ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଇଛି ରୁରାଲ ପାର୍କ: ପାଲଟିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଆସୁଛନ୍ତି । ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଦିଗପହଣ୍ଡି ବ୍ଲକ ଗୋକର୍ନପୁର ଗ୍ରାମର ରୁରାଲ ପାର୍କ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୧ ବର୍ଷ ହେଲା ଶ୍ରୀହୀନ ହୋଇପଡିଛି।

ଗୋକର୍ନପୁର ଗ୍ରାମ ବାଙ୍କେଶ୍ବରୀ ମୁଖ୍ୟରାସ୍ତା କଡ଼ରେ ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ମିତ ହୋଇଥିବା ରୁରାଲ ପାର୍କ ବର୍ତ୍ତମାନ ତାର ସୋନ୍ଦର୍ଯ୍ୟ ହରାଇଛି । ସୁନ୍ଦର ପରିବେଶରେ ସୁସଜ୍ଜିତ ଓ ଆଲୋକ ସଂଯୋଗୀକରଣରେ ପରିବେଷ୍ଟିତ ପାର୍କରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିବାରୁ ସନ୍ଧ୍ୟା ହେଲେ ଅନ୍ଧକାରମୟ ହୋଇପଡୁଛି । ଏଥିସହ ଜନସାଧାରଣଙ୍କୁ ଆକର୍ଷିତ କରୁଥିବା ପାର୍କର ସୌନ୍ଦର୍ଯ୍ୟମୟ ସାମଗ୍ରୀ ଗୁଡିକ ଭାଙ୍ଗିରୁଜି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାକୁ ବସିଲାଣି। ପାର୍କରେ ରକ୍ଷଣାବେକ୍ଷଣ ଅଭାବ ଦେଖିବାକୁ ମିଳିଥିବା ବେଳେ ତାହା ବର୍ତ୍ତମାନ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସନ୍ଧ୍ୟା ହେଲେ ସେଠାରେ ମଦ୍ୟପଙ୍କ ରାଜୁତି ଚାଲୁଛି। ସକାଳୁ ସନ୍ଧ୍ୟା ଯାଏ ପାର୍କ ପରିସର ଗୃହପାଳିତ ଗାଈ,ଛେଳି ମେଣ୍ଢାଙ୍କ ଚରାଭୂମି ପାଲଟି ଯାଇଛି। ଏପରିକି ଗାଈ ଓ ଛେଳିପଲ ଧରି ଯାଉଥିବା ଚରାଳିମାନେ ନିର୍ଭୟରେ ପାର୍କ ମଧ୍ୟକୁ ଛେଳି ଓ ଗାଈ ପଲ ଛାଡି ଦେଉଥିଲେ ମଧ୍ୟ ସେମାନଙ୍କୁ ଆକଟ କରିବାକୁ ସେଠାରେ କାହାର ଦେଖାନାହିଁ।

ଗତ ୨୦୨୦ରେ ପାର୍କ ନିର୍ମାଣ ସକାଶେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପଞ୍ଚାୟତ ସମିତି ପାଣ୍ଠି ଏବଂ ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ପାର୍କଟି ଖୁବ ଆକର୍ଷଣୀୟ ହୋଇପାରିଥିଲା। ତତ୍କାଳୀନ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଦ୍ବାରା ପାର୍କର ଉଦଘାଟନ ହୋଇଥିଲା । ଅତି ସୁନ୍ଦରମୟ ପରିବେଶରେ ପାର୍କଟି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଏପରିକି ରାଜ୍ୟ ତଥା ବିଭିନ ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ବ୍ଳକ ଗସ୍ତରେ ଆସି ଏହି ପାର୍କ ପରିଦର୍ଶନ କରିବା ସମୟରେ ମନୋରମ ପାର୍କର ନିର୍ମାଣ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଉଦଘାଟନ ପରେ ପାର୍କରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଥିଲା । ଏପରିକି ପର୍ଯ୍ୟଟନ କ୍ଷେତ୍ର ମାଁ ବାଙ୍କେଶରୀ ପୀଠକୁ ଦର୍ଶନ ନିମନ୍ତେ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ଉକ୍ତ ପାର୍କରେ ପରିଭ୍ରମଣ କରି ମଜା ନେଉଥିଲେ । ଆଜି ତାହା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ପଞ୍ଚାୟତବାସ ଦାବି କରିଛନ୍ତି। ଏନେଇ ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ବ୍ଲକ ପ୍ରଶାସନର ଅବହେଳା ଏବଂ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱହୀନତା ଯୋଗୁ ସୌନ୍ଦର୍ଯ୍ୟପୂର୍ଣ୍ଣ ପାର୍କଟି ଜରାଜୀର୍ଣ୍ଣ ହୋଇପଡିଛି ବୋଲି କହିଛନ୍ତି । ସେହିପରି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା ପାର୍କର ନିର୍ମାଣ କାର୍ଯ୍ୟ ପ୍ଲାନିଂ ଅନୁସାରେ ହୋଇନାହିଁ । ଏପରିକି ପାର୍କର ଚତୁଃପାର୍ଶ୍ୱରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବୃକ୍ଷରୋପଣ କରାଯାଇଥିବା ବେଳେ ଜଳ ବନ୍ଦୋବସ୍ତ କରାଯାଇ ନ ଥିବା, ପାର୍କରେ ଆଲୋକ ସଂଯୋଗୀକରଣ ହୋଇ ନ ଥିବାବେଳେ ବେଆଇନ ଭାବେ ହୁକ ପକାଯାଇ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଯାହାଦ୍ବାରା ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସରବରାହ କାଟି ଦିଆଯିବା ସହ ପଞ୍ଚାୟତକୁ ୧୧ ହଜାର ଟଙ୍କାର ଜରିମନା ଦାଖଲ କରିବାକୁ ପଡ଼ିଥିଲା। ଯାହାକୁ ନେଇ ସରପଞ୍ଚ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri