ନା କାଜୋଲ, ନା କରିସ୍ମା; ଏହି ଅଭିନେତ୍ରୀ ହେଉଛନ୍ତି ଅଜୟ ଦେବଗନଙ୍କ ପ୍ରଥମ ପ୍ରେମ…

ବମ୍ବେ: ସର୍ବଦା ନିଜର ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡର ଅନ୍ୟତମ ହିଟ୍‌ ନାୟକ ଅଜୟ ଦେବଗନ୍‌। ଆଜି ସେ ତାଙ୍କର ୫୬ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଚାଲନ୍ତୁ ଜାଣିବା ତାଙ୍କ ପ୍ରେମ ଜୀବନ ବିଷୟରେ କିଛି ଅଜଣା କଥା।

ଅଜୟ କାଜୋଲଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିଥିଲେ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ପୂର୍ବଭଳି ରହିଛି। ହେଲେ ବହୁତ କମ୍‌ ଲୋକ ଜାଣନ୍ତି କି କାଜୋଲ ଅଜୟଙ୍କ ପ୍ରଥମ ପ୍ରେମ ନ ଥିଲେ।

କାଜୋଲଙ୍କ ପୂର୍ବରୁ ଅଭୟଙ୍କ ଜୀବନରେ କରିସ୍ମା କପୁର ଆସିଥିଲେ। ବଲିଉଡ୍‌ରେ ଏନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ଅଜୟ କେବେ ବି ସେନେଇ ମୁହଁ ଖୋଲି ନ ଥିଲେ। ତେବେ ସେ ମଧ୍ୟ ଅଭିନେତାଙ୍କ ପ୍ରଥମ ପ୍ରେମ ନୁହନ୍ତି।

ଅନେକ ଭାବନ୍ତି ଯେ ଅଜୟଙ୍କ ପ୍ରଥମ ପ୍ରେମ ତବ୍ବୁ ଥିଲେ। ମାତ୍ର ଏହା ଭୁଲ୍‌। ଦୁହେଁ ପୁରୁଣା ବନ୍ଧୁ। ଆଜି ବି ସେମାନେ ପୂର୍ବଭଳି ବନ୍ଧୁତାର ବନ୍ଧନକୁ ତୁଲାଇ ଆସୁଛନ୍ତି।

ପ୍ରଥମ ପ୍ରେମ ବିଷୟରେ କହିଲେ ଅଜୟଙ୍କ ପ୍ରେମିକା ହେଉଛନ୍ତି ରବିନା ଟଣ୍ଡନ। ଫିଲ୍ମର ଶୁଟିଂ ସମୟରେ ଦୁହେଁ ନିକଟତର ହୋଇଥିଲେ। ପରେ ଅଜୟ କରିସ୍ମାଙ୍କ ସହ ଫିଲ୍ମ କରିଥିଲେ, ଯାହାକୁ ରବିନା ପସନ୍ଦ କରୁ ନ ଥିଲେ। ଛୋଟ ଛୋଟ କଥାରେ ମନାନ୍ତର ହେଉଥିଲା। ରବିନା ଅଜୟଙ୍କୁ ବୁଝାଇଲେ ମଧ୍ୟ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri