ଭୁବନେଶ୍ୱର,୧୮।୨: ଭୁବନେଶ୍ୱରରୁ ପୁରୀ ସଂକଳ୍ପ ପଦଯାତ୍ରାରେ ଯୋଗଦେବାକୁ ମଙ୍ଗଳବାର ପିସିସି ସଭାପତି ଓଡ଼ିଶାରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କ ଭିଡ ଲାଗିଥିଲା। ଭକ୍ତଙ୍କ ଲାଗି ସୁରରାଉତ ରାୟଙ୍କବଡ଼ ପୁଅ ସିଦ୍ଧାର୍ଥ ନାଚୁଥିବା ଦେଖିବାକୁ ମିଳିଥିଲା। ସ୍ବାଗତ ସମ୍ବର୍ଦ୍ଧନା ଲାଗି ଜୋରଦାର ପ୍ରସ୍ତୁତି ବେଳେ ଜାତୀୟ କଂଗ୍ରେସ ନାରାରେ ପୁରା ଅଞ୍ଚଳ କମ୍ପୁଥିଲା। ଭକ୍ତ ମଧ୍ୟ ତାଙ୍କ ପ୍ରତିକ୍ରିୟା ଦେଇ କହିଥିଲେ ପରିବର୍ତ୍ତନ ହେବା । ଆମେ ସମସ୍ତେ ଓଡ଼ିଶାର ବିକାଶ ଲାଗି କାମ କରିବୁ। ମାତ୍ର ଏହାର କିଛି ସମୟପରେ ପଦଯାତ୍ରାରେ ଯାଉଥିବା ବେଳେ ଶିଶୁଭବନ ଛକରେ ଅଘଟଣ ଘଟିଥିଲା। ଠେଲାପେଲାରେ ପିସିସି ସଭାପତି ଅସୁସ୍ଥ ହୋଇପଡ଼ିଥିଲେ।


