ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ: ଯୋଗଦେଲେ ଭାରତୀୟ କିଷାନ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୟାଁ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ଆନେକ ରାଷ୍ଟ୍ରୀୟ ସ୍ତରୀୟ କୃଷକ ନେତା ଯୋଗଦାନ କରିଛନ୍ତି। ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଏହି ମହାପଞ୍ଚାୟତ ଆୟୋଜନ କରାଯାଇ ଥିବାବେଳେ ଅନେକ ଚାଷୀ, ସ୍ବେଚ୍ଛାସେବୀ, ସାମାଜିକ ସଂଗଠନ ଏଥିରେ ସାମିଲ ହୋଇଛନ୍ତି। ଖରା, ତାତି ସତ୍ତ୍ବେହଜାର ହଜାର ଚାଷୀଙ୍କ ସମାବେଶରେ ସୟାଁ ଖେଳ ପଡିଆ ଲୋକାରଣ୍ୟ ହୋଇ ପଡ଼ିଛି। ବର୍ତ୍ତମାନ ସରକାରଙ୍କ କୃଷିନୀତି ପ୍ରତିବାଦରେ ଏହି ମହାପଞ୍ଚାୟତ ଚାଲିଛି। ସରକାରଙ୍କ କୃଷିନୀତି ସମ୍ପୂର୍ଣ୍ଣ ଭାବରେ କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ସୁହାଉଛି। ଅନ୍ୟପକ୍ଷରେ ଯେଉଁ କୃଷକଙ୍କ ପାଇଁ ନୀତି ପ୍ରସ୍ତୁତ କରାଯାଉଛି,ସେମାନେ ଦିନକୁ ଦିନ ଗରିବ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସଂଗଠନ ଅଭିଯୋଗ କରିଛି। କମ୍ପାନୀମାନଙ୍କ ଲକ୍ଷ ଲକ୍ଷ କୋଟି ଟଙ୍କା ଛାଡ଼ କରାଯାଉଥିବା ବେଳେ ଚାଷୀମାନଙ୍କ ଋଣ ଛାଡ଼ କଲେ ସରକାର ଦେବାଳିଆ ହୋଇଯିବ ବୋଲି ସରକାର କହୁଛନ୍ତି।

ଅନ୍ୟପକ୍ଷରେ ପୁଞ୍ଜିପତିମାନେ ଯେତିକି ଟଙ୍କା ଋଣ ପରିଶୋଧ ନ କରି ବିଦେଶକୁ ପଳାୟନ କରିଛନ୍ତି, ସେତିକି ଟଙ୍କା ଋଣ ଚାଷୀମାନେ ନେଇ ନାହାନ୍ତି। କିନ୍ତୁ ଅନ୍ନଦାତା ବୋଲାଉଥିବା ଚାଷୀକୁଳ ପାଇଁ ଅମୃତକାଳରେ କେବଳ ବିଷ ମିଳୁଛି ବୋଲି ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ମଣ୍ଡଳୀ ଅଭିଯୋଗ କରିଛି। ସେହିପରି ସରକାରମାନେ ଅଧିକ ଅମଳ ପାଇଁ ଉନ୍ନତ ବିହନ,ରାସାୟନିକ ସାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଥିବା ସ୍ଥଳେ ଚାଷୀ ମାନଙ୍କ ବିନିଯୋଗ ଅର୍ଥ ତୁଳନାରେ ବିକ୍ରି ମୂଲ୍ୟ କମ ମିଳୁଛି। ଚାଷୀ ମାନଙ୍କ ଉତ୍ପାଦିତ ସମସ୍ତ ଫସଲକୁ ସରକାର କ୍ରୟ ନ କରି ଏକ ତୃତୀୟାଂଶ କିଣୁଛନ୍ତି । ଯଦ୍ୱାରା ବଳକା ଶସ୍ୟକୁ ଚାଷୀ ଦଲାଲ ଏବଂ ବେପାରୀମାନଙ୍କୁ କମ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବଜାର ବ୍ୟବସ୍ଥା, ଭିତ୍ତିଭୂମି ଓ ଶୀତଳ ଭଣ୍ଡାର ଅଭାବରୁ ଚାଷୀ କ୍ଷତିଗ୍ରସ୍ତ ଓ ଶୋଷଣ ର ଶିକାର ହେଉଛନ୍ତି। ଲଘୁବନଜାତ ଦ୍ରବ୍ୟ ଯଥା ଚାର, ମହୁଲ ପାଇଁ ମଣ୍ଡି ବ୍ୟବସ୍ଥା ତଥା ସହାୟକ ମୂଲ୍ୟ ନିର୍ଦ୍ଧାରଣ କରାଯାଇ ପାରୁନାହିଁ। ବିଭିନ୍ନ ସରକାରମାନେ ଜଳସେଚନ କଥା କହୁଥିବା ବେଳେ ଆଜି ପର୍ଯ୍ୟନ୍ତ ସମସ୍ତ ଚାଷ ଜମିକୁ ଜଳସେଚିତ କରିପାରି ନାହାନ୍ତି। ବରଗଡ଼ ଜ଼ିଲାର ୧୨ ବ୍ଲକ ମଧ୍ୟରୁ ୪ ବ୍ଲକ ସମ୍ପୂର୍ଣ୍ଣ ଜଳସେଚିତ ହୋଇଥିବା ବେଳେ ୮ବ୍ଲକ ଅଣ ଜଳସେଚିତ ଓ କ୍ରମାଗତ ମରୁଡ଼ିର ସମ୍ମୁଖୀନ ହୁଅନ୍ତି । ଠିକ ସମୟରେ ଫସଲବୀମା ପଇସା ନ ପାଇ ଚାଷୀମାନେ ଆନ୍ଦୋଳନ କରୁଛନ୍ତି । ଜଳସେଚନ ପାଇଁ ଅତ୍ୟଧିକ ବିଜୁଳି ବିଲ୍‌ ଦେଇ ଖର୍ଚ୍ଚାନ୍ତ ହେଉଛନ୍ତି ଏବଂ ବିଜୁଳି ବଳକା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀର ଶୋଷଣର ଶିକାର ହେଉଛନ୍ତି। ବିଭିନ୍ନ କମ୍ପାନୀ ର କୋଟି କୋଟି ଟଙ୍କା ବିଜୁଳି ବିଲ ଛାଡ଼ କରାଯାଉଥିବା ବେଳେ ଘରୋଇ ଉପଭୋକ୍ତା ଓ ଚାଷୀମାନଙ୍କ ପାଖରୁ ଜୋର ଜବରଦସ୍ତ ଅସୁଲି କରାଯାଉଛି ଏବଂ ନ ଦେଲେ ଲାଇନ କାଟି ଦେଉଛନ୍ତି । ନିର୍ବାଚନ ସମୟରେ ଦେଇଥିବା ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ ପ୍ରତିଶ୍ରୁତି ଭୁଲି ଯାଇ ବର୍ତ୍ତମାନ ସୂର୍ଯ୍ୟଘର ଯୋଜନା ପାଇଁ ଋଣ କରିବାକୁ ପ୍ରୋତ୍ସାହିତ କରୁଛନ୍ତି। ଏଭଳି ଚାଷ ଓ ଚାଷୀ ସମସ୍ୟା ନେଇ ଅଭିଯୋଗ କରି ପାଇଁ ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ଏହି କିଷାନ ମହାପଞ୍ଚାୟତ ଆୟୋଜନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri