Posted inଖେଳ

୫ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇଲେ ମନୁ ଭାକର

ନୂଆଦିଲ୍ଲୀ, ୧୮ା୨: ଭାରତର ଷ୍ଟାର ପିସ୍ତଲ ଶୁଟର ମନୁ ଭାକର ବିବିସି ଇଣ୍ଡିଆନ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ମନୁଙ୍କ ସମେତ ଏହି ପୁରସ୍କାର ପାଇଁ ୫ଜଣ ପ୍ରତିଦ୍ୱନ୍ଦ୍ୱୀ ଥିଲେ। ଅନ୍ୟମାନେ ହେଲେ ଗଲ୍ଫର ଅଦିତି ଅଶୋକ, ପାରା ଶୁଟର ଆଭାନୀ ଲେଖରା, ଭାରତ ମହିଳା କ୍ରିକେଟ ଉପ ଅଧିନାୟିକା ସ୍ମୃତି ମନ୍ଧାନା ଏବଂ କୁସ୍ତି ଯୋଦ୍ଧା ଭିିନେଶ ଫୋଗଟ।

ବିଶିଷ୍ଟ କ୍ରୀଡ଼ା ଜର୍ନାଲିଷ୍ଟ ଓ ଲେଖକମାନଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ସମ୍ଭାବ୍ୟଙ୍କ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରିଥିଲା। ବର୍ଷରେ ଉଲ୍ଲେଖନୀୟ ଅବଦାନ ରଖିଥିବା ମହିଳା ଖେଳାଳିଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥାଏ। ୨୨ ବର୍ଷୀୟା ମନୁ ପ୍ୟାରିସ ଅଲିମ୍ପିକ୍ସରେ ଦୁଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ଦେଶ ସ୍ବାଧୀନତାପ୍ରାପ୍ତି ପରେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ପାଇବାରେ ସେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ସେ ୧୦ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟ ଏବଂ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପାଇଥିଲେ। ୨୦୧୮ରେ ମନୁ ମାତ୍ର ୧୬ ବର୍ଷ ବୟସରେ ସର୍ବକନିଷ୍ଠ ଭାରତୀୟ ଭାବେ ବିଶ୍ୱକପ୍‌ରେ ଏକ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିଲେ। ମନୁ ପୂର୍ବରୁ ଅର୍ଜୁନ ପୁରସ୍କାର ପାଇ ସାରିଛନ୍ତି। ୨୦୨୧ରେ ସେ ବିବିସି ଏମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି।

ଅନ୍ୟପୁରସ୍କାର ଜିତିଥିବା ଆଥଲେଟମାନେ ହେଲେ ତୀରନ୍ଦାଜ ଶିତଲ ଦେବୀ (ବିବିସି ଏମର୍ଜିଂ ପ୍ଲେୟର ଅଫ୍‌ ଦି ଇୟର), ପୂର୍ବତନ ଭାରତ ମହିଳା କ୍ରିକେଟ ଅଧିନାୟିକା ମିଥାଲି ରାଜ (ବିବିସି ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ) ଓ ପାରା ଶୁଟର ଆଭାନୀ (ବିବିସି ପାରା ସ୍ପୋଟର୍‌ସ ଓମ୍ୟାନ ଅଫ୍‌ ଦି ଇୟର)। ଚେସ୍‌ ଖେଳାଳି ଟାନିଆ ସଚଦେବଙ୍କୁ ବିବିସି ଚେଞ୍ଜମେକର ପୁରସ୍କାର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ...

ବାଂଲାଦେଶୀ ହିନ୍ଦୁଙ୍କୁ ସ୍ବପ୍ନ ଦେଖାଇଲେଣି ତାରିକ? କହିଲେ ‘I have a dream, ଯେମିତି ୧୯୭୧ରେ ସବୁ ଧର୍ମ ମିଶି…

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନ ଗୁରୁବାର (ଡିସେମ୍ବର ୨୫, ୨୦୨୫) ଦିନ ଲୋକମାନଙ୍କୁ ଶାନ୍ତି ପାଇଁ ଆହ୍ବାନ କରିଥିଲେ।...

ପିକନିକ୍ ହେଲା କାଳ, ସୀତାକୁଣ୍ଡରେ ବୁଡ଼ି ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ବାରିପଦା,୨୬।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶାମାଖୁଂଟା ବ୍ଲକ ଶିମିଳିପାଳ ପାଦଦେଶ ସୀତାକୁଣ୍ଡରେ ବୁଡ଼ିଗଲେ ୨ ପର୍ଯ୍ୟଟକ । ତେବେ ବର୍ତ୍ତମାନ ସେମାନଙ୍କର ମୃତଦେହ ଉଦ୍ଧାର...

ଓମ୍‌ସାର ଆନ୍ଦୋଳନ: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ରାଇକିଆ,୨୬ା୧୨(ପ୍ରଦୀପ ବେହେରା): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri