ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ଦିନ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା । ଏନେଇ ଆର୍ଲଟ କରିଛି ପାଣିପାଗ ବିଭାଗ। ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ଜିଲାକୁ ଆଲର୍ଟ କରାଯାଇଛି । ସେହିପରି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ୨୫ଟି ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

୨୪ ଘଣ୍ଟାରେ ଦୁର୍ବଳ ହେବ କେନ୍ଦ୍ରୀୟ ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ଦୁର୍ବଳ ହେଲେ ବି ଏହାର ପ୍ରଭାବ ରେ ଓଡ଼ିଶାରେ ଆଗାମୀ ୩ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ସହ ଝଡ ପବନ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
କନ୍ଧମାଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଏହି ୬ ଜିଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ସେହିପରି ବର୍ଷା ଓ ଝଡ଼ ପବନ ପାଇଁ ଆଜି ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ କରାଯାଇଛି। ସେଥିରୁ ୧୯ ଜିଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାଥାଉ କି, ୧୧ ତାରିଖରେ ୧୬ ଜିଲାରେ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣ ର ବର୍ଷା ଏବଂ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

ଭାରତୀୟ ଟିମକୁ ବଡ଼ ଝଟକା, ଟି-୨୦ ସିରିଜରୁ ବାହାରି ଗଲେ ଅକ୍ଷର ପଟେଲ, ବୁମରାହଙ୍କୁ ନେଇ କ’ଣ ରହିଛି ଅପଡେଟ ଜାଣନ୍ତୁ

ନୂଆଦିଲ୍ଲୀ, ୧୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରବିବାର, ଡିସେମ୍ବର ୧୪, ୨୦୨୫ରେ...

ଓଡ଼ିଶା ଆସିପାରନ୍ତି ଶାହା, ଭାଜପା ଶିବିର ଚଳଚଞ୍ଚଳ

ଭୁବନେଶ୍ୱର, ୧୬।୧୨(ସୁନିତ୍‌ ମିଶ୍ର):ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ଏଥିରେ ଯୋଗଦେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ...

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ...

Oman Vs Indian Rupee: ମୋଦିଙ୍କ ଓମାନ ଗସ୍ତ ପରେ ଲକ୍ଷପତି ହେବେ ୫ଶହ ଭାରତୀୟ

ମସକଟ,୧୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଟି ରାଷ୍ଟ୍ର ଗସ୍ତରେ ଅଛନ୍ତି, ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ କରୁଛନ୍ତି। ତାଙ୍କର ଚାରି ଦିନିଆ ଗସ୍ତ ସମୟରେ,...

୮ ଦିନରେ କିଡନୀ ରୋଗ ନେଲା ତୃତୀୟ ଜୀବନ, ମୃତକଙ୍କ ପରିବାରକୁ ସହାୟତା ଯୋଗାଇବାକୁ ଦାବି

ଅମରପାଲି,୧୬/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡରେ ସୋମବାର ପୁଣି ଜଣେ କିଡନୀ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉପାନ୍ତ ଦୁର୍ଜନତୈଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri