ଦିଗପହଣ୍ଡି,୧୦।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ରୁନା ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ। ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟବକ୍ତା , କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼, ଗଡଗୋବିନ୍ଦପୁର ପଞ୍ଚାୟତ ସରପଞ୍ଚ ରଞ୍ଜନ କୁମାର ସାହୁ, ବ୍ରହ୍ମପୁର ଲାୟନ୍ସ କ୍ଲବ ସଭାପତି ସଙ୍ଗୀତା ବାବୁ୍, ଜିଲା ପରିଷଦ ସଦସ୍ୟା ସଞ୍ଜୁକ୍ତା କବ, ସାମାଜିକ କର୍ମୀ ବାପି ପ୍ରଧାନ, ଅରୁଣ ଗୈାଡ, କିଶୋର ସାହୁ, ଭୀଷ୍ମଗିରୀ ହାଇସ୍କୁଲ ପ୍ରଧାନଶିକ୍ଷକ ମନୋଜ ନାୟକ, ନିମଖଣ୍ଡିପେଣ୍ଠ ହାଇସ୍କୁଲ ପ୍ରଧାନଶିକ୍ଷକ ରାଜେନ୍ଦ୍ର ପଟ୍ଟନାୟକ, ତଲାସିଙ୍ଗି ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଦୀପ ପଣ୍ଡା, ସିଆରସିସି ମନୋଜ ବେହେରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ବିଦ୍ୟାଳୟର ଉନ୍ନତିକରଣ ସକାଶେ ପ୍ରାୟ ୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ବିଧାୟକ କହିବା ସହ ଶିକ୍ଷୟିତ୍ରୀ ଶିକ୍ଷକମାନେ ଜାତୀୟ ଶିକ୍ଷାନୀତି ଆଧାରରେ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷାଦାନ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ବିଧାୟକ ପୁରସ୍କାର ବିତରଣ କରିଥିଲେ । ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାମାଜିକ କର୍ମୀ ଉମାକାନ୍ତ ସାହୁ , ଲକ୍ଷ୍ମଣ ଗୈାଡ, କେଶବ ଗୈାଡ , ସିମାଞ୍ଚଳ ଗୈାଡ , ବିଶ୍ବନାଥ ଗୈାଡ ଙ୍କ ସମେତ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଧାୟକ ପ୍ରଥମ ଥର ପାଇଁ ବୋରିପଦର ଗ୍ରାମକୁ ଆସିଥିବାରୁ ସରପଞ୍ଚ ମନୋରଞ୍ଜନ ଗୌଡଙ୍କ ନେତୃତ୍ୱରେ ପଞ୍ଚାୟତ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥଲା


