Posted inଜାତୀୟ

ଜ୍ଞାନପୀଠ ପୁରସ୍କାର ପାଇବେ ବିନୋଦ

ରାୟପୁର,୨୨।୩: ଛତିଶଗଡ଼ର ସୁନାମଧନ୍ୟ ହିନ୍ଦୀ ସାହିତି୍ୟକ ତଥା ଲେଖକ ବିନୋଦ ଶୁକ୍ଳା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାକୁ ଶନିବାର ମନୋନୀତ ହୋଇଛନ୍ତି।

୨୦୨୪ ବର୍ଷ ପାଇଁ ଗଠିତ ଚୟନ କମିଟି ପକ୍ଷରୁ ବିନୋଦଙ୍କ ନାଁ ଘୋଷଣା କରାଯାଇଛି। ଛତିଶଗଡ଼ର ପ୍ରଥମ ସାହିତି୍ୟକ ଭାବେ ବିନୋଦ ଏହି ପୁରସ୍କାର ପାଇବେ। ୮୮ ବର୍ଷୀୟ ଶୁକ୍ଲା ସରଳ ଏବଂ ସାବଳୀଳ ଲେଖା ପାଇଁ ବେଶ୍‌ ଜଣାଶୁଣା। ସେ ନୌକର କି କମିଜ ଏବଂ ଦିୱାର ମେଁ ଏକ ଖିଡକି ରହିତି ଥି ଭଳି ପ୍ରସିଦ୍ଧ କୃତି ଲେଖିଛନ୍ତି। ତାଙ୍କର ଅନନ୍ୟ ଲେଖା ଶୈଳୀ ଏବଂ ହିନ୍ଦୀ ସାହିତ୍ୟକୁ ଅବଦାନ ପାଇଁ ଚୟନ କମିଟି ପକ୍ଷରୁ ଜ୍ଞାନପୀଠ ପୁରସ୍କାର ପାଇବାକୁ ସେ ମନୋନୀତ ହୋଇଛନ୍ତି।

ପୁରସ୍କାର ସ୍ବରୂପ ୧୧ ଲକ୍ଷ ନଗଦ ଟଙ୍କା, ଦେବୀ ସରସ୍ବତୀଙ୍କ ଏକ କାଂସ୍ୟ ପ୍ରତିମା ଏବଂ ଏକ ପ୍ରଶଂସାପତ୍ର ପ୍ରଦାନ କରାଯିବ। ଏହି ଅବସରରେ ଖୁସି ପ୍ରକାଶ କରି ବିନୋଦ କହିଛନ୍ତି, ସେ ଏହି ପୁରସ୍କାର ପାଇବା ପାଇଁ କେବେ କଳ୍ପନା ମଧ୍ୟ କରି ନ ଥିଲେ। ଏହା ଏକ ବହୁତ ବଡ଼ ପୁରସ୍କାର ବୋଲି ସେ କହିଛନ୍ତି।

ଜ୍ଞାନପୀଠ ପୁରସ୍କାର ୧୯୬୧ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମେ ୧୯୬୫ରେ ମାଲାୟଲମ୍‌ କବି ଶଙ୍କର କୁରୂପଙ୍କୁ ଦିଆଯାଇଥିଲା। ଏହି ପୁରସ୍କାର କେବଳ ଭାରତୀୟ ଲେଖକମାନଙ୍କୁ ପ୍ରଦାନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri