ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନିକ ସୋମବାର ଶିରୋଲ ଗ୍ରାମକୁ ପରିଦର୍ଶନ କରିଛନ୍ତି। ଶିରୋଲ ଗ୍ରାମ ପଞ୍ଚାୟତ ମାସିକ ବୈଠକ ମଧ୍ୟ ସଭାଗୃହରେ ସରପଞ୍ଚ ଝରଣା ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।

ଶିରୋଲ ଗ୍ରାମସ୍ଥିତ ଚଟାଣ ସାଗର ବହୁ ବର୍ଷ ହେଲା ମରାମତି ହୋଇ ନ ଥିବାରୁ ପାଣି ଦୂଷିତ ହୋଇଛି ଏବଂ ଭିତରେ ବହୁ ବର୍ଷ ହେଲା ପଙ୍କ, ଅନାବନା ଗଛରେ ଭରି ରହିଛି। ଯାହାଫଳରେ ପାଣି ଦୂଷିତ ହୋଇଯାଉଛି । ଗ୍ରାମର ଲୋକେ ଗାଧୋଇବାରେ ଅସୁବିଧା ଭୋଗୁଛନ୍ତି। ସେଥିପାଇଁ ମଙ୍ଗଳବାର ଉକ୍ତ ସାଗରର ହିଡ କାଟି ଦୂଷିତ ପାଣି ନିଷ୍କାସନ କରିବା ନିଷ୍ପତ୍ତି ନିଆଯାଇଛି। ସେହିପରି ଗୋରୁ,ଗାଈ, ମଇଁଶି,ଛେଳି ମେଣ୍ଢା ,ବତକ ଆଦି ଗୃହପାଳିତ ପଶୁଙ୍କ ଅସୁବିଧା ସହିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜିକାର ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର ହୋଇଛି। ଗ୍ରାମ ପଞ୍ଚାୟତ ଫଣ୍ଡରୁ ୩ଲକ୍ଷ , ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରୁ ୭ଲକ୍ଷ, ମନରେଗା ଯୋଜାରୁ ୧୦ଲକ୍ଷ ମଞ୍ଜୁର କରାଯାଇଛି। ବ୍ଲକ ଗ୍ରାଣ୍ଡରୁ ୨୦ଲକ୍ଷ ଗ୍ରାମ ପଞ୍ଚାୟତ ପକ୍ଷରୁ ବିଡ଼ିଓ ଦାବି କରାଯାଇଛି। ଏହି ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ ଜନ୍ମେଜୟ ସ୍ବାଇଁ,ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପଟା, ଅତିରିକ୍ତ ଇଞ୍ଜିନିୟର ଏସଏନ ମିଶ୍ର, କନିଷ୍ଠ ଯନ୍ତ୍ରୀ ତ୍ରିଲୋଚନ ବେହେରା,ପୂର୍ବତନ ସରପଞ୍ଚ ବିକ୍ରାନ୍ତ ବାଗ,ସମିତି ସଭ୍ୟ ପ୍ରତାପ ବାଗ ,ପିଇଓ ଝାସକେତନ ସାହୁ, ୱାର୍ଡ ସଭ୍ୟସଭ୍ୟା ପ୍ରମୁଖ ଉକ୍ତ ଚଟାଣ ସାଗରକୁ ପରିଦର୍ଶନ କରିଛନ୍ତି। ଶିରୋଲ ସରପଞ୍ଚ ଝରଣା ବାଗ ଉକ୍ତ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବ୍ଲକ ଗ୍ରାଣ୍ଡରୁ ୨୦ ଲକ୍ଷ ବିଡ଼ିଓଙ୍କୁ ଦେବା ପାଇଁ ଜଣାଇଥିଲେ। ବିଡ଼ିଓ ଯେକୌଣସି ଯୋଜନାରୁ ଦେବେ ବୋଲି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri