ରାଜନୈତିକ ବିବାଦ: ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ କଲେ ସରପଞ୍ଚଙ୍କ ସମର୍ଥକ

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧିଙ୍କୁ ଆକ୍ରମଣ। ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗଡଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ରହ୍ମପୁର ଏମପି ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିନିଧି କେ. ହରିବନ୍ଧୁ ରେଡ୍ଡୀଙ୍କୁ ତାଙ୍କ ପ୍ରତିପକ୍ଷ ଗୋଷ୍ଠୀ ପକ୍ଷରୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଶନିବାର ରାତି ପ୍ରାୟ ୮ ଟାରେ ଗଡଗୋବିନ୍ଦପୁର ଗ୍ରାମର ନୃସିଂହ ମହାପ୍ରଭୁଙ୍କ ମନ୍ଦିରରେ ହରିବନ୍ଧୁ ତାଙ୍କ ୨ ସହଯୋଗୀ ନିଳାଞ୍ଚଳ ସାହୁ ଏବଂ ଯଜ୍ଞ ରେଡ୍ଡୀଙ୍କ ସହ କଥା ହେଉଥିବାବେଳେ ସରପଞ୍ଚ ରଞ୍ଜନ କୁମାର ସାହୁଙ୍କ ୪ରୁ ଉର୍ଦ୍ଧ ସମର୍ଥକ ସେଠାରେ ପହଞ୍ଚି ନିଳାଞ୍ଚଳ ଓ ଯଜ୍ଞଙ୍କୁ ଆକ୍ରମଣ କରିଥିଲେ। ପ୍ରତିବାଦ କରିବାରୁ ହରିବନ୍ଧୁଙ୍କୁ ସେମାନେ ଘାତକ ଆକ୍ରମଣ କରିଥିଲେ। ପରେ ହରିବନ୍ଧୁ ଏବଂ ତାଙ୍କ ସମର୍ଥକମାନେ ସରପଞ୍ଚଙ୍କ ସମର୍ଥକ କାଳିଆ ପ୍ରଧାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଆହାତ ହରିବନ୍ଧୁଙ୍କୁ କିଛି ଗ୍ରାମବାସୀ ଉଦ୍ଧାର କରି ପ୍ରଥମେ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ସେହିପରି କାଳିଆଙ୍କୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। କେ.ନୂଆଗାଁ ଥାନା ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସବିଶେଷ ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି।

ହରିବନ୍ଧୁଙ୍କୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ଏମପି ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ,ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଏବଂ ଦିଗପହଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ନିନ୍ଦା କରିଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ପଞ୍ଚାୟତରେ ଗତ ୩ ବର୍ଷ ମଧ୍ୟରେ ଏମଜିଏନଏନଆରଜିଏସ ଯୋଜନାରେ କୌଣସି କାମ କରାନଯାଇ ପ୍ରାୟ ୨ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ନେଇ ହରିବନ୍ଧୁଙ୍କ ସମର୍ଥକ ନିଳାଞ୍ଚଳ ରାଜ୍ୟ ଲୋକାୟୂକ୍ତଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ ପାଇଁ ନୋଟିସ ହେବାରୁ ପ୍ରତିପକ୍ଷ ସରପଞ୍ଚଙ୍କ ସମର୍ଥିତ ଗୋଷ୍ଠୀର ଯୁବକମାନେ ତାଙ୍କୁ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଥିଲେ। ଏନେଇ ସେ ସୁରକ୍ଷା ପାଇଁ ଗଞ୍ଜାମ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଜିଲାପାଳ କେ.ନୂଆଗାଁ ଥାନା ଆଇଆଇସିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଥିଲେ। ପ୍ରତିପକ୍ଷ ଗୋଷ୍ଠୀର ଯୁବକମାନେ ଏଥିରେ ଉତ୍ତେଜିତ ହୋଇ ଗ୍ରାମରେ ଆତଙ୍କ ଚଳାଉଥିଲେ ବୋଲି ହରିବନ୍ଧୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ଏନେଇ ସେ କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ସରପଞ୍ଚଙ୍କ ସମେତ ଆକ୍ରମଣରେ ସମ୍ପୃକ୍ତ ୪ ଯୁବକଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଛନ୍ତି। ଘଟଣାକୁ କେନ୍ଦ୍ରକରି ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲା ଜଣାଇଛନ୍ତି। ଅପରପକ୍ଷରେ ସରପଞ୍ଚ ତାଙ୍କ ନାଁ ରେ ହୋଇଥିବା ସମସ୍ତ ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ଏମଜିଏନଆରଜିଏସ ଯୋଜନାରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ। ଗତ ପଞ୍ଚାୟତ ନିର୍ବାଚନରେ ପରାଜିତ ହେବା ପରଠାରୁ ହରିବନ୍ଧୁ ପଞ୍ଚାୟତର ବିକାଶରେ ବାଧକ ହେବା ସହ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ଯୋଜନାରେ କରାଯାଉଥିବା ଉନ୍ନୟନ କାମ ଗୁଡ଼ିକୁ ବିରୋଧ କରି ଆସୁଛନ୍ତି। ତାଙ୍କ ସମର୍ଥକଙ୍କ ଜରିଆରେ ମିଥ୍ୟା ତଥ୍ୟ ଆଧାରରେ ନିୟମିତ ବ୍ୟବଧାନରେ ପିଟିସନ କରୁଛନ୍ତି। ଯାହା ଫଳରେ ବହୁ ସଂଖ୍ୟକ ପ୍ରକଳ୍ପର ଉନ୍ନୟନ କାମ ବନ୍ଦ ରହିଛି। ଶନିବାର ସକାଳେ ଗ୍ରାମର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ପ୍ରରୋଚନାରେ ଗୋଟିଏ ଗୋଷ୍ଠୀର ଯୁବକମାନେ ହୋଲି ଶୋଭାଯାତ୍ରାର ଆୟୋଜନ କରି ପ୍ରତିପକ୍ଷ ଗୋଷ୍ଠୀର ଯୁବକ ମାନେ ହୋଲି ଖେଳୁଥିବାବେଳେ ସେମାନଙ୍କୁ ଧମକ ଦେଇଥିଲେ। ପରେ ମାମଲା ସମାଧାନ ହୋଇଥିଲା। ଆକ୍ରମଣ ପ୍ରତି ଆକ୍ରମଣ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri