ବହୁପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ରତ୍ନଗିରି ପାହାଡ ପ୍ରକମ୍ପିତ

ପୁରୁଷୋତ୍ତମପୁର, ୧୮।୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି । ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି ପାହାଡ ପ୍ରକମ୍ପିତ ହେବାରେ ଲାଗିଛି। ଦର୍ଶନ କରିବା ନିମନ୍ତେ ମଧ୍ୟରାତ୍ରରୁ ମା’ଙ୍କ ପୀଠରେ ଭକ୍ତଙ୍କ ଭିଡ଼ ଲାଗିଥିଲା । ମା’ ତାରାତାରିଣୀ ଦୁଇ ଭଉଣୀ ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ରାତ୍ର ୨ଟାରେ ମନ୍ଦିର ଦ୍ୱାର ଫିଟା ହୋଇ ମାଜଣା, ମଙ୍ଗଳ ଆଳତି, ସିଙ୍ଗାର, ଅବକାଶ ଆଦି ପରମ୍ପରା ଅନୁସାରେ ସମସ୍ତ ରୀତିନୀତି କରାଯାଇ ପୂଜାର୍ଚ୍ଚନା ହୋଇଥିଲା।

ତାରାତାରିଣୀ ଦୁଇ ଭଉଣୀଙ୍କୁ ସେବାୟତ ମାନେ ମହାକାଳୀ ବେଶରେ ସଜ୍ଜିତ କରାଇବା ପରେ ଭୋର ସକାଳ ୪.୩୦ରେ ସାହାଣ ମେଲା ହୋଇଥିଲା ଓ ମା ଭକ୍ତଙ୍କୁ ମହାକାଳୀ ରୁପରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ରାତ୍ର ୧୨ଟାରୁ ମୂଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିବାର ସେବାୟତ ବାପୁଜୀ ରଣାଙ୍କ ଠାରୁ ଜଣାପଡିଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଆସି ମା’ଙ୍କଠାରେ ପୂଜାର୍ଚ୍ଚନା କରି ଜିଲାବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକକୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଆଇଆଇସି ରାଜେଶ କୁମାର ନାୟକ ଓ ପୋଲିସ ଫୋର୍ସ ଆଇନ ଶୃଙ୍ଖଳା ନିୟନ୍ତ୍ତଣ କରିବାରେ ଲାଗିଥିବାବେଳେ ବିଡିଓ ଶରତ କୁମାର ପାତ୍ର, ଏନଏସି ନିର୍ବାହୀ ଅଧିକାରୀ ତଥା ତହସିଲଦାର ଗୋବିନ୍ଦ ଡନସେନା ଓ ମନ୍ଦିର ନିର୍ବାହୀ ଅଧିକାରୀ ଟିକେରେଡି ଯାତ୍ରାକୁ ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜଲବାଡି ଘାଟି ସମ୍ପ୍ରସାରଣ ବିଳମ୍ବ: ବଢିଲା ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ଦାରିଙ୍ଗବାଡି, ୧୦।୧୨ (ଅରୁଣ ସାହୁ): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟରାଜପଥର ଗାଜଲବାଡି ଘାଟିର ସମ୍ପ୍ରସାରଣ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ। କେନ୍ଦ୍ର...

ଏଣିକି ଛାତ୍ରୀଛାତ୍ର ହେବେ ଆତ୍ମନିର୍ଭରଶୀଳ: କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ…

ଭଞ୍ଜନଗର,୧୦।୧୨(ବାବୁଲା ପ୍ରଧାନ): କଲେଜ ପଢୁଥିବା ଛାତ୍ରୀଛାତ୍ରମାନେ ପାଠ ପଢା ସରିବା ପରେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

ହାର୍ଦ୍ଦିକଙ୍କ ବଡ଼ ବୟାନ, ପ୍ରେମିକା ମାହିକାଙ୍କୁ ନେଇ କହିଦେଲେ ଏତେ ବଡ଼ କଥା

ନୂଆଦିଲ୍ଲୀ,୧୦।୧୨: କଟକରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ୧୦୧ ରନର ବିଶାଳ ବିଜୟ...

୫ଟି ଷ୍ଟ୍ରେସ୍‌ ଫ୍ରି ଚାକିରି, ଚାପ କମ୍‌ ଦରମା ଅଧିକ

ସମ୍ପ୍ରତି, କର୍ପୋରେଟ ଜଗତରେ “Quiet Quitting” ଧାରା ଭାଇରାଲ ହୋଇଥିଲା। ଏଥିରେ କର୍ମଚାରୀମାନେ କେବଳ ସେମାନଙ୍କ ଚାକିରି ବର୍ଣ୍ଣନାରେ ର୍ନିଦ୍ଦିଷ୍ଟ କାର୍ଯ୍ୟଗୁଡ଼ିକ କରୁଥିଲେ ଏବଂ ଅତିରିକ୍ତ...

ନୀଳଗିରିକୁ ପଶିଲେ ୨୭ଟିକିଆ ଝାଡଖଣ୍ଡି ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି,୧୦।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୨୭ ଟିକିଆ ଝାଡଖଣ୍ଡି ହାତୀପଲ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ...

ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ: ୭ ଦିନରେ ଦାବି…

ଭୁବନେଶ୍ୱର,୧୦।୧୨: ଗାନ୍ଧିମାର୍ଗରେ ଆନ୍ଦୋଳନରେ ବସିଥିବା ପ୍ରାଥମିକ ଶିକ୍ଷକ ଆନ୍ଦୋଳନରୁ ହଟିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂ ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁଙ୍କ ସହ...

ସ୍କୁଲ ପରିସରରେ ମୂଷା ମରା ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କଲେ ନବମ ଶ୍ରେଣୀ ଛାତ୍ରୀ, ମା’ କହିଲେ ଏହି କାରଣ ପାଇଁ…

ଗଜପତି, ୧୦।୧୨(ଗିରିଧାରୀ ପରିଛା): ଗଜପତି ଜିଲା କାଶୀନାଗର ବ୍ଲକ କାଶୀନାଗର ବାରଣାସୀ ହାଇ ସ୍କୁଲରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ପରିସରରେ ମୂଷା ମରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri