ଦେବଗଡ,୮।୪(ଶଶାଙ୍କ ଶେଖର ଝାଙ୍କର):ଭାରତୀୟ ଜନତା ପାର୍ଟି ପକ୍ଷରୁ ଦେବଗଡ ଜିଲା ଭାଜପା କାର୍ଯ୍ୟାଳୟରେ ଭାଜପାର ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭାଜପା ଦେବଗଡ ମଣ୍ଡଳ ସଭାପତି ତଥା ଯୁବ ନେତା ରାଜେନ୍ଦ୍ର କୁମାର ଆଚାର୍ଯ୍ୟ(ରାଜୁ)ଙ୍କ ଆବାହକତ୍ୱ ଏବଂ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ଭାଜପା ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ଦାଶ,ଦେବଗଡ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ,ଭାଜପା ପୂର୍ବତନ ଜିଲା ସଭାପତି ମୀନକେତନ ପ୍ରଧାନ ଓ ବରିଷ୍ଠ ଭାଜପା ନେତା ଯୋଗେଶ ଚନ୍ଦ୍ର ପ୍ରଧାନ ଯୋଗଦେଇ ଦଳର ଇତିହାସ ଓ ବର୍ତମାନ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଜିଲାର ପ୍ରତ୍ୟେକ ଭାଜପା ନେତା , କର୍ମୀ ଓ ନିର୍ବାଚିତ ଲୋକ ପ୍ରତିନିଧି କାନ୍ଧରେ କାନ୍ଧ ମିଳାଇ ଦଳକୁ ଆଗାମୀ ଦିନରେ ଅଧିକରୁ ଅଧିକ ସଂଗଠିତ ଏବଂ ଶକ୍ତିଶାଳୀ କରିବାକୁ ଉପସ୍ଥିତ ନେତା ଓ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ଏହି ଅବସରରେ ଦେବଗଡ ସହର୍ରେ ଏକ ବାଇକ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା


