ଜିଲା ପର୍ଯ୍ୟଟନ ମାନଚିତ୍ରରେ ସାମିଲ ହେଲା ୭ ପର୍ଯ୍ୟଟନ କେନ୍ଦ୍ର

କେନ୍ଦୁଝର,୧୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରତିଟି ସ୍ଥାନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଜିଲାର ଶୀତଳ ଓ ପ୍ରାକୃତିକ ପରିବେଶ ସାଙ୍ଗକୁ ବଣପାହାଡ଼, ଝରଣା, ନଦୀ, ଘାଟି ରାସ୍ତା ଅଗଣିତ ପ୍ରାକୃତିକ ଜଳପ୍ରପାତ, ଡ୍ୟାମ୍‌ ତଥା ମନ୍ଦିର, ମଠ ଆଦି ଧାର୍ମିକ ସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ ଓ ବିମୋହିତ କରିଥାଏ। ତେବେ ସେଥିମଧ୍ୟରୁ ୧୬ଟି କେନ୍ଦ୍ରକୁ ପର୍ଯ୍ୟଟନ ବିଭାଗର ମାନ୍ୟତା ମିଳିଥିବା ବେଳେ ଏବେ ଆଉ ୭ଟିର ମାନ୍ୟତା ମିଳିଛି। ଫଳରେ ଏହାକୁ ମିଶାଇ ଜିଲା ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନ କେନ୍ଦ୍ରଗୁଡିକର ସଂଖ୍ୟା ୨୩ରେ ପହଞ୍ଚିଛିା

ନୂତନ ଭାବରେ ମାନ୍ୟତା ମିଳିଥିବା ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ହେଲା ତେଲକୋଇ ବ୍ଲକର ଟେଣ୍ଟେଇନାଳି ଜଳପ୍ରପାତ, ବାଂଶପାଳ ବ୍ଲକର ଗିରଡ଼ିବନ୍ଧ ଜଳପ୍ରପାତ, ଝୁମ୍ପୁରା ବ୍ଲକର କାଇଯୋଡ଼ା ଜଳପ୍ରପାତ, ଘଟଗାଁ ବ୍ଲକର କାଇଁଝର ଜଳପ୍ରପାତ ଓ ବାରହାଟିପୁରା ଶୈବପୀଠ, ଆନନ୍ଦପୁର ବ୍ଲକର ବୈତରଣୀ ନଦୀକୂଳ ଦୃଶ୍ୟମୟ ଦରଗଡ଼ିଶିଳା ଓ ପାଟଣା ବ୍ଲକର ଡାବରଚୁଆ ଡ୍ୟାମ୍‌ ରହିଛି।

ପୂର୍ବରୁ ଜିଲାର ବାଂଶପାଳ ବ୍ଲକତରେ ଅବସ୍ଥିତ ସାନଘାଗରା, ବଡଘାଗରା ଓ ଖଣ୍ଡାଧାର ଜଳପ୍ରପାତ, ବୈତରଣୀ ନଦୀ କୂଳରେ ଅବସ୍ଥିତ ଚମ୍ପୁଆ ବ୍ଲକର କେଶରୀକୁଣ୍ଡ, ଘଟଗାଁ ବ୍ଲକର ଗୁଣ୍ଡିଚାଘାଗୀ ଜଳପ୍ରପାତ, ଯୋଡ଼ା ବ୍ଲକର ହାଣ୍ଡିଭଙ୍ଗା ଜଳପ୍ରପାତ ଓ ମୁର୍ଗାମହାଦେବ ମନ୍ଦିର ଓ ଜଳପ୍ରପାତ, ପ୍ରାକୃତିକ ସୌନ୍ଦର୍ଯ୍ୟମୟ କାଞ୍ଜିପାଣି ଘାଟି, ଘଟଗାଁ ମା’ ତାରିଣୀ ପୀଠ ଓ ଐତିହାସିକ ଓ ପୌରାଣିକ ଇତିବୃତି ସମୃଦ୍ଧ ସୀତାବିଞ୍ଝ, ବାଂଶପାଳ ବ୍ଲକର ଗୋନସିକାସ୍ଥିତ ବୈତରଣୀ ନଦୀର ଉପତ୍ତି ସ୍ଥଳୀ ନିକଟ ବ୍ରହ୍ମେଶ୍ୱର ମହେଶ ମନ୍ଦିର, ଘଷିପୁରା ବ୍ଲକ ଦେଓଗାଁସ୍ଥିତ କୁଶଳେଶ୍ୱର ମହାଦେବ ମନ୍ଦିର, ହାଟଡିହି ବ୍ଲକର ଚକ୍ରତୀର୍ଥ ଶକ୍ତିପୀଠ ଓ ହଦଗଡ ଡ୍ୟାମ୍‌, ପାଟଣା ବ୍ଲକ ବୈତରଣୀ ନଦୀ କୂଳରେ ଅବସ୍ଥିତ ରଘୁନାଥଜୀଉ ମନ୍ଦିର ଓ ଭୀମକୁଣ୍ଡ ଜଳପ୍ରପାତ ଆଦିର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri