର୍ଥନା ସମୟରେ ରୁଷୀୟ କ୍ଷେପଣାସ୍ତ୍ରଗୁଡ଼ିକ ଧ୍ୱଂସଲୀଳା ସୃଷ୍ଟି କରିଥିଲା। ଏହି ଆକ୍ରମଣରେ ୩୪ ଜଣ ପ୍ରାଣ ହରାଇଥିଲେ, ସେମାନଙ୍କ ମଧ୍ୟରେ ଦୁଇଜଣ ନିର୍ଦ୍ଦୋଷ ଶିଶୁ ମଧ୍ୟ ଥିଲେ। ରାସ୍ତାରେ ରକ୍ତ, ଭଗ୍ନାବଶେଷ ଗଦା ଏବଂ ଚିତ୍କାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି। ଏହା ୨୦୨୫ ମସିହାରେ ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ରୁଷିଆର ଏହି ବର୍ବରତାରେ ସାରା ବିଶ୍ୱ କ୍ରୋଧିତ ହୋଇଛି। ଅନ୍ୟପକ୍ଷରେ, ଆମେରିକା ୟୁକ୍ରେନର ଗ୍ୟାସ ପାଇପଲାଇନକୁ କବଜା କରିବାକୁ ଚାହୁଁଛି।
ରବିବାର ସୁମିର ଲୋକଙ୍କ ପାଇଁ ଏକ କଳା ଦିନ ହୋଇଗଲା। ଲୋକମାନେ ଚର୍ଚ୍ଚରେ ପ୍ରାର୍ଥନା କରୁଥିଲେ, ପିଲାମାନେ ଖେଳୁଥିଲେ, ଏବଂ ତା’ପରେ ଆକାଶରୁ ରୁଷିଆ ବାଲିଷ୍ଟିକ କ୍ଷେପଣାସ୍ତ୍ର ବର୍ଷା ହେଲା। ୩୪ ଜଣଙ୍କର ମୃତ୍ୟୁ ହୋଇଥିଲା, ୧୧୭ ଜଣ ଆହତ ହୋଇଥିଲେ। ଗୋଟିଏ କ୍ଷେପଣାସ୍ତ୍ର ବିଶ୍ୱବିଦ୍ୟାଳୟ କୋଠାରେ ପଡ଼ିଥିଲା, ଅନ୍ୟଟି ରାସ୍ତା ମଝିରେ ବିସ୍ଫୋରଣ ହୋଇଥିଲା। ସୁମିର ରାସ୍ତାରେ ଯାନବାହାନ ଜଳିଗଲା, କୋଠାଘର ଭୁଶୁଡ଼ି ପଡ଼ିଲା, ଏବଂ ଲୋକଙ୍କ ଜିନିଷପତ୍ର ଭଗ୍ନାବଶେଷ ତଳେ ପୋତି ହୋଇଗଲା। ସିଏନଏନର ଏକ ରିପୋର୍ଟ ଅନୁଯାୟୀ, ୫୨ ବର୍ଷୀୟା ନାତାଲିଆ ପିହୁଲ କାନ୍ଦି କାନ୍ଦି କହିଥିଲେ, ‘ମୋ ମାଆ ରୋଷେଇ କରୁଥିଲେ।’ ହଠାତ ଏକ ବିସ୍ଫୋରଣ ହେଲା ଏବଂ ଆଲମାରୀଟି ତାଙ୍କ ମୁଣ୍ଡ ଉପରେ ପଡ଼ିଗଲା। ତାଙ୍କ ମୁଣ୍ଡରୁ ରକ୍ତ ବାହାରୁଛି, ସେ ଡାକ୍ତରଖାନାରେ ଅଛନ୍ତି।
ତାଙ୍କ ଘରର ଝରକା ଭାଙ୍ଗି ଯାଇଥିଲା ଏବଂ କାଚର ଖଣ୍ଡ ବିଛାଡ଼ି ହୋଇ ପଡ଼ିଥିଲା। ନାତାଲିଆ ନିଜର କ୍ରୋଧ ପ୍ରକାଶ କରି କହିଲେ, ‘ଏଠାରେ କୌଣସି ସାମରିକ ଘାଟି ନଥିଲା।’ ତେବେ ରୁଷିଆ ସାଧାରଣ ଲୋକଙ୍କୁ କାହିଁକି ଟାର୍ଗେଟ କଲା? ଆକ୍ରମଣ ପରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଧ୍ୟ କ୍ରୋଧିତ। ସେ କ୍ରୋଧର ସହିତ କହିଲେ, ‘ରୁଷ ଜାଣିଶୁଣି ଆତଙ୍କବାଦ ପ୍ରସାର କରୁଛି।’ ଏହି ଲୋକମାନେ ଶାନ୍ତିର ଧାରଣା ବୁଝନ୍ତି ନାହିଁ। ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ବନ୍ଦ କରିବା ପାଇଁ ବିଶ୍ୱକୁ କଠୋର ପଦକ୍ଷେପ ନେବାକୁ ପଡିବ।
ରୁଷିଆ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରୁଛି। ଏହାକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ସୁମି ଉପରେ ରୁଷିଆର ଆକ୍ରମଣ ‘ ଏହି କଥାର ଏକ ଦୁଃଖଦ ରିମାଇଣ୍ଡର କି ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ଏହି ଯୁଦ୍ଧ ଶେଷ କରିବା ଏବଂ ଏକ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ କାହିଁକି ଲାଗିଛନ୍ତି। ଆମେରିକାର ସ୍ବତନ୍ତ୍ର ପ୍ରତିନିଧି କିଥ କେଲୋଗ କହିଛନ୍ତି: ‘ମୁଁ ସେନାରେ କାମ କରିଥିଲି। ମୁଁ ଜାଣଇଛି ଲକ୍ଷ୍ୟଭେଦ କିପରି କରାଯାଏ। ଏହି ଆକ୍ରମଣ ଭୁଲ ଥିଲା। ସେଥିପାଇଁ ଟ୍ରମ୍ପ ଏହି ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri