ପାଣି ପାଇଁ ଲୋକେ ହଟହଟା

ଭଞ୍ଜନଗର,୧୩ା୩(ବାବୁଲା ପ୍ରଧାନ):ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ କାର୍ଯ୍ୟାଳୟ ଅଧିନରେ ୧୧ଟି ବ୍ଲକ ଆସୁଛି। ଏବେଠୁ ଅନେକ ଗ୍ରାମରେ ପାନୀୟ ଜଳସଙ୍କଟ ଦେଲାଣି। ଆଗକୁ ଏହି ସମସ୍ୟା ଜଟିଳ ହେବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗତ କିଛିଦିନ ମଧ୍ୟରେ ଦୁବୃତ୍ତମାନେ ୧୧ଟି ପମ୍ପ ହାଉସକୁ ଯାଇଥିବା ବିଦ୍ୟୁତ୍‌ ତାର କାଟି ନେଇଛନ୍ତି। ଯାହାଫଳରେ ସେସବୁ ପମ୍ପ ହାଉସଗୁଡ଼ିକ ଉପରେ ନିର୍ଭର କରୁଥିବା ବହୁ ପରିବାର ବିଶୁଦ୍ଧ ପାଣି ଟୋପାଏ ପାଇବା ପାଇଁ ଛଟପଟ ହେଉଛନ୍ତି। ୫ ଦିନ ହେଲା ବିଶୁଦ୍ଧ ପାଣି ଟୋପାଏ ପାଇ ନ ପାରି ଭଞ୍ଜନଗର ବ୍ଲକ ରାଇପଲ୍ଲୀ ଓ ଉଲିଦନ ଗ୍ରାମବାସୀ ହୀନସ୍ତା ହେଉଥିବାରୁ ବୁଧବାର ଗ୍ରାମର ମହିଳାମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିଲେ। ହେଲେ ଗ୍ରାମର କେତେଜଣ ଯୁବକ ଏଥିରେ ହସ୍ତକ୍ଷେପ କରିବାରୁ ଆନ୍ଦୋଳନ ହୋଇ ନ ଥିଲା। କମଳାବାରି ତୋଟା ନିକଟରେ ବଡ଼ନଦୀରୁ ପମ୍ପ ହାଉସ ମାଧ୍ୟମରେ ପାଣି ଛଡ଼ାଯାଉଛି। କିନ୍ତୁ ଦୁବୁର୍ତମାନେ ତାର କାଟି ନେଇଥିଲେ। ଏହାପରେ ବିଭାଗ ପକ୍ଷରୁ ତାର ଯୋଡ଼ିବା ପାଇଁ ପ୍ରୟାସ ଚାଲିଛି। ଅନ୍ୟପଟେ ବିଳମ୍ବ ଯୋଗୁ ଲୋକେ ପାଣି ପାଇପାରୁନାହାନ୍ତି। ସେହିପରି ଗ୍ରାମରେ ଥିବା ନଳକୂଅ ଗୁଡ଼ିକ ମଧ୍ୟ ଅଚଳ ଅବସ୍ଥାରେ ଅଛି। ବାହାକପଲ୍ଲୀରେ ଥିବା ପାଣି ପମ୍ପଟି ଦୁଇଦିନ ପୂର୍ବେ ପୋଡ଼ିଯାଇଛି। ତେଣୁ ବାହାକପଲ୍ଲୀ ଓ ଉଲିଦନ ସମେତ ଆଉ କିଛି ଗ୍ରାମକୁ ପାଣି ଯୋଗାଣ ହୋଇପାରୁନାହିଁ ।

ସୁଚନାଯୋଗ୍ୟ, ଦୁବୃତ୍ତମାନେ ବିଗତ କିଛିଦିନ ମଧ୍ୟରେ ଭଞ୍ଜନଗର ବ୍ଲକର ଚାକୁଣ୍ଡାପଲ୍ଲୀ,ଡ଼ହ, କମଳାବାରି,ଗାଲେରୀ ଆଦି ୮ଟି ପମ୍ପ ହାଉସରୁ ତାର କାଟିନେଇଛନ୍ତି। ସେହିଭଳି ଜଗନ୍ନାଥପ୍ରସାଦ ବ୍ଲକର ୩ଟି ପମ୍ପ ହାଉସରୁ ତାର ଚୋରି ହୋଇଛି। ଏହାପୁର୍ବରୁ ପୋଲସରା ବ୍ଲକର ଅଧିକାଂଶ ପମ୍ପ ହାଉସରୁ ତାର କାଟିନେଇଛନ୍ତି। ଏ ନେଇ ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁଙ୍କୁ ପଚାରିବାରୁ ସେ କହିଛନ୍ତି, ଚୋରି ତାର ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ ପମ୍ପ ହାଉସ୍‌କୁ ସଚଳ କରାଯାଉଛି। ସମସ୍ତ ପମ୍ପ ହାଉସକୁ ସଚଳ କରିବା ପାଇଁ ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଅଞ୍ଚଳରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେବ। ବାହାକପଲ୍ଲୀ ପମ୍ପ ପୋଡ଼ିଯିବା ଯୋଗୁ ଉଲିଦନକୁ ପାଣି ଯୋଗାଣରେ ବ୍ୟାହତ ହୋଇଛି। ମହିଳା ମାନେ ଆନ୍ଦୋଳନ ପାଇଁ ସଜବାଜ ହେବା ଖବରକୁ ସେ ଖଣ୍ଡନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ଆମାଜନରୁ ସମ୍ପର୍କ କାଟିଲେ ଥିଲେ ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ, ଶେୟାର ବିକି ଏବେ କରୁଛନ୍ତି ଏମିତି କାମ…

ଓ୍ବାଶିଂଟନ,୨୬।୧୨: ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ପତ୍ନୀ କୋଟିପତି ମ୍ୟାକେଞ୍ଜି ସ୍କଟ ଚଳିତ ବର୍ଷ ଅର୍ଥାତ ୨୦୨୫ରେ ନିଜ ପାଣ୍ଠିରୁ ୭.୧ ବିଲିୟନ ଡଲାରରୁ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri