ପ୍ରେସ ଗ୍ୟାଲେରୀ ସାମ୍ବାଦିକଙ୍କୁ ମୋବାଇଲମନା

ଭୁବନେଶ୍ୱର,୧୨।୩।:ବିଧାନସଭା ପ୍ରେସ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ ମନା କରାଯାଇଛି। ଗୃହରେ କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଛି।

ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଛନ୍ତି। ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ।  ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଛନ୍ତି। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସ୍ପେଣ୍ଡ କରାଯାଇଛି।

ଏନେଇ ମୁହଁ ଖୋଲିଛନ୍ତି ତାରା। ସେ କହିଛନ୍ତି, ରାତି ସାରା ପ୍ରତିବାଦ କରିବୁ । ଗାନ୍ଧି ମୂର୍ତ୍ତି ତଳେ ବସି ରାତି ସାରା ପ୍ରତିବାଦ କରିବୁ। ବିଧାନସଭାରେ ଅଶାନ୍ତ ପରିବେଶ ନେଇ ବାଚସ୍ପତିଙ୍କୁ ଜଣାଇଥିଲୁ ହେଲେ ଆମ କଥା ଶୁଣିଲେନି। ଗଣତନ୍ତ୍ରକୁ ହତ୍ୟା କରାଯାଇଛି। ଜୟନାରାୟଣ ମୋର କଲର୍‌ ଧରିଲେ, ବାବୁ ସିଂ ଧକ୍କା ମାରିଲେ। ଏନେଇ ଲେଖିକି ଜଣାଇଲୁ ହେଲେ ବାଚସ୍ପତି ଶୁଣିଲେନି। ମୁଁ ସରକାରଙ୍କ ବିରୋଧରେ କହୁଛି ବୋଲି ସେମାନେ ଡରୁଛନ୍ତି।

ତେବେ ତାରାଙ୍କ ପାଇଁ ବାହାରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ ଏହାକୁ ନିନ୍ଦା କରିବା ସହ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି। ସେ କହିଛନ୍ତି, ବିରୋଧୀଙ୍କୁ ବାଚସ୍ପତି କହିବାକୁ ସୁଯୋଗ ଦେଉ ନାହାନ୍ତି। କାଲି ଆମ ଦଳ ଏନେଇ ବାଚସ୍ପତିଙ୍କୁ ଭେଟି ଅପିଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri