ବର୍ଷାରେ ଭାସିଗଲା ଖୁସି : ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି

ପାରାଦୀପ,୨୭।୮(ସ୍ବ.ପ୍ର.): ପାରାଦୀପରେ ରବିବାର ସର୍ବାଧିକ ୮୯ ମିମି ବର୍ଷା ହୋଇଛି। ଏଥିରେ ନୋଳିଆ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଭାବେ କ୍ଷୟକ୍ଷତି ହୋଇଛି। ସ୍କୁଲ ଘର ଭିତରେ ଆଣ୍ଠୁଏ ବର୍ଷାପାଣି ଜମି ରହିବା ଫଳରେ ଉଜ୍ଜଳ-ଉତ୍‌ଥାନ କାର୍ଯ୍ୟକ୍ରମ ପୁସ୍ତିକା, ଖୁସି ଯୋଜନାରେ ଛାତ୍ରୀଙ୍କ ପାଇଁ ଆସିଥିବା ୩ ମାସର ନାପ୍‌କିନ, ପଙ୍ଖା, ବିଦ୍ୟୁତ୍‌ ସରଞ୍ଜାମ, ମହାପୁରୁଷମାନଙ୍କ ଫଟୋଚିତ୍ର, ସ୍କୁଲର ରେକର୍ଡପତ୍ର ଆଦି ନଷ୍ଟ ହୋଇଯାଇଛି। ବିଦ୍ୟାଳୟର ଶ୍ରେଣୀଗୃହ ଓ ଅସ୍ଥାୟୀ କକ୍ଷ ମଧ୍ୟରେ ଏଭଳି ପାଣି ଜମି ରହିବା ଫଳରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସାହୁ ସୋମବାର ବାଧ୍ୟହୋଇ ଛୁଟି ଘୋଷଣା କରିଥିଲେ। ଅନ୍ୟପକ୍ଷରେ ଶିକ୍ଷୟିତ୍ରୀ ଶିକ୍ଷକ ଓ କେତେଜଣ ଛାତ୍ରୀଛାତ୍ର ମିଶି ଦିନତମାମ ଶ୍ରେଣୀଗୃହରୁ ଥାଳି ଓ ବାଲ୍‌ଟିରେ ପାଣି ସଫା କରିଛନ୍ତି। ସେହିପରି ବର୍ଷାରେ ଭିଜିଯାଇଥିବା ବହିପତ୍ର ବାହାରେ ଶୁଖାଇବାରେ ପିଲାମାନଙ୍କ ଦିନ କଟିଥିଲା। ଛୁଟି ହେବାରୁ ଉକ୍ତ ବିଦ୍ୟାଳୟରେ ପଢୁଥିବା ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୯୫ ଛାତ୍ରୀଛାତ୍ର ପାଠପଢା ଓ ମଧ୍ୟାହ୍ନଭୋଜନ ଖାଇବାରୁ ବଞ୍ଚତ୍ତ ହେଲେ। ଏପରି ଅବ୍ୟବସ୍ଥା ୨୦୧୩ ଫାଇଲିନ ବାତ୍ୟା ପରେ ଅନେକଥର ଘଟିଲାଣି। କିନ୍ତୁ ଏହାର ସ୍ଥାୟୀ ପ୍ରତିକାର କରାଯାଇପାରୁନାହିଁ। ସ୍କୁଲ ଘର ବାରମ୍ବାର ଭାଙ୍ଗୁଛି। ଉକ୍ତ ଘରକୁ ଗତ ୬ବର୍ଷ ମଧ୍ୟରେ ସର୍ବଶିକ୍ଷା ଅଭିଯାନ ଓ ପାରାଦୀପ ପୌରପାଳିକା ପକ୍ଷରୁ ୩ ଥର ମରାମତି କରାଗଲାଣି। ଏଥିପାଇଁ ପ୍ରାୟ ୮ଲକ୍ଷ ଟଙ୍କାର ସରକାରୀ ଅନୁଦାନ ଖର୍ଚ୍ଚ ହୋଇସାରିଲାଣି। ଏହା ସତ୍ତ୍ୱେ ସାମାନ୍ୟ ବର୍ଷାରେ ଶ୍ରେଣୀକକ୍ଷରେ ପାଣି ପଶୁଛି। ସୂଚନା ଅନୁଯାୟୀ ଏହି ସ୍କୁଲ ସମ୍ମୁଖରେ ରହିଛି ପୌର ପାଳିକାର କଙ୍କ୍ରିଟ ରାସ୍ତା। ସେହି ରାସ୍ତା ଓ ସ୍କୁଲ କାନ୍ଥ ମଝିରେ ଛୋଟ ଡ୍ରେନ୍‌ ରହିଛି। ରାସ୍ତା ପତ୍ତନଠାରୁ ଶ୍ରେଣୀଗୃହ ୨ ଫୁଟ ତଳେ ରହିଛି। ଫଳରେ ସ୍ବଳ୍ପ ବର୍ଷା ହେଲେ ମଧ୍ୟ ପାଣି ପଶି ବ୍ୟାପକ କ୍ଷୟକ୍ଷତି ହେଉଛି।
୧୯୮୬ରୁ ଚାଲିଥିବା ଉକ୍ତ ବିଦ୍ୟାଳୟକୁ ନେଇ ଅନେକ ବିବାଦ ରହିଛି। ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଉକ୍ତ ସ୍କୁଲରେ ପାଣି, ବିଦ୍ୟୁତ ଓ ଶୌଚାଳୟ ବ୍ୟବସ୍ଥା ନ ଥିଲା। ୨୦୧୩ ଅକ୍ଟୋବର ୧୩ ଫାଇଲିନ ବାତ୍ୟା ପର୍ଯ୍ୟନ୍ତ ଉକ୍ତ ସ୍କୁଲ ଦୁଇଟି ସିପ୍ଟରେ ଚାଲୁଥିଲା। କାରଣ ଶ୍ରେଣୀଗୃହ ଅଭାବ ଯୋଗୁ ପିଲା ବସିବାକୁ ଜାଗା ହେଉନ ଥିଲା। ତେଣୁ ଦୁଇଟି ସିଫ୍ଟରେ ପିଲାମାନେ ବିଦ୍ୟାଳୟ ଆସୁଥିଲେ। ଫଳରେ ସକାଳ ଓଳି ଆସୁଥିବା ପିଲାମାନେ ମଧ୍ୟାହ୍ନଭୋଜନ ଖାଇପାରୁ ନ ଥିଲେ। ଫାଇଲିନ ବାତ୍ୟାରେ ସ୍କୁଲ ଛାତ ଭାଙ୍ଗିଯାଇଥିଲା। ସେତେବେଳେ ମାସାଧିକ କାଳ ଆପଣାଛାଏଁ ପାଠପଢା ବନ୍ଦ ରହିଲା। ପରେ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ଶ୍ରେଣୀଗୃହ ମରାମତି ଓ ଅସ୍ଥାୟୀ ଘର ନିର୍ମାଣ ହେଲା। ନିମ୍ନମାନର କାର୍ଯ୍ୟ ଯୋଗୁ ୨ଲକ୍ଷ ୮୦ ହଜାର ଟଙ୍କାରେ ନିର୍ମିତ ନୂଆଘର ବର୍ଷକ ମଧ୍ୟରେ ଭାଙ୍ଗିଗଲା। କିନ୍ତୁ ସେତେବେଳେ ୨୦୧୪ ହୁଡ୍‌ହୁଡ୍‌ରେ ଉକ୍ତ ଘର ଭାଙ୍ଗିଯାଇଥିବା ଦର୍ଶାଗଲା। ଏହା ପରେ ପୌର ପରିଷଦ ପକ୍ଷରୁ ୩ ଲକ୍ଷ ୩୦ ହଜାର ୮୦୦ ଟଙ୍କା ବ୍ୟୟରେ ମରାମତି ଓ ରଙ୍ଗ କରାଯାଇଥିଲା। ପରେ ସେହି ଅସ୍ଥାୟୀ ଘରକୁ ଏକ ଘରୋଇ ସ୍କୁଲ ନିଜ ଅଧୀନକୁ ନେଇଗଲା। ବହୁ ବିବାଦ ପରେ ସେଠାରେ ସରକାରୀ ସ୍କୁଲ ପିଲା ବସିବା ସହ ସିଫ୍ଟ ବ୍ୟବସ୍ଥା ବନ୍ଦ ହେଲା। ଗତ ଫନୀ ବାତ୍ୟାରେ ପୁଣି ସେହି ପୁରୁଣା ସ୍କୁଲ ଘର ଛାତ ଭୁଶୁଡ଼ି ପଡିଲା। ଏହା ପରେ ସ୍କୁଲର ପାଠପଢା ୩ଟି ସ୍ଥାନରେ ଚାଲିଲା। କିଛିଦିନ ପୋସ୍କୋ ବିଲ୍ଡିଂ ଓ ପରେ ଏକ ମଦ ଦୋକାନ ବାରଣ୍ଡା, ଗୋଷ୍ଠୀଗୃହ ବାରଣ୍ଡା ଓ ଖୋଲା ସ୍ଥାନରେ ପାଠପଢା ହେଲା। ଏମିତି ବ୍ୟବସ୍ଥା ମଧ୍ୟରେ ଗତ ଜୁନ/ଜୁଲାଇ ମାସରେ ପୌର ପାଳିକା ଛାତ ହଟାଇ ଆଜବେଷ୍ଟସ ପକାଇଛି। ଏ ବାବଦରେ ୨ଲକ୍ଷ ୪୦ ହଜାର ୮୯୦ ଟଙ୍କା ଖର୍ଚ୍ଚ ହୋଇଛି। ଏବେ ଘର ମରାମତି ହେବାର ମାସେ ନ ପୁରୁଣୁ ବର୍ଷା ପାଣି ପଶି ସମସ୍ତ କାଗଜପତ୍ର ଓ ବହି ନଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ସେହି ସ୍କୁଲ ପାଇଁ ଆଉ ଏକ ସ୍ଥାନରେ ନୂତନ ଗୃହ ନିର୍ମାଣ କରିବାକୁ ଫଳକ ଲଗା ହେଲାଣି। ୨୦୦୪ରୁ ଶିକ୍ଷା ବିଭାଗ ପୌର ପାଳିକାରୁ ଅଲଗା ହେବା ପରେ ପୌର ପାଳିକା କିଛି ମରାମତି କରିପାରୁ ନ ଥିଲା। ସମସ୍ତ କାର୍ଯ୍ୟ ସର୍ବଶିକ୍ଷା ଯୋଜନାରେ ହେଉଥିଲା। ଏବେ ପୌର ପାଳିକା ମରାମତି ଓ ନୂତନ ଗୃହ ନିର୍ମାଣ କରୁଛି। ଉକ୍ତ ବାବଦ ଅର୍ଥ ସର୍ବଶିକ୍ଷା ପୌର ପାଳିକାକୁ ଦେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାଶଙ୍କୁ ପଚାରିବାରେ ସେ କହିଲେ ଯେ, ବର୍ଷାରେ ଖୁସି ଯୋଜନାରେ ମିଳିଥିବା ନାପକିନ ଓ ବହି ନଷ୍ଟ ହେବା ଖବର ପାଇଛି। ପାରାଦୀପରେ ସ୍କୁଲ ଘର ପାଇଁ ଜାଗା ଅଭାବ ଥିବାରୁ ଏପରି ହେଉଥିବା କହି ସେ ନିଜ ଅସହାୟତା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri