ତହଉର ରାଣାଙ୍କ ପ୍ରତ୍ୟର୍ପଣ ପଥ ସୁଗମ

ଓ୍ବାଶିଂଟନ୍‌,୮ା୩: ୨୬/୧୧ ମୁମ୍ବାଇ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ତହଉର ରାଣାଙ୍କୁ ପ୍ରତ୍ୟର୍ପିତ କରି ଭାରତକୁ ଆଣିବା ଦିଗରେ ନୂଆଦିଲ୍ଲୀର ପଥ ଏକପ୍ରକାର ସୁଗମ ହୋଇଛି। ପାକିସ୍ତାନୀ ସେନାର ପୂର୍ବତନ ଡାକ୍ତର ରାଣା ନିଜ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ସେଥିରେ ରାଣା ଧର୍ମ ଓ ସ୍ବାସ୍ଥ୍ୟ କାର୍ଡ ଖେଳି ଉଲ୍ଲେଖ କରିଥିଲେ, ଜଣେ ମୁସଲମାନ ହୋଇଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଗଲେ ଭାରତରେ ସେ ନିର୍ଯାତନା ସହି ନ ପାରି ପ୍ରାଣ ହରାଇବେ। ତେଣୁ ପ୍ରତ୍ୟର୍ପଣ ଉପରେ ସ୍ଥଗିତାଦେଶ ଜାରି କରାଯାଉ ବୋଲି ଗୁରୁବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ଭାରତକୁ ପ୍ରତ୍ୟର୍ପଣର ଅର୍ଥ ମୃତ୍ୟୁ ଦଣ୍ଡାଦେଶ ବୋଲି ରାଣା ଉଲ୍ଲେଖ କରିଥିଲେ। ତେବେ ସୁପ୍ରିମକୋର୍ଟ ବିଚାରପତି ଆସୋସିଏଟ୍‌ ଜଷ୍ଟିସ୍‌ ଏଲେନା କଗାନ୍‌ ତାଙ୍କ ଜରୁରୀ ଆବେଦନକୁ ଖାରଜ କରିଦେଇଛନ୍ତି। ପିଟିଶନ ଖାରଜ ହେବା ପରେ ରାଣାଙ୍କ ଓକିଲ ତତ୍କାଳ ପ୍ରଧାନ ବିଚାରପତି ଜନ୍‌ ରବଟର୍‌ସଙ୍କ ନିକଟରେ ଅପିଲ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ବେଳେ ରାଣାଙ୍କ ପ୍ରତ୍ୟର୍ପଣ ନେଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେଠାକାର ପରରାଷ୍ଟ୍ର ବିଭାଗ ମଧ୍ୟ ଏନେଇ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲା। ଏହି ଦୃଷ୍ଟିରୁ ରାଣାଙ୍କ ପ୍ରତ୍ୟର୍ପଣକୁ ଚିଫ୍‌ ଜଷ୍ଟିସ୍‌ ମଞ୍ଜୁରୀ ଦେଇପାରନ୍ତି ବୋଲି କୁହାଯାଉଛି।
ଯେ, ୨୦୦୮ ମୁମ୍ବାଇ ଆକ୍ରମଣରେ ୬ ଆମେରିକୀୟଙ୍କ ସମେତ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଷଡ଼ଯନ୍ତ୍ରକାରୀ ଲଶ୍କର ଆତଙ୍କବାଦୀ ଡେଭିଡ୍‌ କୋଲ୍‌ମ୍ୟାନ୍‌ ହେଡ୍‌ଲିଙ୍କ ସହ ରାଣାଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ଆମେରିକା କୋର୍ଟରେ ଦୋଷ ପ୍ରମାଣିତ ହୋଇସାରିଛି। ୨୦୦୯ରେ ଶିକାଗୋରେ ଫେଡେରୋଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ତାଙ୍କୁ ଗିରଫ କରିଥିଲା। ରାଣା ବର୍ତ୍ତମାନ ଲସ୍‌ଆଞ୍ଜେଲ୍ସର ମେଟ୍ରୋପଲିଟାନ୍‌ ଡିଟେନ୍ସନ ସେଣ୍ଟରରେ ବିଚାରାଧୀନ ବନ୍ଦୀ ଜୀବନ ବିତାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri