Posted inଖେଳ

ଫାଇନାଲ ମୁକାବିଲାରେ ଭାରତ ଫେଭରାଇଟ: କାହିଁକି ଏଭଳି କହିଲେ ରବି ଶାସ୍ତ୍ରୀ

ଦୁବାଇ,୮ା୩: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ରବିବାର ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲ ମୁକାବିଲାରେ ଭାରତକୁ ଫେଭରାଇଟ ଭାବେ ବାଛିଛନ୍ତି। ତାଙ୍କ ମତରେ ନ୍ୟୁଜିଲାଣ୍ଡ ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ଭାରତକୁ ସମାନ ଗ୍ରାଉଣ୍ଡରେ ଖେଳିବାର ଖୁବ କମ ଫାଇଦା ମିଳିବ। ସମସ୍ତ ମ୍ୟାଚ ଦୁବାଇରେ ଖେଳିଥିବା ଭାରତ ଅପରାଜେୟ ରେକର୍ଡ ଓ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

କୌଣସି ଦଳ ଭାରତକୁ ହରାଇ ପାରିବ, ତେବେ ତାହା ହେଉଛି ନ୍ୟୁଜିଲାଣ୍ଡ। ଏଣୁ ମୋ ମତରେ ଭାରତ ଫେଭରାଇଟ ଭାବେ ଅଭିଯାନ ଆରମ୍ଭ କରିବ ବୋଲି ଶାସ୍ତ୍ରୀ ‘ଦି ଆଇସିସି ରିଭ୍ୟୁ’ରେ କହିଛନ୍ତି। ଏତଦ୍‌ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ବର୍ତ୍ତମାନ ବିରାଟ କୋହଲି ଭଲ ପର୍ମରେ ଅଛନ୍ତି। ଯଦି ଫର୍ମରେ ଥିବା ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ ରନ୍‌ କରିବାକୁ ଦିଆଯାଏ, ତେବେ ପ୍ରତିପକ୍ଷ ଦଳର ସମସ୍ୟା ବୃଦ୍ଧି ପାଇବ।

ନ୍ୟୁଜିଲାଣ୍ଡ ଦଳର କେନ ଓ୍ବିଲିୟମସନ ଭାରତକୁ ସମସ୍ୟା ପକାଇ ପାରନ୍ତି। ତାଙ୍କ ସହିତ ରାଚିନ ରବିନ୍ଦ୍ର ଅଛନ୍ତି, ଯିଏକି ଜଣେ ଚମତ୍କାର ଖେଳାଳି। ଏଭଳି ଖେଳାଳିଙ୍କୁ ପ୍ରଥମ ୧୦ରୁ ୧୫ ରନ କରିବାକୁ ଦେଲେ ସେମାନେ ଅତ୍ୟଧିକ ବିପଜ୍ଜନକ ହୋଇଯାଆନ୍ତି। ୨୫ ବର୍ଷୀୟ ରବୀନ୍ଦ୍ର ଏତେ ଛୋଟ ବୟସରେ ଆଇସିସି ଦିନିକିଆ ଟୁର୍ନାମେଣ୍ଟରେ ୫ ଶତକ ହାସଲ କରିସାରିଛନ୍ତି। ସେ ଯେଉଁ ଭଳି କ୍ରିଜରେ ଖେଳନ୍ତି, ତାହା ମୋତେ ଖୁବ ପସନ୍ଦ। ତାଙ୍କ ପାଖରେ ଫ୍ରଣ୍ଟ ଫୁଟ, ବ୍ୟାକ ଫୁଟ, କଟ ଓ ସ୍ବିପ ଭଳି ଭଲ ଶଟ ରହିଛି। ନ ହେଲେ ବଡ଼ ଟୁର୍ନାମେଣ୍ଟରେ ଶତକ କରିବା ଏତେ ସହଜ ନୁହେଁ। ମୋ ମତରେ ସେ ଖୁବ ପ୍ରତିଭାବାନ ଖେଳାଳି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri