୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ମହିଳା ଗିରଫ

ପୁରୀ,୨୫ା୩(ଅଜିତ୍‌ କୁମାର ମହାନ୍ତି): ଋଣ ବା ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ସୋମବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ମହିଳାଙ୍କ ଘରେ ଚଢ଼ାଉ ସମୟରେ ୨୦ କେଜିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର ଏବଂ ବିପୁଳ ପରିମାଣର ୫୦୦ ଟଙ୍କିଆ ଜବତ କରାଯାଇଥିବା ସାଧାରଣରେ ଆଲୋଚନା ହେଉଥିବାବେଳେ ପୋଲିସ ଏହାକୁ ଖଣ୍ଡନ କରିଛି। ଏଭଳି କୌଣସି ସୁନା ଏବଂ ଟଙ୍କା ମହିଳାଙ୍କ ଘରୁ ଜବତ ହୋଇ ନ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଗିରଫ ମହିଳା ହେଉଛନ୍ତି ତିଳୋତ୍ତମା ପ୍ରଧାନ। ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଯୋଗକାରୀ ଅଭିମନ୍ୟୁ ଜେନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

ଅଭିଯୋଗ ଅନୁସାରେ, ଗତ ୫ବର୍ଷ ହେବ ତିଳୋତ୍ତମା ଋଣ କରିଦେବେ ବୋଲି ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଥିଲେ। ଏପରି କି ତାଙ୍କ ନିକଟରେ ସୁଟ୍‌କେସ୍‌ ଭର୍ତ୍ତି ୫୦୦ଟଙ୍କିଆ ନୋଟ୍‌, ୨୦କେଜିରୁ ଊଦ୍ଧ୍ୱର୍ର୍ ସୁନା ଅଳଙ୍କାର ଏବଂ ଆର୍‌ବିଆଇରେ ବଣ୍ଡ ରହିଥିବା ଲୋକମାନଙ୍କୁ କହିବା ସହ ଟଙ୍କା ଓ ସୁନା ଅଳଙ୍କାରର ଏକାଧିକ ଫଟୋ ଦେଖାଉଥିଲେ। ଫଳରେ ଲୋକମାନେ ତିଳୋତ୍ତମାଙ୍କ କଥାରେ ବିଶ୍ୱାସ କରି ଋଣ ନେବା ପାଇଁ ତାଙ୍କୁ ଟଙ୍କା ଦେଉଥିଲେ। ହେଲେ ପରବର୍ତ୍ତୀ ସମୟରେ ଋଣ ନ ଦେବାରୁ ଲୋକମାନଙ୍କ ସନ୍ଦେହ ବଢ଼ିଥିଲା। ଏପରି କି ଲୋକମାନେ ଦେଇଥିବା ଟଙ୍କା ଫେରାଇବାକୁ କହିବାରୁ ସେମାନଙ୍କୁ ତିଳୋତ୍ତମା ଗାଳିଗୁଲଜ ମଧ୍ୟ କରୁଥିଲେ। ଏନେଇ ଅଭିଯୋଗକାରୀ ଚନ୍ଦନପୁର ଥାନାରେ ଗତ ଫେବୃଆରୀ ୧୯ତାରିଖରେ ଅଭିଯୋଗ କରିଥିଲେ। ଏପରି କି ପୁରୀ ଏସ୍‌ପିଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ସୋମବାର ଚନ୍ଦନପୁର ପୋଲିସ ତିଳୋତ୍ତମାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ତାଙ୍କୁ ଗିରଫ କରିବା ସହ ତିଳୋତ୍ତମାଙ୍କ ବ୍ୟାଙ୍କ ପାସ୍‌ବୁକ୍‌ ଏବଂ ବ୍ଲାଙ୍କ ଚେକ୍‌ ବୁକ୍‌ ଜବତ କରିଥିଲା। ଏହି ଠକେଇ ଘଟଣାରେ ଅନ୍ୟ ୨ଜଣଙ୍କ ସମ୍ପୃକ୍ତି ରହିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri