ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର ୨ ଦିନରେ ପୋଲିସ ବେଆଇନ ଭାବେ ଚାଲାଣ ହେଉଥିବା ୧୨୮ଟି ଗାଈଗୋରୁ ଉଦ୍ଧାର କରିଛି। ଏନେଇ ପୋଲିସ ରବିବାର ଏକ ମାମଲା ରୁଜୁ କରି ଜଣକୁ ଗିରଫ କରି ଭଞ୍ଜନଗର କୋର୍ଟ ଚାଲାଣ କରିଥିଲା। ସୋମବାର ଆଉ ଏକ ମାମଲା ରୁଜୁ କରି ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଞ୍ଜନଗର ପୋଲିସ ବେଆଇନ ଗୋଚାଲାଣ ଉପରେ ଜୋରଦାର ଚଢାଉ କରିଛି । ଫଳରେ ଗାଈଗୋରୁ ବ୍ୟବସାୟୀମାନେ ଆତଙ୍କିତ ହୋଇପଡିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଓ କନ୍ଧମାଳ ଜିଲାରୁ ଅନେକ ଗାଈଗୋରୁ ବେଆଇନ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାର କଂସାରିଖାନାକୁ ଚାଲାଣ ହେଉଛି। ଏନେଇ ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅଭିଯୋଗ ହେଉଛି। କିନ୍ତୁ ପୋଲିସ ପ୍ରଶାସନ ଏନେଇ ବିଗତ ଦିନରେ କଡ଼ା ପଦକ୍ଷେପ ନେବାରେ ବିଫଳ ହେଉଛି। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଅବାଧରେ ଗୋଚାଲାଣ କରୁଛନ୍ତି। ଏହିଭଳି ପରିସ୍ଥିତିରେ ଶନିବାର ରାତିରେ କନ୍ଧମାଳ ଜିଲାରୁ ୭୦ ଗାଈ ଧରି ବ୍ୟବସାୟୀମାନେ ସୋରଡ଼ା ଥାନା ଅନ୍ତର୍ଗତ ଜୟସିଂ ନେଉଥିଲେ। ସେଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ ହୋଇଥାନ୍ତା। କିନ୍ତୁ ଭଞ୍ଜନଗର ନିକଟସ୍ଥ ନିଧିଆପଲ୍ଲିଠାରେ କିଛି ସାଧୁସନ୍ଥ ବେଆଇନ ଗୋ ଚାଲାଣ ନେଇ ଦେଖିବା ପରେ ଭଞ୍ଜନଗର ଥାନାଧିକାରୀ ଜିବନାନନ୍ଦ ଜେନାଙ୍କୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଈଗୋରୁଙ୍କୁ ଉଦ୍ଧାର କରି କରଚୁଲି ଆଶ୍ରମରେ ନେଇ ଛାଡିଥିଲା। ଏହି ମାମଲାରେ ଜଣକୁ ଗିରଫ କରାଯାଇଥିଲା। ସୋମବାର ପ୍ରତ୍ୟୁଷରେ ୫୮ ଗାଈ ଗୋରୁ ଧରି ୫ ଜଣ ଅଭିଯୁକ୍ତ କନ୍ଧମାଳ ଜିଲାରୁ ଡହ ରାସ୍ତା ଦେଇ ସୋରଡ଼ା ଅଭିମୁଖେ ଯାଉଥିଲେ। ଏନେଇ ପୋଲିସ ସୂଚନା ପାଇ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏଥିସହ ଉଦ୍ଧାର ଗାଈଗୋରଙ୍କୁ କରଚୁଲି ଆଶ୍ରମରେ ନେଇ ଛଡ଼ାଯାଇଛି। ଗିରଫ ୫ ଅଭିଯୁକ୍ତ କୁଲାଙ୍ଗୀ ଓ ଲାଠିପଡ଼ା ଗ୍ରାମର। ପୋଲିସର ଆଭିମୁଖ୍ୟକୁ ନେଇ ଗୋ ମାତା ପ୍ରେମୀ ଖୁସିବ୍ୟକ୍ତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri