Posted inଜାତୀୟ

ଅପ୍ରାସଙ୍ଗିକ ଔରଙ୍ଗଜେବ: ନାଗପୁର ହିଂସା ପରେ ଆରଏସଏସ’ର ବଡ ବୟାନ

ନାଗପୁର,୧୯।୩: ଆରଏସଏସ’ର ବରିଷ୍ଠ ଅଧିକାରୀ ସୁନୀଲ ଆମ୍ବେକର କହିଛନ୍ତି ମୋଗଲ ରାଜାଙ୍କ ସମାଧିସ୍ଥଳ ନେଇ ନାଗପୁରରେ ବିବାଦ ସୃଷ୍ଟି ହୋଇଥିବା ବେଳେ ଆଜିର ଦିନରେ ଔରଙ୍ଗଜେବ ଅପ୍ରାସଙ୍ଗିକ ଅଟନ୍ତି ଏବଂ ସମାଜ ପାଇଁ କୌଣସି ପ୍ରକାରର ହିଂସା ଶୁଭଙ୍କର ନୁହେଁ। ଔରଙ୍ଗଜେବଙ୍କ ସମାଧିସ୍ଥଳ ହଟାଇବା ଦାବି କରି ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ପ୍ରଦର୍ଶନ କରାଯିବା ପରେ ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ଉପୁଜିଥିଲା, ଯେଉଁଥିରେ ୩୦ ରୁ ଅଧିକ ଲୋକେ ଆହତ ହୋଇଥିଲେ, ମୁଖ୍ୟତଃ ପୋଲିସ ଅଧିକାରୀ ଥିଲେ।

ପ୍ରଶ୍ନ ହେଉଛି ଆଜିର ଦିନରେ ଔରଙ୍ଗଜେବ ପ୍ରାସଙ୍ଗୀକ କି, ସମାଧି ସେଠାରୁ ହଟାଇ ଦିଆଯିବ ଉଚିତ କି ? ଏହାର ଉତ୍ତର ହେଉଛି ସେ ପ୍ରାସଙ୍ଗିକ ନୁହନ୍ତି। ତେବେ ସମାଜ ପାଇଁ କୌଣସି ପ୍ରକାର ହିଂସା ସ୍ୱାସ୍ଥକର ନୁହେଁ ବୋଲି ଆମ୍ବେକର କହିଛନ୍ତି।

ତେବେ ନିକଟରେ ବଲିଉଡ ଫିଲ୍ମ ‘ଛାଭା’ ରିଲିଜ ହେବା ପରେ ଏହି ବିବାଦ ସୃଷ୍ଟି ହୋଇଛି। ଯେଉଁଥିରେ ଦେଖା ଯାଇଛି ଯେ, ଇତିହାସରେ ମରାଠା ରାଜା ଛତ୍ରପତି ସାମ୍ଭାଜି ମହାରାଜଙ୍କୁ କିପରି ଔରଙ୍ଗଜେବ ହତ୍ୟା କରିଥିଲେ।

ସୋମବାର ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ଖୁଲଡ଼ବାଡ଼ରେ ଥିବା ଔରଙ୍ଗଜେବଙ୍କ ସମାଧିସ୍ଥଳ ଉଛେଦ ଦାବିରେ ପ୍ରତିବାଦ କରିଥିଲେ। ଏହି ପ୍ରତିବାଦ ସମୟରେ ଦୁଇ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଔରଙ୍ଗଜେବଙ୍କ ଏକ ପ୍ରତିଛବିକୁ ଜଳାଇ ଦେଇଥିଲେ। କିନ୍ତୁ ଏକ ସମ୍ପ୍ରଦାୟର କିଛି ଧାର୍ମିକ ଜିନିଷ ଜଳାଇ ଦିଆଯାଇଥିବା ଗୁଜବ ପ୍ରସାରିତ ହୋଇଥିଲା, ଫଳରେ ଅଂଚଳରେ ବିବାଦ ସୃଷ୍ଟି ହୋଇଥିଲା। ଏହାକୁ କେନ୍ଦ୍ର କରି ମହଲ ଏବଂ ହଂସପୁରି ଅଂଚଳରେ ବଡ଼ ହିଂସା ସୃଷ୍ଟି ହୋଇଥିଲା, ଏଥିରେ ଅନେକ ଦୋକାନ ଏବଂ ଘର ଭଙ୍ଗାରୁଜା କରିବା ସହିତ ନିଆଁ ଲଗାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

ଭାରତର ୫ ମହଙ୍ଗା ମହିଳା ପ୍ରବଚକ, ଯିଏ କଥା କହି ନେଇଯାଆନ୍ତି ଏତେ ଫି

ନୂଆଦିଲ୍ଲୀ,୬।୧୨: ବୃନ୍ଦାବନର ପ୍ରସିଦ୍ଧ କାହାଣୀକାର ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ୱତନ ଡିଏସପିଙ୍କ ଝିଅ ଶିପ୍ରା ଶର୍ମା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର, ଡିସେମ୍ୱର 5...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri