କହିଦେଲେ ତାରା, ମୁଁ ସେଦିନ ମାରପିଟ୍ ମୁଡରେ ନଥିଲି, ନ ହେଲେ…

ଭୁବନେଶ୍ୱର,୧୩।୩: ଆରମ୍ଭରୁ ବିଧାନସଭାରେ ମୁହାଁମୁହିଁ ହେଲେ ଶାସକ ବିରୋଧୀ। ଗୃହ ମଧ୍ୟଭାଗକୁ ଆସି ବିରୋଧୀ ପ୍ରବଳ ହଟ୍ଟଗୋଳ କଲେ। ଉଭୟ ବିଜେଡି-କଂଗ୍ରେସ ମିଶି ଏମିତି ପ୍ରତିବାଦ କଲେ ଯେ ବାଚସ୍ପତିଙ୍କୁ ଦୁଇ ଦୁଇ ଥର ଗୃହକୁ ମୁଲତବୀ ରଖିବାକୁ ପଡିଥିଲା। ପୋଲାଭରମ ପ୍ରସଙ୍ଗ ଆଲୋଚନା କରିବାକୁ ବିଜେଡି ଦାବି କରୁଥିବାବେଳେ ନାରୀ ର୍ନିଯାତନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲା କଂଗ୍ରେସ।

ତାରା  କହିଛନ୍ତି, ବିଧାନସଭାରେ ଜୟନାରାୟଣଙ୍କୁ କେବେ ମାରିଥିଲି ମୋର ମନେନାହିଁ। ତାଙ୍କର ପ୍ରଖର ସ୍ମରଣଶକ୍ତି। ସେ ମନେ ରଖିଥିବେ। ସରକାରଙ୍କର ମୋ ଉପରେ ଆଉ ମୋ ଦଳ ଉପରେ ଭାରି ଡର। ସେଥିପାଇଁ ସେ ଆମ ଉପରେ ଆକ୍ସନ ନେବାକୁ ବାଧ୍ୟ ହୋଇଛନ୍ତି। ତାଙ୍କର କେତେକ ମନ୍ତ୍ରୀ ଏବେ ଚାପରେ ଅଛନ୍ତି। ସେଦିନ ସେ ମୋର କଲର୍‌ ଧରିଥିଲେ। ହେଲେ ମୁଁ ମାଡପିଟ୍‌ ମୁଡ୍‌ରେ ନ ଥିଲି। ମୁଁ ମାରିଥିଲେ ଆଉ ରହି ନ ଥାନ୍ତେ।

କଂଗ୍ରେସ ସଦସ୍ୟ ବିଧାନସଭା ବୟକଟ କରି ଗୁରୁବାର ପୁଣି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛନ୍ତି। କଂଗ୍ରେସ ସଦସ୍ୟମାନେ ଆଜି ବି ପ୍ରଶ୍ନକାଳରେ ସାମିଲ ହୋଇନାହାନ୍ତି। କଳାପଟି ବାନ୍ଧି ଧାରଣାରେ ବସିଛନ୍ତି । ଏଥିରେ ସାମିଲ ହୋଇଛନ୍ତି ପିସିସି ସଭାପତି ଭକ୍ତ ଦାସ। ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ କଂଗ୍ରେସ ଆଜି ମଧ୍ୟ ଅଡ଼ି ବସିଛି।

କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ୭ ଦିନ ଲାଗି ନିଲମ୍ବନ ଘଟଣାକୁ ତାଙ୍କ ଦଳ ସହଜରେ ଗ୍ରହଣ କରିନାହିଁ। ଶାସକ ଭାଜପା ଗୃହରେ ଏନେଇ ଆଣିଥିବା ମୋଶନକୁ ଗୃହରେ ବାଚସ୍ପତି ଗ୍ରହଣ କରିବା ଘଟଣାକୁ କଂଗ୍ରେସ ତୀବ୍ର ବିରୋଧ କରିବା ଆରମ୍ଭ କରିଛି। ଏହାପରଠାରୁ କଂଗ୍ରେସ ସଦସ୍ୟମାନେ ଗୃହ କାର୍ଯ୍ୟକୁ ବୟକଟ୍‌କରି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଉଛନ୍ତି। ଅନ୍ୟପଟେ ଏହି ଘଟଣା ସମେତ ନାରୀ ନିର୍ଯାତନା ବିରୋଧରେ ଓ ନାରୀ ସଶକ୍ତୀକରଣକୁ ମୁଖ୍ୟ ପ୍ରସଙ୍ଗକରି ଆସନ୍ତା ୨୭ରେ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯିବ। ଏନେଇ ବୁଧବାର କଂଗ୍ରେସ ଭବନଠାରେ ଆୟୋଜିତ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତିି ହୋଇଛି। ଅନ୍ୟପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାରାଙ୍କ ବାସଭବନରେ ତାଙ୍କୁ ଭେଟି ସମର୍ଥନ ଦେଇ ଫେରିଛନ୍ତି। ଏହାପରେ ତାରା ମଧ୍ୟ ଅଧିକ ଉତ୍ସାହିତ ହୋଇଥିବା ଜଣାଇଛନ୍ତି। ସେହିପରି ଏହି ଘଟଣାରେ ରାଜ୍ୟର ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲାକା ସଂସଦରେ ଉକ୍ତ ପ୍ରସଙ୍ଗ ଉଠାଇଛନ୍ତି। ସେ ପାର୍ଲାମେଣ୍ଟରେ କହିଛନ୍ତି, ରାଜ୍ୟ ବିଧାନସଭାରେ ନାରୀ ନିର୍ଯାତନା, ଅପରାଧ ପ୍ରସଙ୍ଗ ଉଠାଇବାରୁ ବିରୋଧୀଙ୍କୁ ଆକ୍ରମଣ କରାଯାଇଛି। ଏହା ଦୁର୍ଭାଗ୍ୟଜନକ ଘଟଣା ହୋଇଥିବା ବେଳେ ଏହାର ତଦନ୍ତ ଲାଗି ଏକ କମିଟି ଗଠନ କରିବାକୁ ସେ ଦାବି କରିଛନ୍ତି।
ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭାରୀ ଲଲ୍ଲୁ ଓ ଅଖିଳ ଭାରତ କଂଗ୍ରେସ ସମ୍ପାଦିକା ରୋଜାଲୀନା ତିର୍କୀ ଯୋଗଦେଇଥିଲେ। ବୈଠକ ପରେ ଲଲ୍‌ୁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ରାଜ୍ୟରେ ୮ ମାସ ହେଲା ଚାଲିଥିବା ଭାଜପା ସରକାର ଅମଳରେ ବହୁ ମାତ୍ରାରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ଗୃହରେ ଏହି ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ପ୍ରଶ୍ନ କରୁଥିବାବେଳେ ତାରା ବାହିନୀପତିଙ୍କୁ ଗାଳିଦେଇ, ମାଡ଼ ମାରି ଶେଷରେ ନିଲମ୍ବିତ କରିଦିଆଗଲା। ଭାଜପା ଦିଲ୍ଲୀ ସମେତ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଗଣତନ୍ତ୍ରର ହତ୍ୟା କରିଛି। ବୈଠକରେ କଂଗ୍ରେସର ସବୁ ନେତା ନିଷ୍ପତ୍ତି କଲେ ମହିଳାଙ୍କ ଅସ୍ମିତା ପାଇଁ ୨୭ରେ ବିଧାନସଭା ଘେରାଉ କରାଯିବ। ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାରେ ନାରୀଙ୍କ ପ୍ରତି ଅତ୍ୟାଚାର ଓ ଶିଶୁଙ୍କ ଉପରେ ଯାୈନ ଶୋଷଣ ସୀମା ଲଙ୍ଘିଛି। କଂଗ୍ରେସ ଏହାକୁ ଗୁରୁତ୍ୱର ସହ ନେଇ ରାଜ୍ୟବ୍ୟାପୀ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜରାସ୍ତାକୁ ଓହ୍ଲାଇଛି। ବିଧାନସଭା ଭିତରେ କଂଗ୍ରେସର ବିଧାୟକମାନେ ଏହାର ପ୍ରତିବାଦ କରିବାକୁ ଗଲାବେଳେ ସେମାନଙ୍କ ଉପରେ ଆକ୍ରମଣ ଓ ବରିଷ୍ଠ ବିଧାୟକ ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବନ ଘଟଣାକୁ ସେ ନିନ୍ଦା କରିବା ସହିତ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri