ଖରାଦିନେ କଳାକୋଟ୍‌ ଇଚ୍ଛାଧୀନ: ଆଇନଜୀବୀଙ୍କ ପାଇଁ ଆସିଲା ଗାଇଡ୍‌ଲାଇନ୍‌

କଟକ,୮ା୩(କାର୍ତ୍ତିକ ସାହୁ):ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଅନ୍ୟ ସମସ୍ତ କୋର୍ଟରେ ରାଜ୍ୟ ଆଇନଜୀବୀ ପରିଷଦର ଆଇନଜୀବୀମାନଙ୍କ ନିମନ୍ତେ ଗ୍ରୀଷ୍ମକାଳୀନ ପୋଷାକ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଶୁକ୍ରବାର ଜାରି କରାଯାଇଛି। ଅତ୍ୟନ୍ତ ଗରମ ତଥା ଅସମ୍ଭାଳ ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ଆଇନଜୀବୀ ପରିଷଦ ଗ୍ରୀଷ୍ମ ସମୟରେ ଆଇନଜୀବୀଙ୍କ ନିମନ୍ତେ ସାଧାରଣତଃ ପରିଧାନ କରାଯାଉଥିବା ବୃତ୍ତିଗତ ପୋଷାକ ନିୟମରେ ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ଅଧିନିୟମ ଅନୁଯାୟୀ କୋହଳ ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟଗୁଡିକରେ ଆଇନଜୀବୀଙ୍କ ପାଇଁ ଆଡ୍‌ଭୋକେଟ୍‌ ଗାଉନ୍‌ ପରିଧାନ ଇଚ୍ଛାଧୀନ କରାଯାଇଛି। ତେଣୁ ଗ୍ରୀଷ୍ମଋତୁରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟ ବ୍ୟତୀତ ଜିଲା ତଥା ଅନ୍ୟ କୋର୍ଟରେ ଧଳା ଶାର୍ଟ, କଳା ପ୍ୟାଣ୍ଟ କିମ୍ବା କଳାଧଳା ଗାରଯୁକ୍ତ କିମ୍ବା ଧୂସର ରଙ୍ଗର ପ୍ୟାଣ୍ଟ ଏବଂ ଧଳା ଟାଇ (ଗଳାବନ୍ଧ) ଓ କଲାର ବ୍ୟବହାର କରିପାରିବେ। ଏହି ପୋଷାକ ସମ୍ବନ୍ଧୀୟ ନିୟମ ଏପ୍ରିଲ ୬ରୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏକମାତ୍ର ବୁଲେଟ୍‌ ପ୍ରୁଫ୍‌ ପ୍ରାଣୀ, AK-47 ଗୁଳି ବି କରିବ ନାହିଁ ପ୍ରଭାବିତ, ଜାଣିଲେ…

ସାରା ବିଶ୍ୱରେ ଲକ୍ଷଲକ୍ଷ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳିଥାନ୍ତି। କିଛି ଜୀବ ଅନନ୍ୟ ଗଠନ ପାଇଁ ଜଣାଶୁଣା ଥିବାବେଳେ ଆଉ କିଛି ସେମାନଙ୍କର ଆକ୍ରମଣାତ୍ମକତା ପାଇଁ...

ଭାଙ୍ଗିପଡ଼ିଲେ ୟୁନୁସ: ଶୋକ ପ୍ରକାଶ କରି କହିଲେ…

ଢାକା,୧୯।୧୨: ଗତବର୍ଷ ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ କରିଥିବା ବିରୋଧୀ ନେତା ଉସମାନ ହାଦିଙ୍କ ସିଙ୍ଗାପୁରରେ ମୃତ୍ୟୁ ହୋଇଥିଲା।...

ଦେଶରେ ୨୦% ଖାଦ୍ୟ-ପାନୀୟ ଅପମିଶ୍ରିତ: ୫ ବର୍ଷରେ ଏତିକି ଲୋକଙ୍କୁ ମିଳିଲାନି ଦଣ୍ଡ, ୨୫୭ କୋଟି ଜରିମାନା

ଭୁବନେଶ୍ୱର,୧୯।୧୨: ଦେଶରେ ଖାଦ୍ୟ ଏବଂ ପାନୀୟ ସାମଗ୍ରୀରେ ଅପମିଶ୍ରଣର ମାତ୍ରା ଅତ୍ୟନ୍ତ ଚିନ୍ତାଜନକ ରହିଛି। ରାଜ୍ୟସଭାରେ ଉପସ୍ଥାପିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ପାଞ୍ଚ ବର୍ଷ...

ଦନ୍ତାକୁ ଟ୍ରାଙ୍କୁଲାଇଜ ପାଇଁ ୩ ଟିମ୍‌

ଭୁବନେଶ୍ୱର,୧୯ା୧୨: ଚନ୍ଦକାର ଅସୁସ୍ଥ ଦନ୍ତାହାତୀକୁ ଉଦ୍ଧାର ଓ ଟ୍ରାଙ୍କୁଲାଇଜ ପାଇଁ ୩ଟି ଟିମ୍‌ ଗଠନ କରାଯାଇଛି। ଭାଲୁଙ୍କା ଜଙ୍ଗଲର ଆଖପାଖ ଅଞ୍ଚଳରେ ଅସୁସ୍ଥ ଦନ୍ତା ବୁଲୁଛି।...

ଶନିଙ୍କ ରାଶିରେ ଗ୍ରହମାନଙ୍କର ମହାସଂଯୋଗ: ଜାନୁଆରୀରୁ ବଦଳିବ ଏହି ରାଶିଗୁଡ଼ିକର ଭାଗ୍ୟ

୨୦୨୬ ବର୍ଷର ଆରମ୍ଭ ଜ୍ୟୋତିଷ ଦୃଷ୍ଟିକୋଣରୁ ଅତ୍ୟନ୍ତ ସ୍ବତନ୍ତ୍ର ହେବାକୁ ଯାଉଛି। ଜାନୁଆରୀ ମାସ, ଏହାର ଦ୍ରୁତ ଗ୍ରହ ଗତି ଏବଂ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ସହିତ,...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଜି ଖୋଲିବ ଏପଷ୍ଟିନ୍‌ ପେଡ଼ି: ଫାଇଲ୍‌ରେ ଟ୍ରମ୍ପ୍‌, ଚିନ୍ତାରେ ହ୍ବାଇଟ୍‌ ହାଉସ୍‌

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୯ା୧୨(ସିଏନ୍‌ଏନ୍‌/ଏଜେନ୍ସି): ଜେଫ୍ରି ଏପଷ୍ଟିନ୍‌ଙ୍କ ସହ ଜଡ଼ିତ ଅତି ସମ୍ବେଦନଶୀଳ ଦସ୍ତାବିଜ ‘ଏପଷ୍ଟିନ୍‌ ଫାଇଲ୍ସ’ ଖୋଲିବାକୁ ସମୟ ଯେତିକି ପାଖେଇ ଆସୁଛି, ବଡ଼ବଡ଼ିଆଙ୍କ ହୃତ୍‌ସ୍ପନ୍ଦନ ସେତିକି ବଢ଼ିବାରେ...

ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ପ୍ରେମ ସମ୍ପର୍କକୁ ନେଇ…

ବଲାଙ୍ଗୀର,୧୯।୧୨ : ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମାୟାବରା ଗାଁର ଅନତି ଦୂରରେ ଥିବା ଏକ କୁକୁଡା ଫାର୍ମର ପଛପଟ ଏକ ଗଛରେ ଜଣେ ଯୁବକଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri