Posted inଖେଳ

Unbelievable: ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ, ତଥାପି ଶତକ ମାରି ବୋଲର୍‌ଙ୍କୁ ଘାଇଲା କରିଦେଲେ ଏହି ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୧୪।୨: ଶ୍ରୀଲଙ୍କାର ଉଇକେଟକିପର-ବ୍ୟାଟ୍ସମ୍ୟାନ୍‌ କୁସାଲ ମେଣ୍ଡିସ ପୁଣି ଥରେ ଶତକ ହାସଲ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। କଲମ୍ବୋରେ ଖେଳାଯାଉଥିବା ଦ୍ୱିତୀୟ ତଥା ଶେଷ ଏକଦିବସୀୟ ମ୍ୟାଚ୍‌ରେ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଶତକ ମାରିଛନ୍ତି। ୧୧୫ ବଲ୍‌ରେ ସେ ୧୦୧ ରନ୍‌ କରିଛନ୍ତି। ମେଣ୍ଡିସ୍‌ଙ୍କ ଷ୍ଟ୍ରାଇକ ରେଟ୍‌ ୮୭ରୁ ଅଧିକ ରହିଛି। ବଡ଼ କଥା ହେଉଛି ଏହି ଖେଳାଳି ତାଙ୍କ ଇନିଂସରେ ଗୋଟିଏ ବି ଛକା ନ ମାରି ଶତକ ହାସଲ କରିଛନ୍ତି। କେବଳ ସେତିକି ନୁହେଁ ସେ ୧୧୫ ବଲ୍‌ରୁ ୫୦ ବଲ୍‌ରେ ଗୋଟିଏ ବି ରନ୍‌ କରି ନ ଥିଲେ।

ଯେତେବେଳେ ମେଣ୍ଡିସ କ୍ରିଜ୍‌କୁ ଆସିଥିଲେ, ସେତେବେଳେ ଅଷ୍ଟ୍ରେଲିୟ ଦ୍ରୁତ ବୋଲରମାନେ ଦବ୍‌ଦବା ରହିଥିଲା। ମଇଦାନରୁ ଲାଭ ମିଳୁଥିବାରୁ ଶ୍ରୀଲଙ୍କା ଶୀଘ୍ର ପଥୁମ୍‌ ନିସାଙ୍କାଙ୍କ ଉଇକେଟ ହରାଇଥିଲା। ଏହି ଖେଳାଳି ୨୦ ବଲ୍‌ରେ ମାତ୍ର ୬ ରନ କରିପାରିଥିଲେ। ଏହା ପରେ ମେଣ୍ଡିସ ଏବଂ ନିଶାନ ମାଦୁଷ୍କା ଚମତ୍କାର ବ୍ୟାଟିଂ କରି ଶ୍ରୀଲଙ୍କାକୁ ବଡ଼ ସ୍କୋର ଆଡ଼କୁ ନେଇଥିଲେ। ମାତ୍ର ନିଜର ଇନିଂସରେ ମେଣ୍ଡିସ ଅନେକ ଡଟ୍‌ ବଲ ଖେଳିଥିଲେ। ମୋଟାମୋଟି ଦେଖିଲେ ସେ ତାଙ୍କ ଇନିଂସରେ ମୋଟ ୫୦ ବଲ୍‌ରେ କୌଣସି ରନ୍‌ କରିପାରି ନ ଥିଲେ। ଏହା ସତ୍ତ୍ୱେ ମେଣ୍ଡିସ ୫୦ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୧୧୩ ବଲ୍‌ରେ ଶତକ ହାସଲ କରିବାରେ ସଫଳ ହୋଇଥିଲେ।

ମେଣ୍ଡିସଙ୍କ ଶତକ ଯୋଗୁ ଶ୍ରୀଲଙ୍କା ୫୦ ଓଭରରେ ୨୮୧ ରନ୍‌ କରିପାରିଛିା। ଅଧିନାୟକ ଚରିତ ଅସଲାଙ୍କା ମଧ୍ୟ ୭୮ ରନର ଏକ ଚମତ୍କାର ଇନିଂସ ଖେଳିଛନ୍ତି । ମାଦୁଷ୍କା ୫୧ ରନ କରିଛନ୍ତି। ଜାନିଥ ଲିଆନାଗେ ମଧ୍ୟ ୩୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ମେଣ୍ଡିସଙ୍କ ଶତକ ସ୍ବତନ୍ତ୍ର ଥିଲା କାରଣ ସେ ୨୦୨୦ ପରଠାରୁ ସମସ୍ତ ଫର୍ମାଟରେ ୮ଟି ଶତକ ମାରିିଛନ୍ତି। ତାଙ୍କର ODIରେ ମୋଟ ୫ଟି ଶତକ ଅଛି। ଏହା ବ୍ୟତୀତ ସେ ଟେଷ୍ଟରେ ୧୦ଟି ଶତକ ମଧ୍ୟ ମାରିଛନ୍ତି। ଶ୍ରୀଲଙ୍କା ଦଳ ପ୍ରଥମ ODIରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୧-୦ରେ ଆଗୁଆ ଅଛି। ଏମିତିରେ ଯଦି ଦଳ ଦ୍ୱିତୀୟ ଏକଦିବସୀୟ ମ୍ୟାଚ ଜିତିଯାଏ ତେବେ ମେଣ୍ଡିସ ହିରୋ ସାଜିବେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri