Posted inଜାତୀୟ

ବୟଫ୍ରେଣ୍ଡ ସହ ମା’ ଫେରାର: କାନ୍ଦି କାନ୍ଦି ଝିଅ ଆଖିରୁ ଶୁଖୁନି ଲୁହ

ଆଲିଗଡ,୧୦।୪:ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ନିଜ ଝିଅ ପ୍ରେମିକଙ୍କ ସହ ଫେରାର ହୋଇଯାଇଛନ୍ତି। ବିବାହର ଦିନକ ପୂର୍ବରୁ ସେ ଏପରି କାମ କରିଛନ୍ତି। ଏହି ଘଟଣା ପରେ ପ୍ରେମିକଙ୍କୁ ଝୁରି ଝୁରି ଲୁହ ଗଡାଉଛନ୍ତି ପ୍ରେମିକ।
ଉତ୍ତର ପ୍ରଦେଶର ଆଲିଗଡ଼ ମାନ୍ଦ୍ରାକ ଅଞ୍ଚଳର ମନୋହରପୁର ଗାଁର ଜଣେ ବାସିନ୍ଦା ଜିତେନ୍ଦ୍ର କୁମାର ତାଙ୍କ ଝିଅ ଶିବାନୀର ବିବାହ ଥାନା ଛରା ଅଞ୍ଚଳର ଏକ ଗାଁର ଯୁବକ ରାହୁଲଙ୍କ ସହିତ ସ୍ଥିର କରିଥିଲେ। ବିବାହ ଏପ୍ରିଲ ୧୬ରେ ହେବାର ଥିଲା। ପରିବାରର ସମସ୍ତ ସଦସ୍ୟ ବିବାହ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। କିନ୍ତୁ ବିବାହର ୯ ଦିନ ପୂର୍ବରୁ, ଶିବାନୀଙ୍କ ନିଜ ମା’ ତାଙ୍କୁ ଏପରି ଏକ ଝଟକା ଦେଇଥିଲେ ଯାହା ସେ ସାରା ଜୀବନ ମନେ ରଖିବେ। ରାହୁଲଙ୍କୁ ଧରି ତାଙ୍କ ମା’ ଫେରାର ହୋଇଯାଇଛନ୍ତି।

ସବୁଠାରୁ ବଡ଼ ଆଘାତ ଶିବାନୀ ଏବଂ ତାଙ୍କ ବାପାଙ୍କୁ ଲାଗିଥିଲା। ଏବେ ପୋଲିସ ଠାରୁ ନ୍ୟାୟ ମାଗୁଛନ୍ତି। ଶିବାନୀ କାନ୍ଦି କାନ୍ଦି କହିଛନ୍ତି, ଗତ ୩ ମାସ ଧରି ରାହୁଲ ଏବଂ ମୋ ମା’ ଫୋନ୍‌ରେ ଲଗାତାର କଥା ହେଉଥିଲେ। ୨୨ ଘଣ୍ଟା ଉଭୟ ଫୋନରେ ଗପୁଥିଲେ। ଆମେ ତାଙ୍କୁ କେବେ ସନ୍ଦେହ କରି ନ ଥିଲୁ। ଏବେ ଦୁହେଁ ପଳାଇ ଯାଇଛନ୍ତି, ମୁଁ ମୋ ମା’ଙ୍କୁ ସବୁଠାରୁ ଅଧିକ ଘୃଣା କରିବା ଆରମ୍ଭ କରିଛି। ସେ ମୋ ଘର ଉଜାଡି ଦେଲେ। ସେ ମୋ ବାପାଙ୍କୁ ମଧ୍ୟ ଠକିଦେଲେ।

ଆମ ଘରେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଏବଂ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଏବଂ ରୂପା ଅଳଙ୍କାର ଥିଲା। ମୋ ମା’ ସବୁକିଛି ନେଇ ପଳାଇ ଯାଇଛନ୍ତି। ଘରେ ଆଉ ୧୦ ଟଙ୍କା ବି ନାହିଁ। ବିବାହ ପୂର୍ବରୁ ପଠାଯାଇଥିବା ହଳଦିଆ ଚିଠିରେ ଆମେ ଫୋନ-ପେ ମାଧ୍ୟମରେ ରାହୁଲଙ୍କ ପରିବାରକୁ ୫୦,୦୦୦ ଟଙ୍କା ମଧ୍ୟ ପଠାଇଥିଲୁ। ଆମକୁ ଏବେ ଆମର ଟଙ୍କା ଫେରସ୍ତ ମିଳିବା ଉଚିତ। ୫ ଲକ୍ଷ ଟଙ୍କାର ଅଳଙ୍କାର ମଧ୍ୟ ଫେରାଇବାକୁ ପଡିବ। ମା’ଙ୍କ ସହିତ ଆମର ଆଉ କୌଣସି ସମ୍ପର୍କ ନାହିଁ। ସେ ମୋ ପାଇଁ ମରିଯାଇଛନ୍ତି ବୋଲି ଶିବାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri