କୋର୍ଟରୁ ବାହାରିବାବେଳେ ଯୁବକଙ୍କୁ ଅପହରଣ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ କୋର୍ଟ ସମ୍ମୁଖରୁ ଶୁକ୍ରବାର ଦ୍ୱିପ୍ରହରରେ ଝାରସୁଗୁଡ଼ାର ନିରଞ୍ଜନ ସୁନାଙ୍କୁ ଅପହରଣ କରି ମାରପିଟ୍‌ କରିବା ପରେ ବିଳମ୍ବିତ ରାତିରେ ଥାନାରେ ଛାଡ଼ି ଦିଆଯାଇଛି। ଏ ନେଇ ନିରଞ୍ଜନଙ୍କ ଭଉଣୀ ଅନୀତାଙ୍କ ଏତଲାକୁ ଭିତ୍ତି କରି ବରଗଡ଼ ଟାଉନ ଥାନା ପୋଲିସ ସ୍ଥାନୀୟ ସହର ବାସିନ୍ଦା ମମତା ଅଗ୍ରୱାଲ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ବିରୋଧରେ ଏକ ମାମଲା(ନଂ-୧୪୪/୨୫) ରୁଜୁ କରିଛି। ଅନ୍ୟପଟେ ଏକ ବିଚାରାଧୀନ ମାମଲାକୁ ନେଇ ବିଚାରପତିଙ୍କ ଆଗରେ ନିଜ ପକ୍ଷ ରଖି ବାହାରିବା ପରେ କୋର୍ଟ ସମ୍ମୁଖରେ ସଂଘଟିତ ଏହି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଥିବାବେଳେ ଏ ନେଇ ଏକ ଅପହରଣ ମାମଲା ରୁଜୁ ହୋଇଛି ଏବଂ ଉକ୍ତ ଘଟଣାର ତଦନ୍ତ ଚାଲିଛି ବୋଲି ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡାନକେଲ କହିଛନ୍ତି।

ସୂଚନା ଅନୁଯାୟୀ, ନିରଞ୍ଜନଙ୍କ ବିରୋଧରେ ମମତା ଚେକ୍‌ ବାଉନ୍ସ ନେଇ ଆଣିଥିବା ମାମଲା ବରଗଡ଼ କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାକୁ ନେଇ କୋର୍ଟରେ ନିଜ ପକ୍ଷ ରଖିବାକୁ ବିଚାରପତି ନିର୍ଦ୍ଦେଶ ଦେଇଥିଲେ। ନିରଞ୍ଜନ ଶୁକ୍ରବାର ବରଗଡ଼ କୋର୍ଟକୁ ଆସି ଓକିଲଙ୍କ ଉପସ୍ଥିତିରେ ବିଚାରପତିଙ୍କ ଆଗରେ ପକ୍ଷ ରଖିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସେ କୋର୍ଟରୁ ବାହାରି କୋର୍ଟ ସମ୍ମୁଖରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିଲେ। ସେତେବେଳେ ମମତା ତାଙ୍କୁ ଡାକିଥିଲେ ଏବଂ ତାଙ୍କ ସ୍ବାମୀ ଦିନେଶଙ୍କ ସହିତ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି। ଏହି ସମୟରେ କେତେଜଣ ଯୁବକ ସଂଘବଦ୍ଧ ଭାବେ ସେଠାକୁ ବାଇକ୍‌ରେ ଆସି ପହଞ୍ଚି ଥିଲେ ଏବଂ ବାଇକ୍‌ରେ ନିରଞ୍ଜନଙ୍କୁ ଜୋର୍‌ ଜବରଦସ୍ତ ବସାଇ ବିଭିନ୍ନ ସ୍ଥାନକୁ ନେଇ ଶାରୀରିକ, ମାନସିକ ନିର୍ଯାତନା ଦେବା ସହିତ ନାନା ଧମକ ଦେଇଥିଲେ ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି।

ଖବର ପାଇ ନିରଞ୍ଜନଙ୍କ ଭଉଣୀ ଏବଂ ସମ୍ପର୍କୀୟ ବରଗଡ଼ ଟାଉନ ଥାନାରେ ପହଞ୍ଚିଥିଲେ। ଏହାପରେ ନିରଞ୍ଜନଙ୍କୁ ଥାନାକୁ ଆଣି ଛାଡ଼ି ଦେଇଥିଲେ ବୋଲି ନିରଞ୍ଜନଙ୍କ ଭଉଣୀ ଅନୀତା କହିଛନ୍ତି। ଚେକ୍‌ ବାଉନ୍ସକୁ ନେଇ କୋର୍ଟରେ ମାମଲା ବିଚାରାଧୀନ ଥିବାବେଳେ କୋର୍ଟକୁ ଆସି ପକ୍ଷ ରଖି ଫେରିବା ବାଟରେ ତାଙ୍କ ଭାଇଙ୍କ ପ୍ରତି ହୋଇଥିବା ସେଭଳି ନିର୍ଯାତନା ପରେ ସମସ୍ତ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବା ଅନୀତା କହିଛନ୍ତି। ଫଳରେ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ନିବେଦନ କରିଛନ୍ତି। ଅନ୍ୟପଟେ ଜମି କିଣାବିକାକୁ ନେଇ ନିରଞ୍ଜନ ଠକେଇ କରିଛନ୍ତି ଏବଂ ତାଙ୍କୁ ଅପହରଣ କିମ୍ବା କୌଣସି ନିର୍ଯାତନା ଦେଇ ନଥିବା ମମତା କହିଛନ୍ତି। କିନ୍ତୁ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ନିରଞ୍ଜନଙ୍କୁ ଚାପୁଡ଼ା ମାରିଥିବା ମମତା ଗଣମାଧ୍ୟମ ଆଗରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri