ଆମେରିକାର କାଲିଫର୍ନିଆରେ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା: ନିନ୍ଦା କଲା ଭାରତ, କାର୍ଯ୍ୟାନୁଷ୍ଠାନ ଦାବି

ଓ୍ବାଶିଂଟନ,୯।୩: ଆମେରିକାର କାଲିଫର୍ନିଆର ଚିନୋ ହିଲ୍ସରେ ଥିବା ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ବାମୀନାରାୟଣ ସଂସ୍ଥା (BAPS) ମନ୍ଦିରରେ ଅଜ୍ଞାତ ବ୍ୟକ୍ତିମାନେ ଭଙ୍ଗାରୁଜା କରିଛନ୍ତି। ଯାହା ହିନ୍ଦୁମାନଙ୍କ ବିରୋଧରେ ବଢ଼ୁଥିବା ହିଂସାକୁ ଉଜାଗର କରିଛି ଏବଂ ମନ୍ଦିରଗୁଡ଼ିକୁ ସୁରକ୍ଷା ଦେବାରେ ବିଫଳ ଆମେରିକୀୟ ପୋଲିସ ଉପରେ ଅନେକ ପ୍ରଶ୍ନ ଉଠାଇଛି।
BAPSରେ ହୋଇଥିବା ଭଙ୍ଗାରୁଜା ସମ୍ପର୍କରେ, BAPS ପବ୍ଲିକ ଆଫେୟାର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କହିଛି, ଆଉ ଏକ ମନ୍ଦିର ଅପବିତ୍ର ହୋଇଛି। ଏଥର ଘଟଣାଟି କାଲିଫର୍ନିଆର ଚିନୋ ହିଲ୍ସରେ ଘଟିଛି। ହିନ୍ଦୁ ସମ୍ପ୍ରଦାୟ ଘୃଣା ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି। ଚିନୋ ହିଲ୍ସ ଏବଂ ଦକ୍ଷିଣ କାଲିଫର୍ନିଆର ସମ୍ପ୍ରଦାୟ ଏକତାବଦ୍ଧ, ଏବଂ ଆମେ କେବେ ବି ଘୃଣାକୁ ଜମିବାକୁ ଦେବୁ ନାହିଁ।

ଭାରତ ସରକାର ମଧ୍ୟ ମନ୍ଦିର ଉପରେ ହୋଇଥିବା ଏହି ଆକ୍ରମଣକୁ ଖୋଲାଖୋଲି ବିରୋଧ କରିଛନ୍ତି। ରବିବାର ବୈଦେଶିକ ମନ୍ତ୍ରଣାଳୟ ଏହି ‘ଘୃଣ୍ୟ କାର୍ଯ୍ୟ’କୁ ଦୃଢ଼ ନିନ୍ଦା କରିଛି। ଏକ ସରକାରୀ ବିବୃତ୍ତିରେ ମନ୍ତ୍ରଣାଳୟ ସ୍ଥାନୀୟ ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟ ପାଇଁ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ପୂଜାସ୍ଥଳଗୁଡ଼ିକର ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ବାନ କରିଛି।

ଉତ୍ତର ଆମେରିକାରେ ହିନ୍ଦୁ ଧର୍ମ ପାଇଁ କାମ କରୁଥିବା ସଂଗଠନ ‘କ୍ୱାଲିସନ ଅଫ ହିନ୍ଦୁସ୍‌ ଅଫ୍‌ ନର୍ଥ ଆମେରିକା’ ପୂର୍ବରୁ ଘଟିଥିବା ସମାନ ଘଟଣା ପ୍ରତି ଦୃଷ୍ଟି ଆକର୍ଷଣ କରିଛି ଏବଂ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ। ସେପ୍ଟେମ୍ବର ମାସରେ କାଲିଫର୍ନିଆର ସାକ୍ରାମେଣ୍ଟୋରେ ଥିବା BAPS ହିନ୍ଦୁ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ କାନ୍ଥରେ ’ହିନ୍ଦୁମାନେ ଫେରିଯାଅ!’ ବୋଲି ସ୍ଲୋଗାନ ଲେଖାଯାଇଥିଲା। ତଦନ୍ତରେ ଅଭିଯୁକ୍ତ କିଏ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ।

ସାକ୍ରାମେଣ୍ଟୋ ଘଟଣାର ପ୍ରାୟ ୧୦ ଦିନ ପୂର୍ବରୁ ନ୍ୟୁୟର୍କର ମେଲଭିଲରେ ଥିବା ଆଉ ଏକ BAPS ଶ୍ରୀ ସୱାମୀନାରାୟଣ ମନ୍ଦିରକୁ ଅପବିତ୍ର କରାଯାଇଥିଲା ଏବଂ ଘୃଣାପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ନ୍ୟୁୟର୍କରେ ଥିବା ଭାରତୀୟ କନସୁଲେଟ ଜେନେରାଲ ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

ନ୍ୟୁୟର୍କ ସିଟି ପାଇଲା ପ୍ରଥମ ମୁସଲିମ ମେୟର, କୋରାନ ଉପରେ ହାତ ରଖି ନେଲେ ଶପଥ

ନୂଆଦିଲ୍ଲୀ,୧।୧: ନୂଆବର୍ଷରେ ନ୍ୟୁୟର୍କକୁ ମିଳିଲା ନୂଆ ମେୟର ।  ଗୁରୁବାର ସକାଳେ ନ୍ୟୁୟର୍କ ସହରରେ ଜୋହରାନ୍ ମାମଦାନି ୧୧୨ତମ ମେୟର ଭାବରେ ଶପଥ ଗ୍ରହଣ କରିଥିଲେ।...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri