ହେମାମାଳିନୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ: ‘ଗ୍ରହଣ କରିଥିଲେ ମୁସଲମାନ ଧର୍ମ’

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ହେମାମାଳିନୀ ହିନ୍ଦୁ ନୁହନ୍ତି, ସେ ମୁସଲମାନ ଅଟନ୍ତି।

ତେଣୁ ତାଙ୍କର ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଆଇନ। ହେମାମାଳିନୀ ୨୧ ଅଗଷ୍ଟ ୧୯୭୯ରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇଠାରେ ମୁସ୍‌ଲିମ୍‌ ପ୍ରଥାରେ ବିବାହ କରିଥିଲେ। ଉକ୍ତ ବିବାହକୁ ମୌଲାନା କାଜି ଅବଦୁଲା ଫଇଜାବାଦି ନିକାହ କରାଇଥିଲେ। ବିବାହ ନିମନ୍ତେ ଧର୍ମେନ୍ଦ୍ର ଏବଂ ହେମା ୧ ଲକ୍ଷ ୧୧ ହଜାର ଟଙ୍କା ଦେଇଥିଲେ। ହିନ୍ଦୁ ବିବାହ ଆଇନ ୧୯୫୫କୁ ଫାଙ୍କିବା ପାଇଁ ଧର୍ମେନ୍ଦ୍ର ଓ ହେମା ଏପରି ପନ୍ଥା ଆପଣେଇ ବିବାହ କରିଥିଲେ। କାରଣ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ସନ୍ତାନ ଥିଲେ। ପୂର୍ବରୁ ଗୋଟିଏ ସ୍ତ୍ରୀ ଥିବାରୁ ହିନ୍ଦୁ ଆଇନରେ ଦ୍ୱିତୀୟ ବିବାହ ଆଇନସମ୍ମତ ନୁହେଁ।

ତେଣୁ ଦ୍ୱିତୀୟ ବିବାହ କରିବା ନିମନ୍ତେ ଉଭୟେ ଧର୍ମେନ୍ଦ୍ର ଏବଂ ହେମା ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ମୁସଲମାନ ଧର୍ମରେ ଏକାଧିକ ବିବାହ କରିବାର ପ୍ରଥା ରହିଛି। ଧର୍ମେନ୍ଦ୍ର ନିଜକୁ ଦିଲାୱାର ଖାନ୍‌ କଓ୍ବେଲ କ୍ରିଷ୍ଣ ଏବଂ ହେମା ନିଜକୁ ଆଇଶା ବି ଆର୍‌ ଚକ୍ରବର୍ତ୍ତୀ ବୋଲି ଦର୍ଶାଇ ବିବାହ କରିଥିଲେ। ଉଭୟଙ୍କ ଦୁଇଟି କନ୍ୟାସନ୍ତାନ ରହିଛନ୍ତି। ତେବେ ହେମାମାଳିନୀ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ଘଟଣା କୋଟି କୋଟି ସନାତନ ହିନ୍ଦୁମାନଙ୍କୁ ଆଘାତ ଦେଇଛି। ତେଣୁ ଆଇନ ଅନୁଯାୟୀ ହେମାମାଳିନୀଙ୍କୁ ତଦନ୍ତ ପୂର୍ବକ ମାମଲା ରୁଜୁ କରି ନୋଟିସ ଜାରି କରାଯାଉ। ଅଭିଯୋଗ ସତ ହୋଇଥିଲେ ଗିରଫ କରାଯାଉ। ତେବେ ହେମା ମୁସଲିମ୍‌ ବୋଲି ପୁରୀ ଲୋକ ସଭା ଏମ୍‌ପି ସମ୍ବିତ ପାତ୍ର ଜାଣିଛନ୍ତି। ତେଣୁ ସେ ବିବାଦ ଘେରକୁ ନ ଯିବାପାଇଁ ହେମାଙ୍କୁ ଦୋଳବେଦୀ ନିକଟରେ ଛାଡ଼ି ଚାଲିଯାଇଥିଲେ ବୋଲି ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ନେଇ ମୁହଁ ଖୋଲିଲେ ନବୀନ, ନୂଆ ମୁଖିଆ….

ଭୁବନେଶ୍ୱର,୨୧।୧:  ଅରବିନ୍ଦ ମହାପାତ୍ରଙ୍କ ନିଲମ୍ବନ ଉପରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କାହିଁକି ବିଜୁ ଜନତା ଦଳରୁ ଅରବିନ୍ଦଙ୍କୁ ନିଲମ୍ବନ...

ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri