୫ ବର୍ଷରେ ୩୫୧୬ ଅପମୃତ୍ୟୁ

ବ୍ରହ୍ମପୁର, ୩୦ା୩(ସୁବାସ ଚନ୍ଦ୍ର ପାଢ଼ୀ)ଦକ୍ଷିଣ ଓଡିଶାର ଏକମାତ୍ର ସରକାରୀ ରେଫରାଲ ହସ୍ପିଟାଲ ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲ। ଏଠାକୁ ଦକ୍ଷିଣ ଓଡିଶା ଓ ଖୋର୍ଦ୍ଧା ଜିଲାର ବିଭିନ୍ନ ମେଡିକାଲରୁ ରୋଗୀ ରେଫର୍‌ ହୋଇ ଆସିଥାନ୍ତି। ସେହିପରି ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ। ତେବେ ମେଡିକାଲ ପାଇଁ ସ୍ବତନ୍ତ୍ର ଫାଣ୍ଡି ରହିଛି। ତେଣୁ ଏଠାକୁ ବିଭିନ୍ନ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ ଆସୁଥିବା ଲୋକଙ୍କ ମୃତ୍ୟୁ ହେଲେ ପୋଲିସ ଫାଇଲରେ ତାହା ଅପମୃତ୍ୟୁ ମାମଲା ହେଉଛି। ଏହାକୁ କେନ୍ଦ୍ରକରି ଗତ ୨୦୨୪ରେ ଏମକେସିଜି ମେଡିକାଲ ଫାଣ୍ଡିରେ ୭୭୨ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବିଭିନ୍ନ ଦୁର୍ଘଟଣାରେ ଗୁରୁତର ଲୋକଙ୍କ ଚିକିତ୍ସା ପାଇଁ ୨୪ଘଣ୍ଟିଆ ଜରୁରୀକାଳୀନ କାଜୁଆଲ୍ଟି ବ୍ୟବସ୍ଥା ରହିଛି। ଦିନକୁ ଦିନ ଦୁର୍ଘଟଣା ବଢ଼ୁଥିବା ବେଳେ ବିଭିନ୍ନ କାରଣ ଯୋଗୁଁ ଲୋକେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଏହି ଘଟଣାରେ ମୃତ୍ୟୁ ହେଲେ ତାହାକୁ ଅପମୃତ୍ୟୁ ବୋଲି ବିଚାରକୁ ନିଆଯାଉଛି। ଗତ ୫ ବର୍ଷ ମଧ୍ୟରେ ଉକ୍ତ ଫାଣ୍ଡିରେ ୩୫୧୬ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସଡ଼କ ଦୁର୍ଘଟଣା, ସାପ କାମୁଡ଼ା, ବିଷପାନ, କୌଣସି କାରଣରୁ ଅଚେତ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସରେ ଅଣାଯାଇ ଏଠାରେ ଭର୍ତ୍ତି କରାଯାଉଛି । ଚିକିତ୍ସାଧୀନ ଅବସ୍ଥାରେ କିମ୍ବା ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ରୋଗୀଙ୍କ ମୃତ୍ୟୁ ହେଲେ ପୋଲିସ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରୁଛି। ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ମୃତଦେହ ବ୍ୟବଚ୍ଛେଦ ହେଉଛି। ମେଡିକାଲ ଫାଣ୍ଡି ପୋଲିସ ଦ୍ୱାରା ଏହି ସବୁ କାର୍ଯ୍ୟ ହେଉଛି। ଅନ୍ୟପକ୍ଷରେ ଡାକ୍ତରଖାନାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ଅପମୃତ୍ୟୁ ବଢ଼ୁଥିବାରୁ ଉନ୍ନତ ସ୍ବାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଗତ ୨୦୨୦ରେ ମେଡିକାଲ ଫାଣ୍ଡିରେ ୬୧୨ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ୨୦୨୧ରେ ୬୩୧, ୨୦୨୨ରେ ୭୧୨, ୨୦୨୩ରେ ୭୮୯ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

୨୦୨୪ ଜୁଲାଇ ୧ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏମକେସିଜି ମେଡିକାଲ ଗସ୍ତରେ ଆସି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ। ଖାଲି ପଡିଥିବା ଡାକ୍ତର ପଦବି ପୂରଣ ସହିତ ବର୍ନ କେୟାର୍‌ ୟୁନିଟ ପ୍ରତିଷ୍ଠା ଦିଗରେ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ ସରକାରଙ୍କୁ ଚିଠି ମଧ୍ୟ ଲେଖି ସାରିଛନ୍ତି। କିନ୍ତୁ ବଢ଼ୁଥିବା ଅପମୃତ୍ୟୁ କିଭଳି କମିବ ଓ ଉନ୍ନତ ସ୍ବାସ୍ଥ୍ୟ ସେବା କିଭିଳି ମିଳିବ ତାହା ସ୍ବାସ୍ଥ୍ୟ ବିଭାଗ ପାଇଁ ଜରୁରୀ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri