ପଞ୍ଚାୟତର ୪୩ଲକ୍ଷ ଟଙ୍କା ହଡପ ଘଟଣା: ବନ୍ଧା ହୋଇ ଜେଲ ଗଲେ ପିଇଓ

ବ୍ରହ୍ମପୁର,୨୧।୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ପଞ୍ଚାୟତକୁ ବିଭିନ୍ନଭତ୍ତା ଓ ସରକାରୀ ଯୋଜନାରେ ଆସିଥିବା ୪୩ଲକ୍ଷ ୧ହଜାର ୬୪୦ ଟଙ୍କା ହଡପ ଅଭିଯୋଗରେ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ(ପିଇଓ) କ୍ଷେତ୍ରମୋହନ ନାୟକଙ୍କୁ ଭିଜିଲାନ୍ସ ବାନ୍ଧିଛି। ମାମଲା ନଂ ୩/୨୫ ରେ ତାଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପି ପ୍ରଦୀପ କୁମାର ପ୍ରଧାନ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଉକ୍ତ ପଞ୍ଚାୟତ ସରପଞ୍ଚଙ୍କ ଅଜାଣତରେ ତାଙ୍କ ନକଲି ଦସ୍ତଖତ କରି କ୍ଷେତ୍ରମୋହନ ଉକ୍ତ ଟଙ୍କା ହଡପ କରିଥିବା ତଦନ୍ତ ବେଳେ ଜଣାପଡିଛି ବୋଲି ଏସ୍‌ପି କହିଛନ୍ତି। ଅଭିଯୋଗତ ତଦନ୍ତ ପରେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଟଙ୍କା ହେରଫେର୍‌ ଅଭିଯୋଗ ଉପରେ ଭିଜିଲାନ୍ସ ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚାରିଥିଲେ। ସେହିପରି ପିଇଓଙ୍କୁ ମଧ୍ୟ ଜେରା କରିବା ସହିତ ତାଙ୍କୁ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୨୦୨୫ର ଶେଷ ୨୦ ତାରିଖ, ପଡୁଛି ଅଶୁଭ ଯୋଗ; ରାତି ଭିତରେ ଘଟିଯିବ…

ଏହି ବର୍ଷର ଶେଷ ୨୦ ତାରିଖ, ଅର୍ଥାତ ୨୦ ଡିସେମ୍ୱର, ୨୦୨୫ ରେ ଏକ ଅତ୍ୟନ୍ତ ଅଶୁଭ ଯୋଗ ସୃଷ୍ଟି ହେଉଛି, ଯାହା ଯୋଗୁଁ ଲୋକମାନଙ୍କୁ...

ମଣ୍ଡି ଖୋଲିବା ଦାବିରେ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଲେ ଚାଷୀ

ବଲାଙ୍ଗୀର,୨୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ଅଧିକାଂଶ ମଣ୍ଡି ଏ ଯାଏ ଖୋଲିପାରିନାହିଁ। ଯାହା ଫଳରେ ଚାଷୀମାନେ ଧାନ ବିକ୍ରି କରି ନ ପାରି ହଇରାଣ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ଏମିତି ଦେଶ, ଯେଉଁଠି ଦେଖିବାକୁ ମିଳନ୍ତି ନାହିଁ ପିମ୍ପୁଡ଼ି, କାରଣ ଜାଣିଲେ…

ପିମ୍ପୁଡ଼ି ସବୁଠି ଦେଖାଯାନ୍ତି। ପୃଥିବୀରେ ଏପରି କୌଣସି ସ୍ଥାନ ନାହିଁ, ଯେଉଁଠାରେ ପିମ୍ପୁଡ଼ି ନାହାନ୍ତି। ସାରା ବିଶ୍ୱରେ ବିଭିନ୍ନ ପ୍ରକାରର ପିମ୍ପୁଡ଼ି ଦେଖିବାକୁ ମିଳିଥାନ୍ତି। ସେମାନଙ୍କ...

ରେଞ୍ଜରଙ୍କ ଘରୁ ମିଳିଲାଣି ପୁଳାପୁଳା ଟଙ୍କା : ୬୭ ଲକ୍ଷର ଜମା

ଜଗତ୍‌ସିଂହପୁର,୨୦।୧୨: ଜଗତସିଂହପୁର ରାହାମା ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ମିଳିଲାଣି ୬୭ ଲକ୍ଷ ବ୍ୟାଙ୍କ ଓ ପୋଷ୍ଟାଲ ଜମା। ଆୟ ବର୍ହିଭୂତ...

ପୁଅକୁ ନେଇ ଏମିତି କହିଦେଲେ ବିକି କୌଶଳ: ବଢୁଛି ଚର୍ଚ୍ଚା

ନିକଟରେ ଅଭିନେତା ବିକି କୌଶଳ ବାପା ହୋଇଛନ୍ତି। ଏଥିପାଇଁ ତାଙ୍କ ଖୁସି କହିଲେ ନ ସରେ। ସ୍ତ୍ରୀ ତଥା ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ସେ...

ମସ୍କଙ୍କ ବଡ଼ ବିଜୟ! ୭ ବର୍ଷର ଲଢ଼େଇ ଶେଷ, କୋର୍ଟ ଫେରାଇଲେ…..

ନୂଆଦିଲ୍ଲୀ,୨୦ା୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ଏକ ବଡ଼ ବିଜୟ ହାସଲ କରିଛନ୍ତି । ସାତ ବର୍ଷର ଆଇନଗତ ଲଢ଼େଇ ପରେ, ଡେଲାୱେର୍...

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri