ଇଞ୍ଜିନିୟରିଂ ସ୍କୁଲ ଛକରୁ ଶିଳ୍ପାଞ୍ଚଳ ୮ ଶହ ମିଟର ଦୈର୍ଘ୍ୟ: କାର୍ଯ୍ୟ ସରୁନି ରେଲୱେ ଓଭରବ୍ରିଜ୍‌, ରାସ୍ତା

ବ୍ରହ୍ମପୁର ଅଫିସ,୨୭ା୮-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଛକରୁ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ରେଲୱେ ଓଭରବ୍ରିଜ ନିର୍ମାଣ କାମ ସରୁନି । ୨୦୧୩ ଅକ୍ଟୋବର ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଏବେ ୬ ବର୍ଷ ପୂରିବାକୁ ଯାଉଛି ଏବଂ ଆଙ୍କୁଲି ପଟ ବ୍ରିଜ କାମ ଅଧାପନ୍ତରିଆ ହୋଇ ରହିଛି। ଅପରପକ୍ଷରେ ବ୍ରିଜ ଦୁଇପାର୍ଶ୍ୱ ତଳ ରାସ୍ତା ନିର୍ମାଣ ମଧ୍ୟ ଅସମ୍ପୂର୍ଣ୍ଣ ଥିବାରୁ ଯାନବାହନ ସହ ଲୋକଙ୍କ ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବେ ଏହା ସମ୍ପୂର୍ଣ୍ଣ ହେବ ତାହା ମଧ୍ୟ ଅନିଶ୍ଚିତତାରେ ରହିଛି । ଆଙ୍କୁଲି ଅଞ୍ଚଳକୁ ଜାନିବିଲି ଜଳ ଯୋଗାଣ ନିମନ୍ତେ ଗୋଟିଏ ପଟେ ଗଦା ଗଦା ପାଇପ ଥିବାରୁ ଆଉ ଏକ ସମସ୍ୟା ହୋଇଛି । ଏଭଳି ସ୍ଥିତିରେ ଶିଳାନ୍ୟାସ ଫଳକ ମଧ୍ୟ ଅନ୍ୟତ୍ର ଉଠାଇ ନିଆଯାଇଛି ।
ଚଳିତ ମାସ ଶେଷ ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଗଞ୍ଜାମ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ବେଳେ ଆଙ୍କୁଲି ଅଞ୍ଚଳବାସୀ ଏବଂ ଭାଜପା ଶିଳ୍ପାଞ୍ଚଳ ମଣ୍ଡଳ ପକ୍ଷରୁ ଦୁଇଗୋଷ୍ଠୀ ସେଠାରେ ହାଜର ହୋଇଥିଲେ। ଓଭରବ୍ରିଜ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ହୋଇପାରୁ ନ ଥିବାରୁ ସମସ୍ୟା ବଢ଼ି ଚାଲିଥିବା ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ରୁଟିପୂର୍ଣ୍ଣ ହୋଇଥିବା ସଙ୍ଗିନ ଅଭିଯୋଗ କରାଯାଇଥିଲା। ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତଙ୍କ ସମେତ ଶିଳ୍ପାଞ୍ଚଳ ମଣ୍ଡଳ ଯୁବମୋର୍ଚ୍ଚା ନେତା ଶିବ ଶଙ୍କର ନାୟକ ଓ ତୁମ୍ବେଶ୍ୱର ନାୟକ ପ୍ରମୁଖ ବହୁ କର୍ମୀ ଜିଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଦାବି କରିଥିଲେ ।
ସେହିପରି ଆଙ୍କୁଲିବାସୀଙ୍କ ପକ୍ଷରୁ ଆଉ ଏକ ଟିମ୍‌ ଅଭିଯୋଗ ଶୁଣାଣି ବେଳେ ପହଞ୍ଚତ୍ ରେଲୱେ ଓଭରବ୍ରିଜ ନିର୍ମାଣ ସରୁ ନ ଥିବାରୁ ଅଞ୍ଚଳବାସୀଙ୍କ ଯନ୍ତ୍ରଣା ନେଇ ଅବଗତ କରାଇଥିଲେ । ସୁରଜ କୁମାର ମଣ୍ଡଳଙ୍କ ନେତୃତ୍ୱରେ ଅନେକ ଲୋକ ଯାଇଥିଲେ । ଓଭରବ୍ରିଜ୍‌ ଦୁଇ ପାର୍ଶ୍ୱରେ ସର୍ଭିସ ରୋଡ ନିର୍ମାଣ କାମ ଶେଷ କରାଯିବାକୁ ଦାବି କରାଯାଇଥିଲା । ଏହି ମର୍ମରେ ଜିଲାପାଳଙ୍କୁ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଏହି ଓଭରବ୍ରିଜ୍‌ ନିର୍ମାଣ ଆଙ୍କୁଲି ଲେଭଲକ୍ରସିଂ ଉପରେ ରେଲୱେ ପକ୍ଷରୁ ବ୍ରିଜ ନିର୍ମାଣ ଦୀର୍ଘବର୍ଷରୁ ଶେଷ ହୋଇଛି । ରାଜ୍ୟ ସରକାରଙ୍କ ଅଂଶରେ ବ୍ରିଜ ନିର୍ମାଣ ପଦକ୍ଷେପ ନିଆଯାଇ ୨୦୧୩ ଅକ୍ଟୋବର ୩ରେ ଶୁଭ ଦିଆଗଲା ।
ବ୍ୟୟ ଅଟକଳ ୪୩.୨୯ କୋଟି ହୋଇଛି ।
ଏହାର ଦୈର୍ଘ୍ୟ ୮ ଶହ ମିଟର ଏବଂ ଓସାର ୧୨ ମିଟର ନକ୍ସା ପ୍ରସ୍ତୁତ ହୋଇଥିବା ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଜଣାପଡ଼ିଛି। ୨୦୧୮ ଜାନୁୟାରୀ ୬ରେ ଓଭରବ୍ରିଜ୍‌ ନିର୍ମାଣ ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ଥିଲା। ପରେ ବର୍ଷେ ବଢ଼ାଇ ୨୦୧୮ ଡିସେମ୍ବର ୩୧ରେ ଶେଷ ହେବାର ଧାର୍ଯ୍ୟ ହୋଇଥିଲା । ଏହାର ମଧ୍ୟ ୮ ମାସ ବିତିଛି ଏବଂ ବ୍ରିଜ୍‌ ଓ ରୋଡ ନିର୍ମାଣ ଅଧାପନ୍ତରିଆ ରହିଛି ।
ସୋମବାର ଯୋଗାଯୋଗ ବେଳେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ କହିଛନ୍ତି, ଜମି ଅଧିଗ୍ରହଣରେ ସମସ୍ୟା ଦେଖାଦେବାରୁ ବିଳମ୍ବ ଘଟିବାରେ ଲାଗିଛି । ଉଚ୍ଛେଦ ହେବାକୁ ଥିବା ଘର ମାଲିକ ଅଦାଲତରେ ମାମଲା ରୁଜୁ କରି ସ୍ଥଗିତାଦେଶ ଆଣିଥିବାରୁ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଜିଲା ଭୂ-ଅର୍ଜନ ଅଧିକାରୀ ସ୍ଥାନ ହସ୍ତାନ୍ତର କରିବା ପରେ ନିର୍ମାଣ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri