ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ ସେ ଡେଟ କରୁଥିବା ସ୍ପଷ୍ଟ କରିଥିଲେ। ଏହି ଖୁଲାସା ପରଠାରୁ ଦୁହେଁ ସେମାନଙ୍କ ପ୍ରେମ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ଏବେ ଉଭୟଙ୍କୁ ପ୍ରଥମ ଥର ପାଇଁ ଏକ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଆମିରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଚାଇନାର। ଭିଡିଓରେ ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାଉଛନ୍ତି। ଆମିରଙ୍କୁ କଳା କୁର୍ତ୍ତା ପିନ୍ଧିଥିବାର ଦେଖାଯାଉଛି। ଏହା ସହିତ ସେ ଏକ ଶାଲ ମଧ୍ୟ ପିନ୍ଧିଛନ୍ତି। ଗୌରୀ ଶାଢ଼ି ପିନ୍ଧିଥିବାର ନଜର ଆସୁଛନ୍ତି।


ଆମିର ଏବଂ ଗୌରୀ ମକାଉ ଆନ୍ତର୍ଜାତୀୟ କମେଡି ଫିଲ୍ମ ଫେଷ୍ଟିଭାଲରେ ଯୋଗଦେବା ପାଇଁ ଚାଇନା ଯାଇଥିଲେ। ଭିଡିଓରେ ଦୁହେଁ ଏକାଠି ଇଭେଣ୍ଟରେ ପ୍ରବେଶ କରୁଥିବାର ଦେଖାଯାଉଛି। ଆମିର ଗୌରୀଙ୍କ ହାତ ଧରି କ୍ୟାମେରା ସାମ୍ନାରେ ପୋଜ ଦେଉଛନ୍ତି। ଏବେ ସେହି ଘଟଣାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଆମିର ଏବଂ ଗୌରୀଙ୍କ ସହ ଅଭିନେତ୍ରୀ ମା ଲି ଏବଂ ଅଭିନେତା ସେନ ତେଙ୍ଗ ମଧ୍ୟ ନଜର ଆସୁଛନ୍ତି।

ତେବେ ଚାଇନାରେ ଆମିରଙ୍କର ମଧ୍ୟ ପ୍ରଶଂସକ ଅଛନ୍ତି। ସେଠାରେ ତାଙ୍କର ଫିଲ୍ମଗୁଡ଼ିକୁ ବହୁତ ପସନ୍ଦ କରାଯାଏ। ଆମିରଙ୍କ ’ଦଙ୍ଗଲ’ ଏବଂ ’ସିକ୍ରେଟ ସୁପରଷ୍ଟାର’ ସେଠାରେ ବହୁତ ଭଲ ରୋଜଗାର କରିଥିଲା।

ଗୌରୀ କିଏ?
ଗୌରୀ ବାଙ୍ଗାଲୋରର ବାସିନ୍ଦା। ତାଙ୍କର ସେଲୁନ ବ୍ୟବସାୟ ଅଛି। ଏହା ବ୍ୟତୀତ ସେ ଆମିର ଖାନଙ୍କ ପ୍ରଯୋଜନା କମ୍ପାନୀରେ ମଧ୍ୟ କାମ କରନ୍ତି। ଦୁହେଁ ପରସ୍ପରକୁ ୨୫ ବର୍ଷ ଧରି ଜାଣନ୍ତି। ହେଲେ ଦୁହେଁ ଗତ ଦେଢ଼ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି। ଗୌରୀଙ୍କ ପ୍ରଥମ ବିବାହରୁ ତାଙ୍କର ଏକ ୬ ବର୍ଷର ପୁଅ ମଧ୍ୟ ଅଛି।

ଆମିରଙ୍କ ଅଭିନୟ ବିଷୟରେ କହିବାକୁ ଗଲେ, ଲାଲ ସିଂହ ଚଡ୍ଡା ପରଠାରୁ ସେ କୌଣସି ଫିଲ୍ମରେ ଦେଖାଯାଇନାହାନ୍ତି। ହେଲେ ସେ ଏହି ବର୍ଷ ଏକ ଚଳଚ୍ଚିତ୍ର ନେଇ ଆସିବେ। ଯାହାର ନାମ ହେଉଛି ’ସୀତାରେ ଜମିନ ପର୍‌’ । ଏହି ଫିଲ୍ମର ରିଲିଜ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri