ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ ଅନ୍ୟ ଏକ ବର୍ଗ ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଉଛନ୍ତି। ତେବେ ପୁରୁଷ କମିଶନ ଗଠନର ଯଥାର୍ଥତା ଅଛି କି ନାହିଁ ଏହି ପ୍ରସଙ୍ଗ ଉଠାଇବାର ମୂଳ ଉଦ୍ଦେଶ୍ୟ କ’ଣ ଟିକେ ଦୃଷ୍ଟି ପକାଇବା। ପ୍ରଥମେ କିଛି ଘଟଣା ଓ ମତ ଉପରେ ଆଲୋଚନା କରିବା ପରେ ଯାଇ ବିଚାରକରିବା ପୁରୁଷ ଆଇନର କେତେ ଆବଶ୍ୟକତା ଅଛି ଆଉ କେତେ ଅନାବଶ୍ୟକ।
ପୂର୍ବରୁ ଆଲୋଚନା କରିଛନ୍ତି ବହୁଚର୍ଚ୍ଚିତ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ବିଷୟରେ ପୁଣି ଦେହରୁ କ୍ଷତ ଲିଭିନି ଆଉ ଏକ ଆତ୍ମହତ୍ୟା ମାନବ ଶର୍ମା କରିଛନ୍ତି। ସେ ବି ମଧ୍ୟ ସମାନ ଭାବେ ସ୍ତ୍ରୀଙ୍କଠାରୁ ଅତ୍ୟାଚାରିତ ହୋଇ ପ୍ରାଣ ତ୍ୟାଗ କରିଛନ୍ତି। ତେବେ ଏଠି ଗୋଟିଏ ପ୍ରଶ୍ନ ଆସୁଛି କ’ଣ ସତରେ ପୁରୁଷ ଏତେ ଦୁର୍ବଳ ହୋଇଗଲାଣି ଯେ କିଛି ରାସ୍ତା ନ ପାଇ ଆତ୍ମହତ୍ୟାର ବାଟ ବାଛିନେଉଛି। ଏମିତି ବହୁ ଘଟଣା ଏବେ ଘଟୁଛି ଏବଂ ଅତୀତରେ ମଧ୍ୟ ଘଟିସାରିଛି। ତେବେ ଅସଂଖ୍ୟ କୁଆ ଆଗେ ଗୋଟିଏ ପାରାର ରାବ ଶୁଭିପାରିନାହିଁ। ଅନେକ ସମୟରେ ମହିଳାଙ୍କୁ ସୁରକ୍ଷା ପାଇଁ କରାଯାଇଥିବା ଆଇନକୁ ସେମାନେ କିଛି ସ୍ଥାନରେ ଅସ୍ତ୍ର ରୂପେ ଅପବ୍ୟବହାର କରୁଛନ୍ତି।
ଯଦି ଦେଖିବା ଗତ ୨ ଦଶନ୍ଧି ମଧ୍ୟରେ ମହିଳାମାନେ ଅଧିକ ସଂଖ୍ୟାରେ ମାମଲା ଦାୟର କରୁଛନ୍ତି। ସେଥିମଧ୍ୟରୁ ସର୍ବାଧିକ ମାମଲା ପ୍ରତିଶୋଧପରାୟଣତାରୁ ହେଉଛି। ୨୦୨୦ରେ ଏହିପରି ଜଣେ ମହିଳା ତାଙ୍କର ପୁରୁଷ ବନ୍ଧୁଙ୍କ ନାମରେ ବଳାତ୍କାର ମାମଲା ଦାଏର କରିଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଦୀର୍ଘ ବର୍ଷ ଧରି ସେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ବୋଲି ଅଭିଯୋଗ କରିଥିଲେ। କିନ୍ତୁ ଏହା ଗ୍ରହଣଯୋଗ୍ୟ ହେଲାନାହିଁ। ଏହିପରି ଅନେକ ଘଟଣା ଘଟୁଛି। ଏହାର ଅର୍ଥ ନୁହେଁ, ମହିଳାମାନେ ନିର୍ଯାତିତା ହେଉନାହାନ୍ତି କିମ୍ବା ସବୁ ମାମଲା ଉଦ୍ଦେଶ୍ୟମୂଳକ। କିନ୍ତୁ କହିବାର କଥା ହେଉଛି, ପୁରୁଷଙ୍କ ଉପରେ ମିଛ ମାମଲାର ସଂଖ୍ୟା ବଢୁଛି ଏବଂ ଜଣେ ବ୍ୟକ୍ତି ଦଣ୍ଡପାଇ ନିର୍ଦ୍ଦୋଷରେ ଖଲାସ ହେଉଥିବା ଦେଖିବାକୁ ମିଳୁଛି। ଏସବୁ ଘଟଣାବଳୀର ତର୍ଜମା କଲେ, ଏହା ମଧ୍ୟ ସାମ୍ନାକୁ ଆସୁଛି ଯେ ପୁରୁଷମାନେ ଏଭଳି ମିଛ ମାମଲାରୁ ସୁରକ୍ଷା ପାଇବାଯୋଗ୍ୟ। କିନ୍ତୁ ଏହି ପ୍ରସଙ୍ଗକୁ ନେଇ ଓକିଲ ମହେଶ କୁମାର ତିୱାରୀ ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପୁରୁଷ କମିଶନ ଗଠନ ଲାଗି ଆବେଦନ କରିଥିଲେ। ଉକ୍ତ ଆବେଦନରେ ୨୦୨୧ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାରକରି ଦର୍ଶାଇଥିଲେ ଏବଂ ସେ ଯୁକ୍ତି ବାଢ଼ି କହିଥିଲେ, ୩୩.୨ ଓ ୪.୮ ପ୍ରତିଶତ ପୁରୁଷ ପାରିବାରିକ ଓ ବିବାହଜନିତ ସମସ୍ୟା ଯୋଗୁ ଆତ୍ମହତ୍ୟା କରିଛନ୍ତି। ଏହି ତଥ୍ୟ ପ୍ରମାଣ କରୁଛି କି, ପୁରୁଷ ନିର୍ଯାତନା କେତେ ଗୁରୁତର ହେବାକୁ ଯାଉଛି ଏବଂ ମହିଳା ସୁରକ୍ଷା ଆଇନର କିପରି ଅପବ୍ୟବହାର ହେଉଛି। କିନ୍ତୁ ଏହା ସତ୍ତ୍ବେ ପୁରୁଷ କମିଶନ ଗଠନ ପ୍ରସ୍ତାବକୁ ସୁପ୍ରିମ କୋର୍ଟ ୨୦୨୩ ଜୁଲାଇରେ ଖାରଜ କରିଦେଇଥିଲେ।
କର୍ମକ୍ଷେତ୍ରରେ ହେଉ କିମ୍ବା ଘରେ ଯଦି ଜଣେ ପୁରୁଷ କ’ଣ ଟିକେ କହିଦେଉଛନ୍ତି, ମହିଳା ଜଣକ ଆଇନ ବ୍ୟବସ୍ଥାକୁ ଢାଲକରି ଅଭିଯୋଗ ଲଗାଉଛି, ଡରାଉଛି ବା ଧମକାଉଛି। ତେଣୁ ପୁରୁଷଟିଏ ଲୋକଲଜ୍ଜାରେ ଚୁପ୍‌ ରହୁଛି। କେତେକେ ମୁହଁଖୋଲି ବିବାଦ, ଛାଡ଼ପତ୍ର ବା ଆପୋସ ସମାଧାନ କରୁଛନ୍ତି କିମ୍ବା ଅତୁଲ ସୁଭାଷଙ୍କ ଭଳି ଜୀବନ ହାରିଦେଉଛନ୍ତି। ଏହା ନିଶ୍ଚିନ୍ତ ଯେ, ବର୍ତ୍ତମାନ ଯୌତୁକ ନିର୍ଯାତନା ହାର କମିଛି। କିନ୍ତୁ ସୋସିଆଲ ମିଡିଆରେ ବ୍ଲାକ୍‌ମେଲିଂ, ପରକୀୟା ପ୍ରୀତି ଆଦି ଅପରାଧ ବଢ଼ିଛି। ପୁରୁଷ ଓ ମହିଳା ସମକକ୍ଷ ହୋଇଯିବାରୁ ନିଜ ନିଜର ଅଧିକାର ପାଇଁ ସେମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଭୁଲିଯାଉଛନ୍ତି। ତେଣୁ ସମାଜରେ ପୁରୁଷ ଆତ୍ମହତ୍ୟା ହେଉ କିମ୍ବା ଇଞ୍ଜିିନିୟର ଅତୁଲଙ୍କ ମାମଲା ସମାଜ ପାଇଁ ଏକ ଚେତାବନୀ। ଏଥିପାଇଁ ନ୍ୟାୟ ବ୍ୟବସ୍ଥା ଦାୟୀ। ଯଦି ଅଧିକ ସଂଖ୍ୟାରେ ଥିବା କୌଣସି ଗୋଷ୍ଠୀ ନିର୍ଯାତିତ କିମ୍ବା ପ୍ରଭାବିତ ହେଉଥା’ନ୍ତି ତାଙ୍କ ସୁରକ୍ଷା ପାଇଁ କମିଶନ ଗୋଟିଏ ପ୍ଲାଟ୍‌ଫର୍ମ ଭଳି କାମକରେ; ଯେମିତି ସଂଖ୍ୟାଲଘୁ ଓ ଏସ୍‌ସିଏସ୍‌ଟି କମିଶନ। ଥାନା କଚେରି ନ ଦେଇ ଆଇନ ପରିସର ଭିତରେ ଆପୋସ ସମାଧାନ ପାଇଁ କମିଶନ କାର୍ଯ୍ୟ କରିଥାଏ। ପୁରୁଷ କମିଶନର ଆବଶ୍ୟକତା ନାହିଁ। ମହିଳା କମିଶନରେ ଉଭୟ ମହିଳା ଓ ପୁରୁଷ ପକ୍ଷଙ୍କ ଅଭିଯୋଗ ଶୁଣି ବିଚାର କରାଯାଏ। କାହାକୁ ଦଣ୍ଡ ଦେବା ଲାଗି କମିଶନର ଅଧିକାର ନାହିଁ। ସେମାନେ କେବଳ କାଉନ୍‌ସେଲିଂ ମାଧ୍ୟମରେ ସମାଧାନ କରନ୍ତି କିମ୍ବା ପୋଲିସକୁ କେସ୍‌ ବିଷୟରେ ଜବାବ ମାଗନ୍ତି। ପୁରୁଷ କମିଶନ ହେଲେ ସମାଜରେ ବିଭକ୍ତୀକରଣ ସୃଷ୍ଟିହେବ। ଅର୍ଥାତ୍‌ କିଛି ଅସୁବିଧା ହେଲେ ମାଆ, ସ୍ତ୍ରୀ ବା ଭଉଣୀ ମହିଳା କମିଶନକୁ ଯିବେ ଆଉ ବାପା, ଭାଇ, ସ୍ବାମୀ ମଧ୍ୟ ପୁରୁଷ କମିଶନକୁ ଯିବେ। ଏମିତି ହେଲେ ପରିବାର ବିଭକ୍ତ ହୋଇଯିବ। ଏଣୁ ଯେଉଁ ଆଇନ ବ୍ୟବସ୍ଥା ଅଛି ତାକୁ ସୁଦୃଢ଼ କରାଯାଉ ଏବଂ କୋର୍ଟରେ ତାରିଖ ନ ଗଡ଼ାଇ ମାମଲାର ବିଚାର ଯଥାଶୀଘ୍ର କରାଯାଉ।
ଯଦି ଅନ୍ୟ ଦିଗଟି ଦେଖିବା, ଅର୍ଥାତ୍‌ ପୁରୁଷ କମିଶନର ଆବଶ୍ୟକତାକୁ ନେବା ତେବେ ଏହାର ଯଥାର୍ଥତା ଅନେକ ରହିଛି। କାରଣ ଲିଙ୍ଗଗତ ଦୃଷ୍ଟିରୁ ଯଦି ପୁରୁଷ ମହିଳା ସମାନ ତେବେ ଏହା ଗଠନ ହେବା କଥା ନିଶ୍ଚିନ୍ତ। କାରଣ ଏକ ରିପୋର୍ଟକୁ ଆଧାରକରି ଯଦି ନେବା ଭାରତରେ ପ୍ରତି ଘଣ୍ଟାରେ ପ୍ରାୟ ୪ଜଣ ଓ ବର୍ଷକୁ ୩୧,୫୦୦ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ଏହା କହିବାର ଉଦ୍ଦେଶ୍ୟ ହେଉଛି ମହିଳାଙ୍କ ପାଇଁ ଯଦି ଏତେ ଆଇନ ବ୍ୟବସ୍ଥା ଥାଇ ମଧ୍ୟ ସେମାନେ ସୁରକ୍ଷିତ ନୁହନ୍ତି ତେବେ ପୁରୁଷମାନେ ମଧ୍ୟ ମଣିଷ, ତାଙ୍କ ପାଇଁ କୌଣସି ଆଇନ ବ୍ୟବସ୍ଥା ହିଁ ନାହିଁ, ତେବେ ସେମାନେ କେତେ ସୁରକ୍ଷିତ ହୋଇପାରିବେ। ଉପରେ ଆଲୋଚନା କରିଥିଲେ କି କିପରି କେତେଜଣ ମହିଳା ଆଇନର ଅପବ୍ୟବହାର କରୁଛନ୍ତି। ତେବେ ଯେଉଁ ନିରୀହ ମହିଳାଙ୍କ ପାଇଁ ଆଇନ ଗଢ଼ାଯାଇଛି ସେମାନେ ତାହାର ଲାଭ ଉଠାଇପାରୁ ନାହାନ୍ତି ବରଂ କେତେଜଣ ମହିଳା ଏହାର ଅପବ୍ୟବହାର କରୁଛନ୍ତି। ତେବେ ପୁରୁଷ କମିଶନ ଗଠନ କରିବାରେ କ’ଣ ଅସୁବିଧା। ଗଠନ ହେଲେ କେତେକେ ଏହାର ଅପବ୍ୟବହାର କରିବେ ଆଉ କେତେଜଣ ପୁରୁଷ ତ ସୁରକ୍ଷା ପାଇପାରିବେ। ତେବେ ବେଳ ଥାଉ ଥାଉ କାହିଁକି ବନ୍ଧ ନ ବାନ୍ଧିବା। ନଚେତ୍‌ ଦିନ ଆସିବ ମହିଳାମାନେ ଯେପରି ଅବସ୍ଥା ଭୋଗୁଥିଲେ ସେହି ଅବସ୍ଥା ପୁରୁଷମାନେ ଭୋଗିବାକୁ ପ୍ରସ୍ତୁତ ହୋଇଯିବେ।

ରାନୀ ନାୟକ
ମୋ: ୭୬୦୬୯୯୬୦୫୩


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri