Posted inଖେଳ

ଟେଷ୍ଟ କ୍ରିକେଟକୁ ୧୫୦ ବର୍ଷ ପୂରଣ: ଜାଣନ୍ତୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ କେଉଁ ଦଳ ଜିତିଥିଲା

ନୂଆଦିଲ୍ଲୀ,୧୨।୩: ୨୦୨୭ ବର୍ଷ ପାଇଁ ଏକ ଅଜବ ଏବଂ ଐତିହାସିକ ଟେଷ୍ଟ ମ୍ୟାଚ ଘୋଷଣା କରାଯାଇଛି। ପୁରୁଷ ଟେଷ୍ଟ କ୍ରିକେଟ ଇତିହାସର ୧୫୦ ବର୍ଷ ପୂରଣ ଉପଲକ୍ଷେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବା-ରାତ୍ର ଗୋଲାପୀ ବଲ ମ୍ୟାଚ ଆୟୋଜନ କରାଯିବାର କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଛି। ଏହି ମ୍ୟାଚ ୨୦୨୭ ମସିହାରେ ୧୧-୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ। ପୂର୍ବରୁ ଅନେକ ଐତିହାସିକ କ୍ରିକେଟ ମ୍ୟାଚ ଆୟୋଜନ କରିଥିବା ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (MCG)କୁ ଏହି ମ୍ୟାଚ ପାଇଁ ଚୟନ କରାଯାଇଛି।

ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସ୍ବତନ୍ତ୍ର ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ ଏବଂ ଏହା ପଛରେ ଏକ ଆକର୍ଷଣୀୟ କାହାଣୀ ଲୁଚି ରହିଛି। କ୍ରିକେଟ ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ MCG ରେ ଖେଳାଯାଇଥିଲା। ୧୯୭୭ରେ ଟେଷ୍ଟ କ୍ରିକେଟର ଇତିହାସ ୧୦୦ ବର୍ଷ ପୂରଣ କରିବାବେଳେ MCGରେ ଏକ ସୱତନ୍ତ୍ର ମ୍ୟାଚ ମଧ୍ୟ ଖେଳାଯାଇଥିଲା। ଏଥର ପାର୍ଥକ୍ୟ ଏହି ଯେ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ସମ୍ପୂର୍ଣ୍ଣ ଟେଷ୍ଟ ମ୍ୟାଚ ଦିନରେ ଖେଳାଯିବ ନାହିଁ କିନ୍ତୁ ଏହା ଏକ ଦିବା-ରାତ୍ର ଟେଷ୍ଟ ମ୍ୟାଚ ହେବ। ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ସୂଚୀର ଅଂଶ ହେବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ସିଜିନର ୧୨ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ଗୋଟିଏ ହେବ।

ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ ୧୮୭୭ ମସିହାରେ ଖେଳାଯାଇଥିଲା। ୧୫-୧୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯାଇଥିବା ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୪୫ ରନ କରିଥିଲା। ସେହି ମୁକାବିଲାରେ କଙ୍ଗାରୁ ଦଳ ପାଇଁ ଚାଲର୍‌ସ ବ୍ୟାନରମ୍ୟାନ ଏକାକୀ ୧୬୫ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଜବାବରେ, ଇଂଲଣ୍ଡର ପ୍ରଥମ ଇନିଂସ ୧୯୬ ରନରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ୪୯ ରନର ଲିଡ ନେଇ ତା’ର ଦ୍ୱିତୀୟ ଇନିଂସରେ ୧୦୪ ରନ କରିଥିଲା, ଫଳରେ ଇଂଲଣ୍ଡକୁ ଚତୁର୍ଥ ଇନିଂସରେ ଜିତିବା ପାଇଁ ୧୫୫ ରନ କରିବାକୁ ଥିଲା। କିନ୍ତୁ ଚତୁର୍ଥ ଇନିଂସରେ ଇଂଲଣ୍ଡ ଲକ୍ଷ୍ୟଠାରୁ ୪୫ ରନ ପଛରେ ରହିଲା।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri