ଅନୁପ ବିଷୋୟୀ ହେଲେ ବ୍ରହ୍ମପୁର ବନସେବା ସର୍କଲ ସଭାପତି

ଭଞ୍ଜନଗର,୭ା୪(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ୍‌ ବନସେବା ବ୍ରହ୍ମପୁର ସର୍କଲର ୨୦୨୫-୨୬ ପାଇଁ ନୂତନ କର୍ମକର୍ତ୍ତା ନର୍ବାଚନ ରବିବାର ଆର୍‌ସିସିଏଫ୍‌ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଆର୍‌ ସି ସି ଏଫ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୯ଟି ବନଖଣ୍ଡର ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର ନିର୍ବାଚନରେ ଭାଗ ନେଇ ନୂତନ କର୍ମକର୍ତ୍ତାଙ୍କୁ ନିର୍ବାଚିତ କରିଥିଲେ। ଏଥିରେ ସଭାପତି ଭାବେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ସଭାପତି ଅନୁପ କୁମାର ବିଷୋୟୀ ବ୍ରହ୍ମପୁର
ସର୍କଲ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲା। ଅନୁପ ସର୍କଲ ସଭାପତି ହେବା ପରେ ତାଙ୍କ ସମର୍ଥକମାନେ ଖୁସିବ୍ୟକ୍ତ କରିବା ସହ ସଂଗଠନ ଆଗକୁ ବଢ଼ିବ ବୋଲି ଆଶା ରଖିଛନ୍ତି।
ସହିଭଳି ଉପସଭାପତି ଭାବେ ବୌଦ୍ଧ ବନଖଣ୍ଡର ସୁଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ସମ୍ପାଦକ ବ୍ରହ୍ମପୁର ବନଖଣ୍ଡ ଅମରେଶ ଦାସ, ଯୁଗ୍ମ ସମ୍ପାଦକ ପାରଳାଖେମୁଣ୍ଡି ବନଖଣ୍ଡର ଦୁର୍ଯ୍ୟୋଧନ ଜେନା, ଘୁମୁସର ଦକ୍ଷିଣ ବନଖଣ୍ଡର ପୁଷ୍ପାଞ୍ଜଳି ଜେନା, କୋଷାଧ୍ୟକ୍ଷ ବ୍ରହ୍ମପୁରର ଗିରିଶ ଚନ୍ଦ୍ର ରାୟ, ସଂଗଠନ ସମ୍ପାଦକ ଘୁମୁସର ଦକ୍ଷିଣ ବନଖଣ୍ଡର ପି ସୁରତ କୁମାର ରାଓ, ବୌଦ୍ଧର ରାମଚନ୍ଦ୍ର ଦଳବେହେରା, ବାଲିଗୁଡ଼ାର ଦାଶରଥି ପଣ୍ଡା, ଘୁମୁସର ଉତ୍ତର ବନଖଣ୍ଡର ସୁଶୀଲ କୁମାର ରାଉତ ନିର୍ବାଚିତ ହୋଇଛନ୍ତି। ଏଥିସହ ମୁଖ୍ୟ ଉପଦେଷ୍ଟା ଭାବେ ଫୁଲବାଣୀ ବନଖଣ୍ଡର ସରୋଜ କୁମାର ମିଶ୍ର, ପାରଳାଖେମୁଣ୍ଡିର ସନ୍ତୋଷ କୁମାର ରଥ,
ଘୁମୁସର ଦକ୍ଷିଣ ବନଖଣ୍ଡର ପଲ୍ଲବୀ ନନ୍ଦ ଓ ବୌଦ୍ଧ କେନ୍ଦୁପତ୍ରର ରାଜେଶ କୁମାର ସାହୁ ନିର୍ବାଚିତ ହୋଇଛନ୍ତି। ନିର୍ବାଚନକୁ ରାଜ୍ୟ ଅଧ୍ୟକ୍ଷ ଖଗେଶ୍ବର ସେଠୀ, ରାଜ୍ୟ ଉପସଭାପତି ଭବାନୀ ଶଙ୍କର ପରିଚ୍ଛା, ରାଜ୍ୟ ସହ ସମ୍ପାଦକ ସନ୍ତୋଷ ବିଷୋୟୀ ପରିଚାଳନା କରିଥିଲେ। ଏହାପୂର୍ବରୁ ସଂଗଠନର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ ସଭାପତି ଜଗବନ୍ଧୁ ପାତ୍ରଙ୍କ ସଭାପତିତ୍ବରେ ହୋଇଥିଲା। ଏଥିରେ ରାଜ୍ୟ ସରକାର କର୍ମଚାରୀମାନଙ୍କ ବିଭିନ୍ନ ଦାବିକୁ ପୂରଣ କରିଥିବା ଯୋଗୁ ସରକାର ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଯାଇଥିଲା। ଅପରପକ୍ଷେ ନବନିର୍ବାଚିତ ସର୍କଲ ସଭାପତି ଅନୁପ କୁମାର ବିଷୋୟୀ କହିଛନ୍ତି ଯେ, ଅଫିସର ଏବଂ କର୍ମଚାରୀଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସଂଗଠନକୁ ଆଗକୁ ନିଆଯିବ। ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ମଧ୍ୟ ସତନ୍ତ୍ର ଦୃଷ୍ଟି ଦିଆଯିବ। ଭଲ କାମ କରୁଥିବା କର୍ମଚାରୀଙ୍କୁ ଉତ୍ସାହିତ କରାଯିବ। ରାଜନୀତି ଚାପରେ କାମ ନ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ଅନୁପ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri