ମହିଳା ଦିବସରେ ASIର ବଡ଼ ଉପହାର: ତାଜମହଲ ସମେତ ଅନ୍ୟାନ୍ୟ ସ୍ମାରକୀରେ ମହିଳାମାନଙ୍କ ପାଇଁ ଫ୍ରି ଏଣ୍ଟ୍ରି

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ସହରକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ଉପହାର ଦେଇଛି। ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ହୋଇଥିବାରୁ ASI ସମସ୍ତ ସଂରକ୍ଷିତ ସ୍ମାରକୀଗୁଡ଼ିକରେ ପର୍ଯ୍ୟଟକଙ୍କ ପାଇଁ ମାଗଣା ପ୍ରବେଶ ବ୍ୟବସ୍ଥା କରିଛି।

ମହିଳା ଦିବସ ଅବସରରେ ସମସ୍ତ ପର୍ଯ୍ୟଟକ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନେକ ସ୍ମାରକୀକୁ ମାଗଣା ପ୍ରବେଶ ପାଇବେ। ଯେଉଁ ସ୍ମାରକୀଗୁଡ଼ିକରେ ପ୍ରବେଶ ମାଗଣା ହେବ ସେଗୁଡ଼ିକ ମଧ୍ୟରେ ତାଜମହଲ, ଆଗ୍ରା ଦୁର୍ଗ, ମହତାବ ବାଗ, ଫତେପୁର ସିକ୍ରି, ସିକନ୍ଦରା ଏବଂ ଅନ୍ୟାନ୍ୟ ସ୍ମାରକୀ ଅନ୍ତର୍ଭୁକ୍ତ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ମାରକୀଗୁଡ଼ିକୁ ପ୍ରବେଶ ମାଗଣା ହେବ, ଯେଉଁଥିରେ ତାଜମହଲ ପରସରକୁ ବି ପ୍ରବେଶ ମାଗଣା ହେବ, କିନ୍ତୁ ତାଜମହଲର ମୁଖ୍ୟ ଗମ୍ବୁଜ ପରିଦର୍ଶନ କରିବାକୁ ପର୍ଯ୍ୟଟକଙ୍କୁ ୨୦୦ ଟଙ୍କାର ଟିକେଟ କିଣିବାକୁ ପଡିବ। ଏହି ଶୁଳ୍କ ସାଧାରଣ ଦିନଗୁଡ଼ିକ ପରି ସମାନ ହେବ। ତଥାପି, ଯଦି ଆପଣ କେବଳ ତାଜ ଦେଖିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା।

ଏଥର ମହିଳା ଦିବସ ଓ୍ବିକେଣ୍ଡରେ ପଡୁଛି। ଓ୍ବିକେଣ୍ଡରେ ବହୁ ସଂଖ୍ୟକ ପର୍ଯ୍ୟଟକ ତାଜ ସହର ପରିଦର୍ଶନ କରନ୍ତି,। ଓ୍ବିକେଣ୍ଡରେ ଆଗ୍ରାକୁ ଆସୁଥିବା ଦେଶୀ ଏବଂ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ଖୁସିଖବର, କାରଣ ଏଥର ମହିଳା ଦିବସରେ ସ୍ମାରକୀଗୁଡ଼ିକୁ ମାଗଣା ପ୍ରବେଶ ଯୋଗୁ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ବହୁତ ଉପକୃତ ହେବେ। ଅନ୍ତର୍ଜାତୀୟ ମହିଳା ଦିବସରେ, ତାଜମହଲ, ଆଗ୍ରା ଦୁର୍ଗ, ଫତେପୁର ସିକ୍ରି ଏବଂ ଆଗ୍ରାର ଅନ୍ୟାନ୍ୟ ସ୍ମାରକୀକୁ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ମାଗଣା ରହିବ ଏବଂ ତେଣୁ ସମସ୍ତ ସ୍ମାରକୀର ଟିକେଟ ଝରକା ବନ୍ଦ ରହିବ। ସେହିପରି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ମହିଳାମାନଙ୍କୁ ମହିଳା ଦିବସ ଉପହାର ମଧ୍ୟ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

IPL ୨୦୨୬: ମା’ ବିକିଥିଲେ ଗହଣା, ଖାଲିପେଟରେ ଶୋଇଥିଲେ ବାପା; ଏବେ ୧୪.୨୦ କୋଟିରେ କିଣିଲା CSK

ମୁମ୍ବାଇ,୧୮ା୧୨: ଆଇପିଏଲ୍ ୨୦୨୬ ନିଲାମରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ଦ୍ୱାରା ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଯୁବ ୱିକେଟକିପର ବ୍ୟାଟର କାର୍ତ୍ତିକ ଶର୍ମାଙ୍କ ସଫଳତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri