ଗ୍ରାହକ ସନ୍ତୁଷ୍ଟିକୁ ଗୁରୁତ୍ୱ ଦେଲେ ସଫଳତା ମିଳେ

ସମ୍ବଲପୁରସ୍ଥିତ ଜାଶ୍‌ ହୋଣ୍ଡାର ନିର୍ଦ୍ଦେଶକ ସମଶେର୍‌ ସିଂ ହୁରା ଏକ ବ୍ୟବସାୟଭିତ୍ତିକ ପରିବାରରେ ଜନ୍ମ ନେଇଥିବାବେଳେ ତାଙ୍କର ଅଟୋମୋବାଇଲ ଶିଳ୍ପ ପ୍ରତି ଖୁବ୍‌ ରୁଚି ରହିଥିଲା। ସୁଯୋଗର ସଦୁପଯୋଗ କରି ସର୍ବଦା ଅର୍ଥପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ସମଶେର୍‌ ୨୦ ବର୍ଷ ପୂର୍ବେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ(ଏଚ୍‌ଏମ୍‌ଏସ୍‌ଆଇ)ରେ ଯୋଗଦେଇଥିଲେ। ସେବେଠାରୁ ସେ ସଫଳତାର ମଙ୍ଗ ଧରିଆସିଛନ୍ତି। ଧରିତ୍ରୀ ତରଫରୁ ତାଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର।

ପ୍ର-୨ ଚକିଆ ଯାନ ଶିଳ୍ପ କ୍ଷେତ୍ରରେ ପ୍ରବେଶ ପାଇଁ କିପରି ମନ ବଳାଇଲେ ?
ଉ- ଭାରତରେ ପରିବହନ କ୍ଷେତ୍ରରେ ୨ଚକିଆ ଯାନର ବେଶ୍‌ ଚାହିଦା ଥିବାରୁ ୨୦ ବର୍ଷ ତଳେ ଏହି କ୍ଷେତ୍ରରେ ପାଦ ଦେଇଥିଲି। ଲୋକଙ୍କୁ ଗୁଣାତ୍ମକ ସେବା ପ୍ରଦାନ ସବୁବେଳେ ମୋର ଲକ୍ଷ୍ୟ ରହିଆସିଥିଲା। ଆଜି ପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରିଆସୁଛି।
ପ୍ର- ଭାରତର ଗ୍ରାମୀଣ ବଜାରରେ ୨ ଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଛି। ଓଡ଼ିଶାରେ ଆପଣ ଏହାର ସ୍ଥିତି କିପରି ଦେଖୁଛନ୍ତି?
ଉ- ନିଶ୍ଚିତ। କ୍ରମାଗତ ଭାବେ ଗ୍ରାମୀଣ ଓ ଅର୍ଦ୍ଧସହରାଞ୍ଚଳରେ ୨ ଚକିଆ ଯାନର ଚାହିଦା ବଢ଼ିବାରେ ଲାଗିଛି। ସଡ଼କପଥର ଭିତ୍ତିଭୂମିରେ ବିସ୍ତାର, ଲୋକଙ୍କ ଆୟ ବୃଦ୍ଧି ସହ ଗ୍ରାମୀଣ ଉନ୍ନତୀକରଣ ଯୋଜନା ଆଦି ଭିନ୍ନ ଭିନ୍ନ କାରକ ଏହି ଚାହିଦା ବୃଦ୍ଧିରେ ସହାୟକ ହେଉଛି। ହୋଣ୍ଡା ଯାନଗୁଡ଼ିକ ଅପେକ୍ଷାକୃତ ଶସ୍ତା, ଭଲ ଇନ୍ଧନ କ୍ଷମତା ଏବଂ ସ୍ଥାୟିତ୍ୱ କାରଣରୁ ଏହିସବୁ ଅଞ୍ଚଳରେ ଲୋକପ୍ରିୟ ହୋଇପାରିଛି।
ପ୍ର- ସମ୍ବଲପୁରର ଏକ ଅଗ୍ରଣୀ ହୋଣ୍ଡା ଡିଲର ଭାବେ କେଉଁସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି?
ଉ- ଅନ୍ୟ ବ୍ୟବସାୟ ଭଳି ଦୁଇଚକିଆ ଯାନ ଶିଳ୍ପ ମଧ୍ୟ ବିଭିନ୍ନ ଆହ୍ବାନର ସାମ୍ନା କରିଥାଏ। ଇନ୍ଧନ ଦର କମ୍‌ ବେଶି ହେବା, ସରକାରୀ ନିୟମକୁ କାର୍ଯ୍ୟକାରୀ କରିବା ଭଳି ବିଭିନ୍ନ ସମସ୍ୟାର ମୁକାବିଲା କରିବାକୁ ପଡ଼ିଥାଏ। ସେହିପରି ବିକ୍ରୟ ପରେ ଗ୍ରାହକଙ୍କୁ ଲଗାତର ସେବା ପ୍ରଦାନ ସହ ସେମାନଙ୍କ ସନ୍ତୋଷ ଗୁରୁତ୍ୱପୂର୍ଣ୍ଣ। ଗ୍ରାମୀଣ ବଜାର ଅନେକ ସମୟରେ ଆର୍ଥିକ ଆହ୍ବାନର ସାମ୍ନା କରିଥାଏ, ଯାହାକି ବ୍ୟବସାୟକୁ ପ୍ରଭାବିତ କରିଥାଏ।
ପ୍ର- ବୈଦ୍ୟୁତିକ ଯାନ(ଇଭି) ପରିବହନ କ୍ଷେତ୍ରରେ ସ୍ଥାୟିତ୍ୱ ହାସଲ କରିବ ବୋଲି ଭାବୁଛନ୍ତି କି?
