ଦୀର୍ଘବର୍ଷ ହେଲା ନିଯୁକ୍ତି ନାହିଁ, ଆମରଣ ଅନଶନରେ ବସିଲେ ସମବାୟ ସମିତି ବୋର୍ଡ ସଦସ୍ୟ

ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଥିବା ବୃହତ ବହୁମୁଖୀ ସମବାୟ ସମିତି ଲିଃ ସମ୍ମୁଖରେ ଗୁରୁବାର ସକାଳୁ ସମିତିର ବୋର୍ଡ ସଦସ୍ୟମାନେ ଆମରଣ ଅନଶନରେ ବସିଛନ୍ତି। ଉକ୍ତ ସମବାୟ ସମିତି ଅଧୀନରେ ରହିଥିବା ୧୨ଟି ବିକ୍ରୟ କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ସାଧାରଣ ବଣ୍ଟନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ରହିଛି। କିନ୍ତୁ ଦୀର୍ଘବର୍ଷ ଧରି ବିକ୍ରୟ କେନ୍ଦ୍ରଗୁଡ଼ିକରେ ଆବଶ୍ୟକ କର୍ମଚାରୀ ବା ସେଲ୍ସମ୍ୟାନ ନିଯୁକ୍ତି ଦିଆଯାଇନଥିବା ବେଳେ କିଛି ହାତ ଗଣତି କର୍ମଚାରୀ ସମସ୍ତ କେନ୍ଦ୍ରକୁ ପାଳି କରି ଯାଉଥିବାରୁ ସଠିକ୍‌ ସମୟରେ ସାଧାରଣ ବଣ୍ଟନ ସାମଗ୍ରୀ ହିତାଧିକାରୀମାନେ ପାଇବା ମୁସ୍କିଲ ହେଉଛି। ତେଣୁ ଶୀଘ୍ର ନିଯୁକ୍ତି ଦିଆଯିବା ବ୍ୟବସ୍ଥା କରାଯିବା ସହ ଗତ ୭ ବର୍ଷ ପୂର୍ବରୁ ଜଣେ କର୍ମଚାରୀ ଅବସର ନେଇସାରିବା ପରେ ମଧ୍ୟ ସେ ଉକ୍ତ ସମବାୟ ସମିତିକୁ ପରିଚାଳନା କରୁଛନ୍ତି। ଫଳରେ ସମସ୍ୟା ସୃଷ୍ଟି ହେଉଥିବା ବୋର୍ଡ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ତାଙ୍କୁ ତୁରନ୍ତ ଉକ୍ତ ସମିତିରୁ ହଟାଇବାକୁ ପଦକ୍ଷେପ ନେବା ସହ ଖାଲିଥିବା ସେଲ୍ସମ୍ୟାନଙ୍କୁ ନିଯୁକ୍ତି ଦେବାକୁ ଦାବି ହୋଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନଶନ ଜାରିରହିବ। ପୂର୍ବରୁ ବାରମ୍ବାର ଲିଖିତ ଦାବି ଜଣାଯିବା ସହ ୧୯ ତାରିଖ ଶେଷ ଡେଟ୍‌ଲାଇନ୍‌ ଦିଆଯାଇଥିଲା। ଦାବି ପୂରଣ ନ ହେଲେ ୨୦ ରୁ ଅନଶନରେ ବସିବାକୁ ଚେତାବନୀ ଦିଆଯାଇଥିଲେ ମଧ୍ୟ ଗୁରୁତ୍ୱ ଦିଆଯାଇ ନ ଥିବାରୁ ବାଧ୍ୟ ହୋଇ ଅନଶନ ଆରମ୍ଭ କଲୁ ବୋଲି ବୋର୍ଡ ସଦସ୍ୟ ଚକ୍ରଧର ମଲିକ, ସାଧୁ ନାୟକ, ଛତ୍ରସେନ ପ୍ରଧାନ,ନୀଳମ୍ବର ପ୍ରଧାନ, ପ୍ରକାଶ ପ୍ରଧାନ,ଦିଲୀପ କୁମାର ପ୍ରଧାନ,ପଠାଣି ସାହୁ ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri