ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହିମାନଙ୍କୁ ମିଳିବ ଘର…

ଭବନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲା ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ ସହ ୩ ବର୍ଷରେ ୭ ହଜାର ୫୫୦ କୋଟି ଟଙ୍କା ଏ ବାବଦରେ ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି କେଉଁମାନଙ୍କୁ ଏହି ଯୋଜନାରେ ଘର ମିଳିବ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ ଏବଂ ଶହୀଦ ପରିବାରକୁ ଏହି ଯୋଜନାରେ ଘର ମିଳିବ।

ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୬୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏଥିପାଇଁ ଗତ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩୬୭୬ ହିତାଧିକାରୀ ଉପକୃତ ହେବେ। ଜିଲାର ବିଭିନ୍ନ ବ୍ଲକର କିଛି ହିତାଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନା’ର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।
ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପଞ୍ଚାୟତିରାଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ରାଜ୍ୟ ମନ୍ତ୍ରୀ ରବି ନାରାୟଣ ନାଏକ, ସଚିବ ଗିରିଶ ସତ୍ୟ ନାରାୟଣ , କଳାହାଣ୍ଡି ଏମପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲାପାଳ ପାୱାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ରବି ନାଏକ ତାଙ୍କ ଭାଷଣରେ କହିଥିଲେ। ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯଦି କେହି ଅଧିକାରୀ ପାତର ଅନ୍ତର କରୁଥିବା ଅଭିଯୋଗ ଆସିଲେ ତୁରନ୍ତ ସେହି ଅଧିକାରୀଙ୍କୁ ନିଲମ୍ବିତ କରାଯିବ। ସେହିପରି ଚଳିତ ବର୍ଷ ଲୋକଙ୍କ ସୁବିଧା ପାଇଁ ଚଳିତ ବର୍ଷ ୨୫ ହଜାର ନଳକୂପ ଖନନ କରାଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏ ମାଟି ହେଉଛି ମା’ ମାଣିକେଶରୀ ମାଟି, ମା’ଙ୍କ ଛତର ଯାତ୍ରା, ବୀରବାଦ୍ୟ ଘୁମୁରା ଆଜି ବିଶ୍ୱ ଦରବାରରେ ପରିଚିତ। ଏ ମାଟିର ବୀର ସହିଦ ରେଣ୍ଡୋ ମାଝୀ ଓ ଜଳ ପୁରୁଷ କାର୍ଜି ମାଝୀଙ୍କ ବଳିଦାନ ଅତୁଳନୀୟ। ଧାନ ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲା ଦ୍ବିତୀୟ ଓ କପାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଦାନ ମାଝୀ ଆମ୍ବୁଲାନ୍ସ ନ ପାଇ ନିଜ ସ୍ତ୍ରୀକୁ କାନ୍ଧରେ ବୋହିକି ନେଇଥିଲେ। ଆଉ ଜଣେ ଦାନ ମାଝୀ ଏପରି ଅବହେଳାର ସାମ୍ନାକୁ ନ ଆସନ୍ତି ସେଥିପାଇଁ ଏବେ ୧୦୯ ଆମ୍ବୁଲାନ୍ସ ଯୋଜନା କରାଯାଇଛି। କଳାର ହାଣ୍ଡି ହେଉଛି କଳାହାଣ୍ଡି। ଜୁନାଗଡ଼ ଦଧି ବାମନ ମନ୍ଦିରର ଲିପି କଳାହାଣ୍ଡିର ଇତିହାସ ଜଣାପଡ଼େ। କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌। ଯେଉଁଥିରେ ଅନ୍ତର୍ଜାତୀୟ ଖେଳ ହେଉଛି। ବାରବାଟୀ ଷ୍ଟାଡିୟମରେ ବି ଲାଗିଛି କଳାହାଣ୍ଡି ମାଟି। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଆସିଛି । ୨୪ ବର୍ଷର ବିଜେଡି ସରକାରର ସମସ୍ତ ଅବହେଳା ସାମ୍ନାକୁ ଆସିଛି। ପାତର ଅନ୍ତର ଯୋଗୁ ଅନେକ ଗରିବ ଲୋକ ଘର ପାଉ ନ ଥିଲେ। ଏବେ ଭାଜପା ସରକାର ଆସିଛି ପ୍ରକୃତ ଯୋଗ୍ୟ ହିତାଧିକାରୀ ଘର ପାଇବେ। ଏଠି ପାତରଅନ୍ତର ଚଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକର ୩୦ ହଜାରରୁ ଊଦ୍ଧର୍‌ବ ଜନସାଧାରଣ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri