ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତ କଲ୍ୟାଣପୁର ଗାଁ ରେ ପଡୋଶୀ ଗ୍ରାମର କିଛି ଅସାମାଜିକ ଯୁବକ ଆତଙ୍କ ଚଳାଇଥିବା ଜଣାପଡ଼ିଛି।ଶୁକ୍ରବାର ରାତି ରେ ୨ ଟି ବାଇକ ରେ ୪ ଯୁବକ ଗାଁ କୁ ଆସି ସଂଘବଦ୍ଧ ଭାବେ ଖଣ୍ଡା ଧରି ମାର୍ଚ୍ଚିଂ କରିବାର ଭିଡ଼ିଓ ଭାଇରାଲ ହେବା ପରେ ଲୋକେ ଭୟଭୀତ ହୋଇ ରାତିସାରା ରହିଲେ।ଗତ ୨ ତାରିଖ ଠାରୁ ୬ ତାରିଖ ଯାଏଁ ଗାଁ ର ଶ୍ରୀ ଭୂଜଙ୍ଗେଶ୍ୱର ମହାଦେବ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା।ପଡୋଶୀ ଗାଁ ର କିଛି ଯୁବକ ସେଠାରେ ପହଞ୍ଚି ବିଶୃଙ୍ଖଳା ସୃଷ୍ଟି କରିଥିଲେ।କଲ୍ୟାଣପୁର ଗାଁ ର କିଛି ଯୁବ ସ୍ଵେଚ୍ଛାସେବୀ ସେମାନଙ୍କୁ ଘଉଡାଇ ଦେଇଥିଲେ।ଏଥିରେ ଉତ୍ତେଜିତ ହୋଇ ପଡୋଶୀ ଗାଁ ର ଯୁବକ ମାନେ ପ୍ରତିଶୋଧ ପରାୟଣ ହୋଇ ଶୁକ୍ରବାର ରାତି ରେ ଖଣ୍ଡା ଧରି ଗାଁ ଲୋକଙ୍କୁ ଭୟଭୀତ କରିଥିବା ଜଣାପଡିଛି। ଏନେଇ ଗାଁ ଲୋକେ ଦିଗପହଣ୍ଡି ଥାନାରେ ଏତଲା ଦେବାକୁ ନିରାପଦ ମନେ କରୁନଥିବା କହିଛନ୍ତି।ଖବର ପାଇ ପୋଲିସ ଟିମ୍ ଗାଁ ରେ ପହଞ୍ଚି ତଦନ୍ତ କରି ଫେରିଥିଲେ ମଧ୍ୟ ଏନେଇ କୌଣସି ଏତଲା ହୋଇନଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।
କଲ୍ୟାଣପୁର ଗାଁ ରେ ଅସାମାଜିକ ଯୁବକଙ୍କ ଆତଙ୍କ: ଖଣ୍ଡା ଧରି କଲେ ମାର୍ଚ୍ଚିଂ ଭିଡ଼ିଓ ଭାଇରାଲ
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