ଉ- ଇନ୍ଧନ ଦରରେ ଲଗାତର ବୃଦ୍ଧି ଏବଂ ପରିବେଶ ସୁରକ୍ଷାକୁ ବିଚାରକୁ ନେଲେ ଇଭି ଭବିଷ୍ୟତରେ ପରିବହନ କ୍ଷେତ୍ରରେ ସ୍ଥାୟିତ୍ୱ ହାସଲ କରିବ, ଏଥିରେ ସନ୍ଦେହ ନାହିଁ। ହୋଣ୍ଡା ଏକ ଜଣାଶୁଣା ବ୍ରାଣ୍ଡ ହୋଇଥିବାବେଳେ ଏହା ମଧ୍ୟ ଇଭି ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ମାତ୍ର ଲୋକମାନେ ଇଭି ଗ୍ରହଣ କରିବା ପାଇଁ ଚାର୍ଜିଂ ଷ୍ଟେଶନ, ବ୍ୟାଟେରି ଟେକ୍ନୋଲୋଜିର ଉନ୍ନତୀକରଣ ସହ ସରକାରୀ ପ୍ରୋତ୍ସାହନ ଭଳି କାରକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସହରାଞ୍ଚଳରେ ଇଭି ବିକ୍ରି ଦ୍ରୁତ ଭାବେ ବଢ଼ିଚାଲିଥିବାବେଳେ ଗ୍ରାମାଞ୍ଚଳରେ ଏହାର ଚାହିଦା ବୃଦ୍ଧି ପାଇଁ ସମୟ ଲାଗିବ।
ପ୍ର- ଗ୍ରାହକ ସନ୍ତୁଷ୍ଟୀକରଣକୁ କେତେ ଗୁରୁତ୍ୱ ରଖେ?
ଉ- ଗ୍ରାହକ ସନ୍ତୁଷ୍ଟୀକରଣ ଆମ ବ୍ୟବସାୟର ମେରୁଦଣ୍ଡ। ଜଣେ ସନ୍ତୁଷ୍ଟ ଗ୍ରାହକ ଯେ କେବଳ ଆମ ପାଖକୁ ଲେଉଟିଥାଏ ତାହା ନୁହେଁ, ବରଂ ବ୍ରାଣ୍ଡ ଆମ୍ବାସାଡର ପାଲଟି ଯାଇଥାଏ। କାରଣ ସେ ତାଙ୍କ କଥାରେ ନୂଆ ଗ୍ରାହକ ସୃଷ୍ଟି କରିଥାନ୍ତି। ବ୍ୟବସାୟରେ ସ୍ବଚ୍ଛତା, ନିର୍ଦ୍ଧାରିତ ସମୟରେ ସେବା ପ୍ରଦାନ, ବାଧାହୀନ କ୍ରୟ ଅନୁଭୂତି କାରଣରୁ ଆମେ ଏକ ସୁଦୃଢ଼ ଗ୍ରାହକ ବେସ୍‌ ପ୍ରସ୍ତୁତ କରିପାରିଛୁ।
ପ୍ର- ଜଣେ ସଫଳ ଉଦ୍ୟୋଗୀ ଭାବେ ଆପଣଙ୍କ ଯାତ୍ରା କିପରି ରହିଛି?
ଉ- ଦୀର୍ଘବର୍ଷ ମଧ୍ୟରେ ଅଟୋମୋବାଇଲ କ୍ଷେତ୍ରରେ ବିପ୍ଳବ ସହ ଜ୍ଞାନକୌଶଳରେ ଉନ୍ନତୀକରଣ, ଗ୍ରାହକଙ୍କ ରୁଚି ଓ ଆଶାରେ ଖୁବ୍‌ ପରିବର୍ତ୍ତନ ହୋଇଛି। ଦେଶରେ ୧୩ ଗୋଲ୍ଡ ଡିଲର ମଧ୍ୟରୁ ଗୋଟିଏ ଏବଂ ଓଡ଼ିଶାର ଏକମାତ୍ର ଗୋଲ୍ଡ ଡିଲର ହେବା ନିଶ୍ଚିତ ଭାବେ ଆମର ନିଷ୍ଠା ଓ କଠିନ ପରିଶ୍ରମକୁ ଦର୍ଶାଉଛି। ନୂଆ କରି କେହି ଏକ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଚାହୁଁଥିଲେ, ସବୁବେଳେ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ପ୍ରତିବଦ୍ଧ ହେବା ଦରକାର। ଏହା ସହ ବଦଳୁଥିବା ଟ୍ରେଣ୍ଡ୍‌କୁ ଗ୍ରହଣ କରିବା ଆବଶ୍ୟକ। ଅଟୋମୋବାଇଲ ବ୍ୟବସାୟ କେବଳ ଯାନ ବିକ୍ରିି ନୁହେଁ, ବରଂ ପରସ୍ପର ସହ ବିଶ୍ୱାସର ସମ୍ପର୍କ ଗଢ଼ିବାର ପ୍ରକ୍ରିୟା। ଗ୍ରାହକଙ୍କ ସନ୍ତୁଷ୍ଟୀକରଣକୁ ଧ୍ୟାନରେ ରଖିଲେ ସଫଳତା ଆପେ ଆସି ପହଞ୍ଚିବ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri